ଓଡ଼ିଶାରେ ଏଚସିଏଲ ଟେକ୍ ପ୍ରତିଷ୍ଠା କରିବ ଗ୍ଲୋବାଲ ଡେଲିଭରୀ ସେଣ୍ଟର

Reporterspen

ଭୁବନେଶ୍ୱର (ରିପୋର୍ଟର୍ସପେନ୍‌): ଓଡ଼ିଶାର ଶିଳ୍ପ ଓ ଟେକ୍ନୋଲୋଜି କ୍ଷେତ୍ରରେ ଏକ ନୂତନ ବିପ୍ଳବର ଶୁଭାରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ଲୋକସେବା ଭବନର କନଭେନସନ ସେଣ୍ଟର ଠାରେ ବିଶ୍ୱପ୍ରସିଦ୍ଧ ‘ଏଚସିଏଲ ଟେକ୍‌’ ଏବଂ ଦେଶର ସ୍ୱଦେଶୀ ଏଆଇ ସଂସ୍ଥା ‘ସର୍ଭମ ଏଆଇ’ ସହିତ ଦୁଇଟି ଯୁଗାନ୍ତକାରୀ ବୁଝାମଣା ପତ୍ର ସ୍ୱାକ୍ଷର କରି ଏଭଳି କିଛି କହିଛନ୍ତି । ଏହି ପଦକ୍ଷେପ ଦ୍ୱାରା ଓଡ଼ିଶାରେ ଟେକ୍ନୋଲୋଜି-ଭିତ୍ତିକ ଆର୍ଥିକ ଅଭିବୃଦ୍ଧି ଅଧିକ ସୁଦୃଢ଼ ହେବା ସହ ରାଜ୍ୟର ହଜାର ହଜାର ଉଚ୍ଚଶିକ୍ଷିତ ଓ କୁଶଳୀ ଯୁବକ-ଯୁବତୀଙ୍କ ପାଇଁ ସିଧାସଳଖ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ଏହି ଐତିହାସିକ ସହଯୋଗିତା ଅନୁଯାୟୀ, ଏଚସିଏଲ ଟେକ୍ ଓଡ଼ିଶାରେ ନିଜର ଏକ ଡେଭଲପମେଣ୍ଟ ସେଣ୍ଟର ‘ ପ୍ରତିଷ୍ଠା କରିବାକୁ ଯାଉଛି । ଯାହା ରାଜ୍ୟର ଏଆଇ ଇକୋସିଷ୍ଟମକୁ ବିଶ୍ୱସ୍ତରରେ ଏକ ନୂଆ ପରିଚୟ ଦେବ । ଏହି ସଂସ୍ଥାର ନାମ ହେଉଛି ଏଚସିଏଲ ଟେକ୍ ଗ୍ଲୋବାଲ ଡେଲିଭରି ସେଂଟର । ଏଥିସହିତ ଏଚସିଏଲ ଟେକ୍ ଏବଂ ‘ସର୍ଭମ ଏଆଇ’ର ମିଳିତ ସହଯୋଗରେ ଓଡ଼ିଶାରେ ଏକ ‘ଏଆଇ-ଅପ୍ଟିମାଇଜ୍ ଡାଟା ସେଂଟର’ ମଧ୍ୟ ପ୍ରତିଷ୍ଠା କରାଯିବ । ସେହିପରି ରାଜ୍ୟ ସରକାରଙ୍କ ପକ୍ଷରୁ ଓଡିଶାରେ ଏକ ସୋଭରେନ୍ ବା ସମ୍ପୂର୍ଣ୍ଣ ସ୍ୱଦେଶୀ ଇଓ ଚବକ୍ସଳ ପ୍ରତିଷ୍ଠା କରାଯିବ । ଏହ ଡାଟା ସେଂଟର ଉକ୍ତ ଏଆଇ ପାର୍କ ମଧ୍ୟମରେ ପ୍ରତିଷ୍ଠିତ ହେବ ।

