ରୋହିତ ଶର୍ମା, କୋହଲି, ସାମୀ ଓ ଜାଡେଜାଙ୍କ ନାମ ତାଲିକାରେ ସାମିଲ
ନୂଆଦିଲ୍ଲୀ, ୧୭ ।୦୭: ୨୦୨୭ ଦିନିକିଆ ବିଶ୍ୱକପ୍?କୁ ଆହୁରି ପ୍ରାୟ ଦେଢ଼ ବର୍ଷ ସମୟ ବାକି ଥିବାବେଳେ ଭାରତୀୟ କ୍ରିକେଟ୍?ରେ ଅବସରକୁ ନେଇ ଚର୍ଚ୍ଚା ଜୋର ଧରିଛି । ଅଭିଜ୍ଞ ଓପନର୍ ରୋହିତ ଶର୍ମା ଖୁବଶୀଘ୍ର କ୍ରିକେଟ୍?କୁ ଅଲବିଦା କହିପାରନ୍ତି ବୋଲି ଅନୁମାନ କରାଯାଉଛି । ଏପରିକି ଜୁଲାଇ ୧୯ରେ ଲର୍ଡ୍ସ ମଇଦାନରେ ସେ ତାଙ୍କର ଶେଷ ଦିନିକିଆ ମ୍ୟାଚ୍ ଖେଳିପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।
ତେବେ ରୋହିତ ଶର୍ମା ଏକମାତ୍ର ଭାରତୀୟ କ୍ରିକେଟର୍ ନୁହନ୍ତି, ଯିଏ ଅବସରର ଦ୍ୱାରଦେଶରେ ଅଛନ୍ତି । ଆଉ ୩ ଜଣ ଅଭିଜ୍ଞ ଭାରତୀୟ କ୍ରିକେଟର୍ ମଧ୍ୟ ୨୦୨୬ ଶେଷ ହେବା ପୂର୍ବରୁ ସନ୍ନ୍ୟାସ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
ରୋହିତ ଶର୍ମା
ଏହି ତାଲିକାରେ ପ୍ରଥମ ନାମ ହେଉଛି ରୋହିତ ଶର୍ମାଙ୍କର । ସେ ଟି-୨୦ ଓ ଟେଷ୍ଟ କ୍ରିକେଟ୍ରୁ ପୂର୍ବରୁ ହିଁ ସନ୍ନ୍ୟାସ ନେଇସାରିଛନ୍ତି । ଏବେ ୨୦୨୭ ଦିନିକିଆ ବିଶ୍ୱକପ୍ ଯୋଜନାରେ ଚୟନକର୍ତ୍ତାମାନେ ରୋହିତଙ୍କୁ ନେଇ ଆଗକୁ ବଢ଼ିସାରିଥିବା ନେଇ ଚର୍ଚ୍ଚା ହେଉଛି ।
କିଛି ମିଡିଆ ରିପୋର୍ଟରେ ଦାବି କରାଯାଇଛି ଯେ ରୋହିତ ଜୁଲାଇ ୧୯ରେ ଅବସର ଘୋଷଣା କରିପାରନ୍ତି । ତାଙ୍କ ସ୍ଥାନରେ ୨୦୨୭ ବିଶ୍ୱକପ୍ରେ ଯଶସ୍ୱୀ ଜୟସ୍ୱାଲଙ୍କୁ ଓପନର୍ ଭାବେ ସୁଯୋଗ ମିଳିପାରେ ।
ମହମ୍ମଦ ଶାମି
ଭାରତୀୟ ଦଳ ପାଇଁ ମହମ୍ମଦ ଶାମି ଶେଷ ଥର ପାଇଁ ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ଖେଳିଥିଲେ । ଆଘାତରୁ ଫେରିବା ପରେ ଘରୋଇ କ୍ରିକେଟ୍ରେ ସେ ଲଗାତାର ଭାବେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ତଥାପି ଟିମ୍ ଇଣ୍ଡିଆକୁ ତାଙ୍କର ପ୍ରତ୍ୟାବର୍ତ୍ତନ ଏବେ ଅନିଶ୍ଚିତ ଲାଗୁଛି ।
