Astrology: ଅସ୍ତ ହେବେ ବୃହସ୍ପତି, ୫ରାଶିଙ୍କ ଭାଗ୍ୟ ଫିଟିବ

Reporterspen

Astrology: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଦେବଗୁରୁ ବୃହସ୍ପତି ଜୁନ୍ ୧୨ ତାରିଖ ସକାଳ ୫ଟା ୪୦ ମିନିଟ୍ ସମୟରେ ମିଥୁନ ରାଶିରେ ଅସ୍ତ ହେବେ। ବୃହସ୍ପତିଙ୍କ ଏହି ଅସ୍ତ କିଛି ରାଶିଙ୍କୁ ଶୁଭଫଳ ପ୍ରଦାନ କରିବ। ଯଦି ଜାତକରେ ବୃହସ୍ପତିଙ୍କ ସ୍ଥିତି ମଜବୁତ୍ ଥାଏ। ତେବେ, ବ୍ୟକ୍ତି ଜଣକ କ୍ୟାରିୟରରେ ଅଭୂତ ପୂର୍ବ ସଫଳତା ହାସଲ୍ କରିବା ସହ ଅମାପ ଧନ ଐଶ୍ବର୍ଯ୍ୟର ଅଧିକାରୀ ହୋଇଥାଏ। ତେବେ, ଆସନ୍ତୁ ଜାଣିବା ଜୁନ୍ ୧୨ ରୁ କେଉଁ ରାଶିଙ୍କ ଭାଗ୍ୟ ଚମକିବାକୁ ଯାଉଛି…

ମେଷ: ଆସନ୍ତାମାସରେ ବୃହସ୍ପତିଙ୍କ ଅସ୍ତ ହେବା ଏହି ରାଶିଙ୍କ ପାଇଁ ବେଶ୍ ଲାଭଦାୟୀ ପ୍ରମାଣିତ ହେବ। ଏହି ସମୟ ମଧ୍ୟରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବ୍ୟବସାୟୀମାନେ ବ୍ୟବସାୟରେ ଅଗ୍ରଗତି କରିବେ। ବ୍ୟବସାୟର ବାକି ପଡିଥିବା ଟଙ୍କା ମିଳିବ। ଯେଉଁମାନେ ନୂଆ ଚାକିରି ଖୋଜୁଛନ୍ତି। ସେମାନଙ୍କୁ କୌଣସି ଏକ ଭଲ କମ୍ପାନୀରୁ ଚାକିରି ଅଫର ମିଳିବ। ପରିବାର ମଧ୍ୟରେ ହୋଇଥିବା ମନୋମାଳିନ୍ୟ ଦୂର ହେବ। ଦିର୍ଘ ଦିନ ଧରି କୋର୍ଟ କଚେରୀରେ ଲାଗି ରହିଥିବା କେସ୍ ର ରାୟ ଆପଣଙ୍କ ସପକ୍ଷରେ ଯିବ। ପ୍ରେମୀମାନଙ୍କ ପାଇଁ ସମୟ ଖାସ୍ ରହିବ।

ବୃଷ: ବୃହସ୍ପତିଙ୍କ ଅସ୍ତ ହେବା ଏହି ରାଶି ପାଇଁ ବେଶ୍ ଫଳଦାୟୀ ରହିବ। ବିଶେଷକରି, କର୍ମକ୍ଷେତ୍ରରେ ଲାଗି ରହିଥିବା ସମସ୍ୟାର ଅନ୍ତ ଘଟିବ। ସହକର୍ମୀମାନେ ପ୍ରତ୍ୟକ କାର୍ଯ୍ୟରେ ସହଯୋଗ କରିବେ। ଯଦି କୌଣସି ସ୍ଥାନରେ ଟଙ୍କା ବିନିଯୋଗ କରିବା ପାଇଁ ଯୋଜନା କରୁଛନ୍ତି। ଏହି ସମୟରେ ବିନିଯୋଗ କରନ୍ତୁ ଭଲ ଲାଭ ମିଳିବ। ବ୍ୟବସାୟୀମାନେ ନୂଆ ଯୋଜନାକୁ କାର୍ଯ୍ୟକାରୀକରି ଅଧିକ ଟଙ୍କା ରୋଜଗାର କରିବାକୁ ସକ୍ଷମ ହେବେ। ଅବିବାହିତଙ୍କ ବିବାହ ଯୋଗ ଫିଟିବ। ପ୍ରେମ ବିବାହରେ ଆସୁଥିବା ବାଧାବିଘ୍ନ ଦୂର ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