ଏସସିଏଲ ଡେଭଲପମେଂଟ ସେଂଟର ପାଇଁ ପ୍ରାୟ ୭୩୦ କୋଟି ଟଙ୍କାର ପୁଞ୍ଜିନିବେଶ ହେଉଛି । ଯାହା ରାଜ୍ୟର ଡିଜିଟାଲ୍ ଇକୋସିଷ୍ଟମକୁ ବହୁତ ମଜବୁତ କରିବ । ଏହି ଗ୍ଲୋବାଲ୍ ଡେଲିଭରି ସେଣ୍ଟର ମାଧ୍ୟମରେ ଆମ ଓଡ଼ିଶାର ୬,୦୦୦ରୁ ଅଧିକ ଉଚ୍‌ଚ ଶିକ୍ଷିତ ଏବଂ କୁଶଳୀ ଯୁବକ-ଯୁବତୀଙ୍କୁ ସିଧାସଳଖ ନିଯୁକ୍ତି ସୁଯୋଗ ମିଳିବ ।

ସୂଚନାଯୋଗ୍ୟ ଯେ, ଏହି ଦୁଇଟି ପ୍ରକଳ୍ପରେ ଆସନ୍ତା ୫ ବର୍ଷରେ ପ୍ରାୟ ୧୫ ହଜାର କୋଟି ଟଙ୍କା ବିନିଯୋଗ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଡିଜିଟାଲ୍ ଇଣ୍ଡିଆ’ ଦୂରଦୃଷ୍ଟି ଯୋଗୁଁ ଆଜି ଭାରତ ଟେକ୍‌-ରେଡି ହୋଇପାରିଛି ଏବଂ ଓଡ଼ିଶା ଏହି ନବସୃଜନର ଅଗ୍ରଣୀ ନେତୃତ୍ୱ ନେଉଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପୂର୍ବରୁ ଆମେ ବିଦେଶୀ ଏଆଇ ଉପରେ ନିର୍ଭର କରୁଥିଲୁ, କିନ୍ତୁ ଆଜି ଆମର ସ୍ୱଦେଶୀ ଇଓ ‘ସର୍ଭମ’, ବିଶ୍ୱର ଯେକୌଣସି ଟେକ୍ନୋଲୋଜି ସହ ସମକକ୍ଷ ହୋଇପାରିଛି । ଆଗାମୀ ଦିନରେ କୃଷି, ସ୍ୱାସ୍ଥ୍ୟ, ଶିକ୍ଷା ଓ ପ୍ରତିରକ୍ଷା କ୍ଷେତ୍ରରେ ଏହାର ବ୍ୟାପକ ବ୍ୟବହାର କରାଯିବ । ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟ ସରକାର କେବଳ ଖଣିଜ-କୈନ୍ଦ୍ରିକ ଶିଳ୍ପରେ ସୀମିତ ନରହି ସେମିକଣ୍ଡକ୍ଟର, ଏଆଇ, ଟେକ୍ସଟାଇଲ, ଫାର୍ମା ଓ ଆଇଟି ଭଳି ନୂତନ କ୍ଷେତ୍ରଗୁଡ଼ିକୁ ପ୍ରୋତ୍ସାହିତ କରୁଛନ୍ତି ।

ସୂଚନାଯୋଗ୍ୟ ଯେ, ସର୍ଭମ୍ ଏଆଇ ଓଡିଆ ସହିତ ସମସ୍ତ ପ୍ରମୁଖ ଭାରତୀୟ ଭାଷାରେ ଏଆଇ ପ୍ଲାଟଫର୍ମ ଓ ଏଆଇ ଆପ୍ଲିକେସନ ପ୍ରସ୍ତୁତ କରିବାରେ ସଫଳ ହୋଇଛି । ଓଡିଶାରେ ଏହି ଏଆଇ ପାର୍କ ଓ ଏଆଇ ଡାଟା ସେଂଟର ପ୍ରତିଷ୍ଠା ହେବା ଫଳରେ ଓଡିଶାରୁ ହିଁ ଓଡିଆ ସହିତ ବିଭିନ୍ନ ଭାରତୀୟ ଭାଷାରେ କୃତ୍ରିମ ବୁଦ୍ଧିମତାର ସେବା ଉପଲବ୍ଧ ହୋଇପାରିବ ।

