ଓଡିଶାରେ ନିର୍ମାଣ ହେବ ବିହାର ସଂଗ୍ରହାଳୟ ଶୈଳୀରେ ଅତ୍ୟାଧୁନିକ ସଂଗ୍ରାହଳୟ

Reporterspen

ଭୁବନେଶ୍ୱର, (ରିପୋଟର୍ସ ପେନ୍‌) : ବିହାରର ପାଟନାସ୍ଥିତ ବିହାର ସଂଗ୍ରହାଳୟ ଶୈଳୀରେ ଓଡିଶାରେ ନିର୍ମାଣ ହେବ ଅତ୍ୟାଧୁନିକ ସଂଗ୍ରାହଳୟ । କଳିଙ୍ଗ ଯୁଦ୍ଧ, ଖାରବେଳଙ୍କ ଶାସନକାଳ,ଶିବ-ଶକ୍ତି ଓ ବୈଷ୍ଣବ ଧର୍ମର ପ୍ରଚାର କାଳ,ଜୈନ ଓ ବୌଦ୍ଧ କାଳ,ଓଡିଆ ସାହିତ୍ୟର କ୍ରମ ବିକାଶ, ସ୍ୱତନ୍ତ୍ର ପ୍ରଦେଶ ଗଠନ କାହାଣୀ,ଉତ୍କଳୀୟ କଳା ଓ କାରୁକାର୍ଯ୍ୟର ସ୍ୱର୍ଣ୍ଣିମ ଅଧ୍ୟାୟ,ଜଗନ୍ନାଥ ସଂସ୍କୃତି, ନଅଙ୍କ ଦୃଭିକ୍ଷ, ସିପାହୀ ବିଦ୍‌ରୋହ, ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡିଶାର ଅବଦାନ ଆଦି ପ୍ରାଚୀନ ଓଡିଶାରୁ ନେଇ ଆଧୁନିତ ଓଡିଶା ସମ୍ପର୍କରେ ସବିଶେଷ ତଥିୟ ଓ କାହାଣୀ ଏଥିରେ ସ୍ଥାନ ପାଇବ । ଏହି ସଂଗ୍ରହାଳୟ ହେବ ଓଡିଶା ଇତିହାସ, ଭୂଗୋଳ,ସାମାଜିକ ଜୀବନ ଓରାଜନୈତିକ ଯାତ୍ରର ଚଳନ୍ତି ଦସ୍ତାବିଜ । ଏହା ଓଡିଶାର ପରିଚୟ ହେବ । ଏଣୁ ଏହି ସଂଗ୍ରାହଳୟର ନିର୍ମାଣ କାର୍ଯ୍ୟ ଶ୍ରୀଘ୍ର ଆରମ୍ଭ କରିବାକୁ ଜୋର ଦେଇଛନ୍ତି ରାଜ୍ୟ ସରକାର ।

ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳର ବିଭିନ୍ନ ସ୍ଥାନରେ ଜାଗା ଖୋଜା ଚାଲିଖିବା ବେଳେ ରାଜ୍ୟ ସଂଗ୍ରହାଳୟ ପାଖରେ ଭଞ୍ଜ କଳାମଣ୍ଡପ ପରିସର ପ୍ରଥମ ପସନ୍ଦ ଭାବେ ରହିଛି । ଚଳିତ ବର୍ଷ ପ୍ରାରମ୍ଭରୁ ଏହି ସଂଗ୍ରାହଳୟ ନିର୍ମାଣ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିଲେ । ଏ ବାବଦରେ ବଜେଟରେ ୮୦୦ କୋଟି ଟଙ୍କାର ବ୍ୟୟବରାଦ ବି କରାଯାଇଛି । ଏଥିପାଇଁ ଯାଗା ଯୋଗାଇ ଦେବାକୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ । ଏହି କ୍ରମରେ ଖୋର୍ଦ୍ଧା ଜିଲ୍ଲାପାଳ କଳିଙ୍ଗ ଷ୍ଟୁଡିଓ ପଛପାଖ,ଆଇଗିଣିଆ ଆଳୁଗଦି ପାଖ ଓ ଖୋର୍ଦ୍ଧା ପିଏନ କଲେଜ ପାଖ ନିକଟରେ ତିନିଟି ଜାଗା ଉପଲବ୍ଧ ଥିବା ନେଇ ପ୍ରସ୍ତାବ ଦେଇଛନ୍ତି । ହେଲେ ରାଜ୍ୟ ସଂଗ୍ରାହଳୟକୁ ଲାଗି ଏହି ସଂଗ୍ରହାଳୟ ନିର୍ମାଣ ହେଲେ ପର୍ଯ୍ୟଟକଙ୍କ ପାଇଁ ସୁବିଧା ବୋଲି କୁହାଯାଉଛି ।