କର୍କଟ: ବୃହସ୍ପତିଙ୍କ ଅସ୍ତ ଏହି ରାଶିଙ୍କ ଭାଗ୍ୟ ଉଦୟ କରିବ। ଚାକିରିରେ ପଦୋନ୍ନତି ମିଳିବା ସହିତ ଦରମା ବଢିବ। ଆୟରେ ବୃଦ୍ଧି ପାଇବ। ସେୟାର ମାର୍କେଟ୍ କିମ୍ବା ଅନଲାଇନ୍ କାରବାର କରୁଥିବା ବ୍ୟବସାୟୀମାନେ ପ୍ରଚୁର ଟଙ୍କା ରୋଜଗାର କରିବେ। ମେଡିକାଲ୍,ରିସର୍ଚ୍ଚ, କଳା, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ କାର୍ଯ୍ୟରତ ଲୋକେ କୌଣସି ସଭା ସମିତିରେ ସମ୍ମାନୀତ ହେବେ। ପରିବାର ସହ ଭଲ ସମୟ ଅତିବାହିତ କରିବେ। ବିଦେଶରେ ଚାଲିଥିବା ବାଣିଜ୍ୟ ବ୍ୟବସାରୁ ଲାଭ ପାଇବେ। ବିଦେଶରେ ପାଠ ପଢିବା ପାଇଁ ଇଚ୍ଛା ରଖିଥିବା ଛାତ୍ରଛାତ୍ରୀଙ୍କ ଆଶା ପୂରା ହେବ। ନୂଆ ଗାଡି ଓ ଘର କିଣିବାର ସ୍ବପ୍ନ ସାକାର ହେବ। ପୁରୁଣା ରୋଗରୁ ମୁକ୍ତି ମିଳିବ।

ବିଛା: ବୃହସ୍ପତିଙ୍କ କୃପାରୁ ଏହି ରାଶିଙ୍କ ଭାଗ୍ୟ ଚମକିବାକୁ ଯାଉଛି। ଦିର୍ଘ ଦିନର ଆଶା ପୂରା ହେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଅବିବାହିତଙ୍କ ପାଇଁ ଘରକୁ ଭଲ ବିବାହ ପ୍ରସ୍ତାବ ଆସିବ। ଅବିବାହିତଙ୍କ ପାଇଁ ବିବାହର ଶୁଭଯୋଗ ରହିଛି। ବିଶେଷକରି, ପ୍ରେମୀମାନେ ନିଜ ସାଥୀଙ୍କ ସହ ବିବାହ କରିବେ। କର୍ମକ୍ଷେତ୍ରରେ ବଡ଼ ଦାୟିତ୍ବ ମିଳିବା ସହ ଦରମା ବଢିବ। ବ୍ୟବସାୟୀମାନେ ବଡ଼ ଡିଲ୍ ଫାଇନାଲ୍ କରିବେ। ଯେଉଁଥିରୁ ଅପ୍ରତ୍ୟାଶିତ ଲାଭ ମିଳିବ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ବିବାଦର ଅନ୍ତ ଘଟିବ। ସ୍ବାସ୍ଥ୍ୟ ଭଲ ରହିବ। ଦାମ୍ପତ୍ୟ ଜୀବନରେ ପ୍ରେମ ଭରିବ।

ମୀନ: ବୃହସ୍ପତିଙ୍କ କୃପାକରୁ ଏହି ରାଶିଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବ। ଉଭୟ ଚାକିରିଆ ଓ ବ୍ୟବସାୟୀଙ୍କ ପାଇଁ ସମୟ ଅନୁକୂଳ ରହିବ। ଏହି ସମୟରେ ନୂଆ ବ୍ୟବସାୟ ଆରମ୍ଭ କଲେ ଅଧିକ ଲାଭ ପାଇବେ। ସରକାରୀଙ୍କ ଚାକିରିଆମାନେ ମନ ପସନ୍ଦର ସ୍ଥାନକୁ ବଦଳି ହେବା ସହ ପଦୋନ୍ନତି ହେବ। କମ୍ପିଟେଟିଭ୍ ଏକଜାମ୍ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଶୁଭ ରହିବ। ଭଲ ରେଜଲ୍ଟ କରିବେ। ନୂଆ ଗାଡି ଓ ଘର କିଣିବାର ସ୍ବପ୍ନ ପୂରଣ ହେବ। ରିୟଲି-ଇ-ଷ୍ଟେଟ୍ ବ୍ୟବସାୟୀମାନେ ଭଲ ପ୍ରୋଜେକ୍ଟ ପାଇବେ। ଯେଉଁଥିରୁ ଅଧିକ ଟଙ୍କା ରୋଜଗାର କରିବାରେ ସଫଳ ହେବେ।

(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)


Reporterspen
!-- afp header code starts here -->