ରାଜ୍ୟର ଶିଳ୍ପାୟନ ସମ୍ପର୍କରେ ତଥ୍ୟ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗତ ଦୁଇ ବର୍ଷରେ ୨୦ ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ ପ୍ରସ୍ତାବ ଆସିଛି, ୧୦ ଲକ୍ଷ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ମଞ୍ଜୁର ହୋଇଛି ଏବଂ ୩ ଲକ୍ଷ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ କ୍ଷେତ୍ରସ୍ତରରେ କାର୍ଯ୍ୟକାରୀ ହୋଇସାରିଛି । ସମ୍ପ୍ରତି ନୀତି ଆୟୋଗଙ୍କ ନୂତନ ‘ଇନଭେଷ୍ଟମେଂଟ ଫ୍ରେଣ୍ଡଲିନେସ ଇଣ୍ଡେକ୍ସ’-୨୦୨୬’ ରେ ଓଡ଼ିଶା ଦେଶର ଶୀର୍ଷ ୫ଟି ରାଜ୍ୟ ମଧ୍ୟରେ ସ୍ଥାନ ପାଇଛି ଏବଂ ଆମର ଲକ୍ଷ୍ୟ ଖୁବ୍ ଶୀଘ୍ର ଟପ-୩ରେ ପହଞ୍ଚିବା ।

ନୂଆ ଶିଳ୍ପ ନୀତି, ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଏବଂ ଲ୍ୟାଣ୍ଡ ବ୍ୟାଙ୍କ ବ୍ୟବସ୍ଥା ଯୋଗୁଁ ଚୁକ୍ତି ସ୍ୱାକ୍ଷରଠାରୁ ପ୍ରକଳ୍ପ ଆରମ୍ଭ ହେବା ସମୟସୀମାକୁ ୧୦୦ ଦିନରୁ କମ୍କୁ ହ୍ରାସ କରାଯାଇଛି । ଏଚସିଏଲ ଟେକ୍‌. ସର୍ଭାମ ଏଆଇ ଏବଂ ସମସ୍ତ ନିବେଶକଙ୍କୁ ସମ୍ପୂର୍ଣ୍ଣ ସରକାରୀ ସହଯୋଗର ପ୍ରତିଶ୍ରୁତି ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶା ବଡ଼ ନିବେଶ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଏବଂ ରାଜ୍ୟରେ ନିବେଶ କରିବା ପାଇଁ “ୟହି ସମୟ ହୈ, ସହି ସମୟ ହୈ” ।

ଏହି ଅବସରରେ, ରାଜ୍ୟ ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହାକୁ ଓଡ଼ିଶା ପାଇଁ ଏକ ଅତ୍ୟନ୍ତ ଗୌରବପୂର୍ଣ୍ଣ ମୁହୂର୍ତ୍ତ ବୋଲି ଅଭିହିତ କରିଛନ୍ତି । ସେ କହିଛନ୍ତି ଯେ ଏହାଦ୍ୱାରା ରାଜ୍ୟର ଇଲେକ୍‌ଟ୍ରୋନିକ୍ସ ଏବଂ ଆଇଟି କ୍ଷେତ୍ର ପ୍ରଗତିର ଏକ ନୂତନ ଶିଖରକୁ ଛୁଇଁବାକୁ ଯାଉଛି । ଓଡ଼ିଶା ଉପରେ ଆସ୍ଥା ପ୍ରକଟ କରିଥିବାରୁ ସେ ଏଚସିଏଲ୍ ଟେକ୍ନୋଲୋଜିକୁ ଧନ୍ୟବାଦ ଜଣାଇଛନ୍ତି । ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ନୀତି ଆୟୋଗର ସମ୍ପ୍ରତି ରିପୋର୍ଟ ଅନୁସାରେ ନିବେଶ ପାଇଁ ଓଡ଼ିଶା ଦେଶରେ ତୃତୀୟ ସ୍ଥାନରେ ରହିଛି, ଯାହା ‘ଡିଜିଟାଲ୍ ଇଣ୍ଡିଆ’ର ସ୍ୱପ୍ନକୁ ସାକାର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି । ସେମିକଣ୍ଡକ୍ଟର ଶିଳ୍ପ କ୍ଷେତ୍ରରେ ଓଡ଼ିଶା ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିସାରିଛି ବୋଲି ମନ୍ତ୍ରୀ ମହାଲିଙ୍ଗ ପ୍ରକାଶ କରିଛନ୍ତି ।