ସଂସ୍କୃତି ବିଭାଗର ନିଜସ୍ୱ ଜାଗା ଭଞ୍ଜ କଳାମଣ୍ଡପ ପରିସରରେ ସଂଗ୍ରହାଳୟ ନିର୍ମାଣ ପାଇଁ ସ୍କେଚ ମାର୍କ କରାଯାଉଛି । ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଦେବପ୍ରସାଦ ଦାଶ କହିଛନ୍ତି, ରାଜ୍ୟ ସଂଗ୍ରହାଳୟ ଓ ଏହାକୁ ଲାଗିଥିବା ଭଞ୍ଜ କଳାମଣ୍ଡପ ପରିସରରେ ବିଭାଗର ୨୫ ଏକର ଜାଗା ରହିଛି । ଏଠାରେ ସଂଗ୍ରହାଳୟ କରିବା ଦ୍ୱାରା ପର୍ଯ୍ୟଟକଙ୍କ ଦୁଇଟି ସଂଗ୍ରହାଳୟ ଭ୍ରମଣ ଏକାସାଥେ ହୋଇୟିବ । ରାଜ୍ୟ ସଂଗ୍ରହାଳୟର ମଧ୍ୟ ଟିକଟରେ ନୂତନ ସଂଗ୍ରହାଳୟର ମଧ୍ୟ ଟିକଟ ମୂଲ୍ୟ ମିଶିଯିବ । ଭଞ୍ଜ କଳାମଣ୍ଡପ ପଛପଟେ ଥିବା ସଂସ୍କୃତି ଭବନକୁ ଭାଙ୍ଗି ଏହି ଅତ୍ୟାଧୁନିକ ସଂଗ୍ରହାଳୟ ନିର୍ମାଣ ହେବ । ସଂଗ୍ରହାଳୟର ଗୋଟିଏ ପାଖକୁ ସଂସ୍କୃତି ଭବନ ଭାବେ କାର୍ଯ୍ୟକାରୀ କରାଯାଇପାରିବ ।

ତେବେ ଏହା ପ୍ରସ୍ତାବ ସ୍ତରରେ ରହିଛି । ମୁଖ୍ୟ ଶାସନ ସଚିବଙ୍କୁ ପ୍ରସ୍ତାବ ଯିବ । ଯଦି ସେ ଏଥିରେ ସମ୍ମତି ଦିଅନ୍ତି, ତେବେ ସଂସ୍କୃତି ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପାଇଁ ପଠାଯିବ । ଏଭଳି ସଂଗ୍ରହାଳୟ, ଗବେଷକ, ଶିକ୍ଷାର୍ଥୀଙ୍କ ସହ ବିଶେଷଜ୍ଞଙ୍କ ପାଇଁ ବେଶ ଉପକାରୀ ହେବ । ସଂଗ୍ରହଳାୟର କୌଣସି ତଥ୍‌ଯ ବା କାହାଣୀ ଉପରେ ଅଧିକ ଜାଣିବାକୁ ଚାହୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ କ୍ୟୁଆର କୋଡ ବ୍ୟବସ୍ଥା ରହିବ । କୋଡ ସ୍କାନ କରିବା ପରେ ସମସ୍ତ ତଥ୍ୟ ଇଂରାଜୀ,ହିନ୍ଦୀ ଓ ଓଡିଆ ଭାଷାରେ ପାଇ ହେବ । ଯଦିଓ ଏହି ସଂଗ୍ରହାଳୟ ପାଇଁ ରୂପରେଖ ପ୍ରସ୍ତୁତ ହୋଇନାହିଁ , ଖୁବଶୀଘ୍ର ଏଥିପାଇଁ ବିଶିଷ୍ଠ ଐତିହାସିକ, ପ୍ରତ୍ନତତ୍ତ୍ୱବିତ୍‌,ସଂସ୍କୃତି ଗବେଷକ ଓ ପର୍ଯ୍ୟଟକଙ୍କ ସହ ଆଲୋଚନା କରାଯିବ ।


Reporterspen