Astrology: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଶୁକ୍ର ଏବଂ ରାହୁଙ୍କ ସଂଯୋଗ ମିଥୁନ ରାଶି ସମେତ ପାଞ୍ଚଟି ରାଶିର ଲୋକଙ୍କ ପାଇଁ ବିଶେଷ।
ମିଥୁନ ରାଶି
ଶୁକ୍ରଙ୍କ ଏହି ଚଳନ ଆପଣଙ୍କ ରାଶିର ଦଶମ ଘରେ ହେବାକୁ ଯାଉଛି। ଆପଣଙ୍କୁ ପାରିବାରିକ ଶାନ୍ତି ମିଳିବ । ହସ ଖୁସିରେ ସମୟ ବିତିବ । ନୂତନ ଯାନବାହନ କିଣିବାର ସମ୍ଭାବନା ରହିଛି । ଚାକିରି କ୍ଷେତ୍ରରେ ଉତ୍କୃଷ୍ଟ ଫଳାଫଳ ପାଇବେ। କଥାବାର୍ତ୍ତା କରିବାର ଦକ୍ଷତା ଉନ୍ନତ ହେବ । ଆପଣ ଅନ୍ୟଙ୍କୁ ପ୍ରଭାବିତ କରିବାରେ ସକ୍ଷମ ହେବେ ।
ବିଛା ରାଶି
ଶୁକ୍ରଙ୍କ ଚଳନ ଆପଣଙ୍କ ରାଶିର ପଞ୍ଚମ ଘରେ ହେବ। ପ୍ରେମ ସମ୍ପର୍କରେ ମଧୁରତା ବଢିବ । ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀ ଶୁଭ ଫଳାଫଳ ପାଇବେ । ସାମାଜିକ ସ୍ତରରେ ଲୋକପ୍ରିୟତା ବଢିବାକୁ ଲାଗିବ । ବ୍ୟବସାୟରେ ଉନ୍ନତିର ସମ୍ଭାବନା ରହିଛି। ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବଢିବ।
ଧନୁ ରାଶି
ଶୁକ୍ରଙ୍କ ଚଳନ ଆପଣଙ୍କୁ ପାରିବାରିକ ସୁଖ ସମୃଦ୍ଧି ପ୍ରଦାନ କରିବ । ସଭିଙ୍କ ସହ ସମ୍ପର୍କ ମଜବୁତ ହେବ। ନୂଆ ଯାନବାହନ କିଣିବାର ସୁଯୋଗ ପାଇବେ । କ୍ୟାରିୟରରେ ପ୍ରଗତି ହେବ। ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବଢିବ ।
କୁମ୍ଭ ରାଶି
ଆପଣଙ୍କ ରାଶିର ଦ୍ୱିତୀୟ ଘରେ ଶୁକ୍ରଙ୍କ ଚଳନ ହେବାକୁ ଯାଉଛି। ପରିବାର ଏବଂ ବନ୍ଧୁମାନଙ୍କ ସହିତ ଦୂର ଯାତ୍ରା କରିପାରନ୍ତି । ରିଅଲ ଇଷ୍ଟେଟ୍ ଏବଂ ଅଟୋମୋବାଇଲ୍ କ୍ଷେତ୍ରରେ ଲାଭ ପାଇବେ । ଧାର୍ମିକ ଏବଂ ସାମାଜିକ କାର୍ଯ୍ୟରେ ମନ ଲାଗିବ । ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ। ଘରର ପରିବେଶ ସକାରାତ୍ମକ ରହିବ।
ମୀନ ରାଶି
ଶୁକ୍ରଙ୍କ ଚଳନ ଆପଣଙ୍କ ରାଶିର ପ୍ରଥମ ଘରେ ହେବ। ପ୍ରଭାବରେ ଆପଣଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ହେବ । କୌଣସି ସୁତ୍ରରୁ ବଡ଼ ଧରଣର ଲାଭ ମିଳିପାରେ । ଭାଇ ଭଉଣୀଙ୍କ ସହ ସମ୍ପର୍କ ମଜବୁତ ହେବ। ବୈବାହିକ ଜୀବନରେ ବୁଝାମଣା ଭଲ ରହିବ । ବ୍ୟବସାୟରୁ ବିଶେଷ ଲାଭ ପାଇବେ। ଆପଣଙ୍କର ବ୍ୟକ୍ତିତ୍ୱ ଅଧିକ ପ୍ରଭାବଶାଳୀ ହେବ ।