ଏହି ଅବସରରେ, ଓଡ଼ିଶାରେ ନିବେଶ କରିବା ପାଇଁ ଏଚସିଏଲ୍ ପ୍ରଯୁକ୍ତିବିଦ୍ୟା ସଂସ୍ଥା ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ଏଚସିଏଲ୍ ଚେୟାରପର୍ସନ୍ ରୋଶନୀ ନାଦର ମାଲହୋତ୍ରା ପ୍ରକାଶ କରିଛନ୍ତି । ଓଡ଼ିଶା ସରକାରଙ୍କ ସହଯୋଗ ପାଇଁ କୃତଜ୍ଞତା ଜ୍ଞାପନ କରି ସେ କହିଛନ୍ତି ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୂରଦୃଷ୍ଟିସମ୍ପନ୍ନ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ଏଚସିଏଲ୍ ରାଜ୍ୟରେ ନିଜର ଆଗାମୀ ନିବେଶ ଯୋଜନା ଆରମ୍ଭ କରିବାକୁ ଯାଉଛି । ନିକଟରେ ଓଡ଼ିଶାରେ ସଫଳତାର ସହ ଆୟୋଜିତ ହୋଇଥିବା ଏଆଇ ସମ୍ମିଳନୀ ପ୍ରମାଣିତ କରିଛି ଯେ ରାଜ୍ୟ କୃତ୍ରିମ ବୁଦ୍ଧିମତ୍ତା ଭିତ୍ତିକ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ କାର୍ଯ୍ୟ କରିବାକୁ ସମ୍ପୂର୍ଣ୍ଣ ସମର୍ଥ ଓ ପ୍ରସ୍ତୁତ ରହିଛି । ଏହି ଅବସରରେ ସେ ଓଡ଼ିଶାରେ ଏକ ସ୍ୱତନ୍ତ୍ର ‘ଏଆଇ ପାର୍କ’ ପ୍ରତିଷ୍ଠା କରାଯିବ ବୋଲି ଘୋଷଣା କରିବା ସହ ଏହା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଯାତ୍ରାରେ ଏକ ପ୍ରମୁଖ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ସେ ପ୍ରକାଶ କରିଛନ୍ତି ।

ଏହି ବୁଝାମଣା ପତ୍ର ସ୍ୱାକ୍ଷର ଅବସରରେ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଳ କୁମାର ଦେବ, ସି. ବିଜୟକୁମାର, ସର୍ଭମ ଇଓ ର ଉଋଙ ପ୍ରତ୍ୟୁଷ କୁମାର, ଶିଳ୍ପ ଓ ଶିକ୍ଷା ଜଗତର ବିଶିଷ୍ଟ ବ୍ୟକ୍ତିବୃନ୍ଦ ଏବଂ ଓଡ଼ିଶା ସରକାରଙ୍କ ବରିଷ୍ଠ ଆଧିକାରିକଗଣ ଉପସ୍ଥିତ ଥିଲେ ।


Reporterspen