ଚମକିବ ୪ରାଶିଙ୍କ ଭାଗ୍ୟ, ବଢିବ ଧନ ସମ୍ପତ୍ତି

Reporterspen

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। -ଏହି କ୍ରମରେ ଜୁଲାଇ ୨୯ ତାରିଖ ଦିନ ଆଷାଢ ପୂର୍ଣ୍ଣିମା ପଡୁଛି। ଏହି ଦିନ, ଚନ୍ଦ୍ର ମକର ଏବଂ ବୃହସ୍ପତି କର୍କଟ ରାଶିରେ ରହିବେ। ଏହାର ଅର୍ଥ ବୃହସ୍ପତି ଓ ଚନ୍ଦ୍ରଙ୍କ ସଂଯୋଗ ସୃଷ୍ଟି ହେବ। ଏହି ଦୁର୍ଲଭ ସଂଯୋଗ ଗଜକେଶରୀ ରାଜଯୋଗ ସୃଷ୍ଟି କରିବ। ଏହି ଗଜକେଶରୀ ରାଜଯୋଗ କିଛି ରାଶିଙ୍କ ପାଇଁ ବେଶ୍ ଲାଭଦାୟୀ ପ୍ରମାଣିତ ହେବ। ଯଦି ଜାତକରେ ବୃହସ୍ପତି ଓ ଚନ୍ଦ୍ରଙ୍କ ସ୍ଥିତି ମଜବୁତ୍ ଥାଏ। ତେବେ, ବ୍ୟକ୍ତି ଅମାପ ଧନ-ଐଶ୍ବର୍ଯ୍ୟର ଅଧିକାରୀ ହୋଇଥାଏ। ଆସନ୍ତୁ ଜାଣିବା ଏହି ଦୁର୍ଲଭ ଯୋଗ କେଉଁ ରାଶିର ଭାଗ୍ୟ ଉଦୟ କରୁଛି।

କର୍କଟ:ଗଜକେଶରୀ ରାଜଯୋଗ ଏହି ରାଶିଙ୍କ ଭାଗ୍ୟ ଉଦୟ କରିବ। ବିଶେଷକରି, ଆର୍ଥିକ ସ୍ଥିତି ମଜବୁତ୍ ହେବ। ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଯୋଜନା କରୁଥିବା ଲୋକଙ୍କ ପାଇଁ ସମୟ ଖାସ୍ ରହିବ। ଏହି ସମୟରେ ନୂଆ ବ୍ୟବସାୟ ଆରମ୍ଭ କଲେ ଅଧିକ ଟଙ୍କା ରୋଜଗାର କରିବେ। ସେୟାର ମାର୍କେଟ୍ ରେ ଟଙ୍କା ବିନିଯୋଗ କରିବା ପାଇଁ ଯୋଜନା କରୁଥିବା ଲୋକେ ଏହି ସମୟରେ ଇନଭେଷ୍ଟ କଲେ ଅଧିକ ରିଟର୍ଣ୍ଣ ପାଇବେ। ଧାର୍ମିକ ଯାତ୍ରା କରିବେ। ପିତାମାତାଙ୍କ ସେବା କରିବା ସହ ତାଙ୍କ ଦୂରଯାତ୍ରା କରିବେ।

କନ୍ୟା:ଗଜକେଶରୀ ରାଜଯୋଗ ଏହି ରାଶିଙ୍କୁ ମାଲାମାଲ୍ କରିବ। ବିଶେଷକରି, ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ। ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଅନୁକୂଳ ରହିବ। ଏହି ସମୟରେ କମ୍ପିଟେଟିଭ୍ ଏକଜାମ୍ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନେ ଭଲ ରେଜଲ୍ଟ କରିବେ। ବ୍ୟବସାୟୀମାନେ ବାଣିଜ୍ୟ-ବେପାରରେ ଅଧିକ ଲାଭ ପାଇବେ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିପାରେ। ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିବ।

ମକର : ଆଷାଢ ପୂର୍ଣ୍ଣିମାରେ ପଡୁଥିବା ଦୁର୍ଲଭ ଯୋଗ ଏହି ରାଶିଙ୍କ ଭାଗ୍ୟ ଚମକାଇବ। କର୍ମକ୍ଷେତ୍ରରେ ଉପସ୍ଥିତି ଅଧିକାରୀ ଆପଣଙ୍କ କାର୍ଯ୍ୟକୁ ଭୁରି ଭୁରି ପ୍ରଂଶସା କରିବେ। କଠିନ ପରିଶ୍ରମର ଫଳ ମିଳିବ। ପଦୋନ୍ନତିର ଯୋଗ ରହିଛି। ଦିର୍ଘ ଦିନର ଆଶା ପୂରା ହୋଇପାରେ। ଆଷାଢ ପୂର୍ଣ୍ଣିମା ଦିନ କିଛି ଶୁଭ ଖବର ମିଳିପାରେ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ବୈବାହିକ ଜୀବନ ବେଶ୍ ଭଲରେ କଟିବ। ସ୍ବାସ୍ଥ୍ୟ ଭଲ ରହିବ।

ମୀନ: ଆଷାଢ ପୂର୍ଣ୍ଣିମାରେ ପଡୁଥିବା ଦୁର୍ଲଭ ଯୋଗ ଏହି ରାଶିଙ୍କ ଭାଗ୍ୟ ଉଦୟ କରିବ। ବିଶେଷକରି, ଜୀବନରେ ଲାଗି ରହିଥିବା ସମସ୍ୟା ଦୂର ହେବ। ଅଟକି ରହିଥିବା କାର୍ଯ୍ୟ ପୂରା ହେବ। ମାନସିକ ଶାନ୍ତି ମିଳିବ। ଯେଉଁମାନେ ଦିର୍ଘ ଦିନ ଧରି ଚାକିରି ଖୋଜୁଛନ୍ତି, ସେମାନଙ୍କ ପାଇଁ ସମୟ ଅନୁକୂଳ ରହିବ। ଏହି ସମୟରେ ସେମାନେ କୌଣସି ଏକ ଭଲ ସଂସ୍ଥାରୁ ଚାକିରି ପାଇବେ। ଦିର୍ଘ ଦିନ ଧରି ଲାଗି ରହିଥିବା ଟଙ୍କା ପଇସାର ଅଭାବ ଦୂର ହେବ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ।

(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)


Reporterspen