ହର୍ଷିତ ରାଣାଙ୍କଠାରୁ ଆରମ୍ଭ କରି ଗୁରନୂର ବ୍ରାର ଓ ପ୍ରିନ୍ସ ଯାଦବଙ୍କ ପର୍ଯ୍ୟନ୍ତ ଅନେକ ଯୁବ ବୋଲର୍ ୨୦୨୭ ଦିନିକିଆ ବିଶ୍ୱକପ୍ ପାଇଁ ନିଜର ଦାବି ଉପସ୍ଥାପନ କରିସାରିଛନ୍ତି । ଏପରି ସ୍ଥିତିରେ ଶାମି ଯଦି ଦଳକୁ ଫେରିପାରନ୍ତି ନାହିଁ, ତେବେ ୨୦୨୬ ଶେଷ ପୂର୍ବରୁ ଅବସର ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
ବିରାଟ କୋହଲି
ବିରାଟ କୋହଲି ନିଜେ ୨୦୨୭ ଦିନିକିଆ ବିଶ୍ୱକପ୍ ଖେଳିବାକୁ ଚାହୁଁଥିବା କଥା କହିସାରିଛନ୍ତି । କିନ୍ତୁ ଟିମ୍ ମ୍ୟାନେଜମେଣ୍ଟ ଏବେ ଅଭିଜ୍ଞ ଖେଳାଳିଙ୍କୁ ନେଇ କଠୋର ନୀତି ଅବଲମ୍ବନ କରୁଛି ଏବଂ ଯୁବ ଖେଳାଳିଙ୍କୁ ଅଧିକ ସୁଯୋଗ ଦେଉଛି ।
ବର୍ତ୍ତମାନ ବିରାଟ ଭଲ ପ୍ରଦର୍ଶନ କରୁଥିଲେ ମଧ୍ୟ ଆଗାମୀ କିଛି ମ୍ୟାଚ୍?ରେ ଯଦି ତାଙ୍କ ପ୍ରଦର୍ଶନ ଖରାପ ହୁଏ, ତେବେ ତାଙ୍କୁ ମଧ୍ୟ ଦଳରୁ ବାଦ୍ ପଡ଼ିବାକୁ ପଡ଼ିପାରେ । ଏଭଳି ସ୍ଥିତି ଉପୁଜିଲେ ବିରାଟଙ୍କ ପାଖରେ ଅବସର ନେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ରହିନପାରେ ବୋଲି ଚର୍ଚ୍ଚା ହେଉଛି ।
ରବୀନ୍ଦ୍ର ଜାଡେଜା
ରବୀନ୍ଦ୍ର ଜାଡେଜା କେବେ ଭାରତୀୟ ଦଳରୁ ବାଦ୍ ପଡ଼ିଲେ, ତାହା ନେଇ ଅନେକଙ୍କୁ ଜଣା ମଧ୍ୟ ପଡ଼ିନଥିଲା । ୨୦୨୪ ବିଶ୍ୱକପ୍ ପରେ ସେ ଟି-୨୦ ଫର୍ମାଟ୍ରୁ ଅବସର ନେଇଥିଲେ । ତଥାପି ଦିନିକିଆ ଓ ଟେଷ୍ଟ କ୍ରିକେଟ୍ ପାଇଁ ସେ ଏବେ ମଧ୍ୟ ଉପଲବ୍ଧ ଅଛନ୍ତି ।
ଜାଡେଜାଙ୍କୁ ପ୍ରଥମେ ଆଫଗାନିସ୍ତାନ ଓ ପରେ ଇଂଲଣ୍ଡ ସିରିଜ୍ରେ ମଧ୍ୟ ସୁଯୋଗ ମିଳିନଥିଲା । ଅନ୍ୟପକ୍ଷରେ ଟେଷ୍ଟ ଦଳରେ ତାଙ୍କ ସ୍ଥାନ କେତେଦିନ ସୁରକ୍ଷିତ ରହିବ, ତାହା ନେଇ ମଧ୍ୟ କୌଣସି ନିଶ୍ଚିତତା ନାହିଁ । ଏଭଳି ପରିସ୍ଥିତିରେ ଜାଡେଜା ମଧ୍ୟ ୨୦୨୬ ଶେଷ ପୂର୍ବରୁ ଅବସର ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।

