Astrology: ଆଜିଠୁ ଫିଟିବ ୫ରାଶିଙ୍କ ଭାଗ୍ୟ

Reporterspen

Astrology : ବୈଦିକ ଜ୍ୟୋତିଶ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ବର୍ତ୍ତମାନ ନ୍ୟାୟର ଦେବତା ଶନି ମୀନ ରାଶିରେ ବିରାଜମାନ ଥିବା ବେଳେ ସେହି ରାଶିକୁ ଆଜି ସକାଳ ୧୦ ଟା ୫୮ ମିନିଟ୍ ସମୟରେ ଗ୍ରହମାନଙ୍କ ରାଜକୁମାର ବୁଧ ଚଳନ କରିବେ। ମୀନରେ ରାଶିରେ ଶନି-ବୁଧଙ୍କ ମିଳନ ଦୁର୍ଲଭ ଯୋଗ ବା ଶନି ବୁଧ ୟୁତି ଯୋଗ ସୃଷ୍ଟି କରୁଛି। ଏହି ଦୁର୍ଲଭ ଯୋଗ ଦିର୍ଘ ୧୦୦ ବର୍ଷ ପରେ ପଡିଛି। ଯଦି ଜାତକରେ ଶନି-ବୁଧଙ୍କ ସ୍ଥିତି ମଜବୁତ୍ ଥାଏ। ତେବେ, ବ୍ୟକ୍ତି ଜୀବନରେ ସମସ୍ତ ଧନ, ଐଶ୍ବର୍ଯ୍ୟ ପ୍ରାପ୍ତ କରିବା ସହିତ କ୍ୟାରିୟରରେ ଅଗ୍ରଗତି କରିଥାଏ। ତେବେ, ଆସନ୍ତୁ ଜାଣିବା ଆଜିଠାରୁ କେଉଁ ରାଶିଙ୍କ ଭାଗ୍ୟ ଚମକିବାକୁ ଯାଉଛି।

ମିଥୁନ: ଶନି-ବୁଧ ୟୁତି ଏହି ରାଶି ପାଇଁ ବେଶ୍ ଲାଭଦାୟୀ ପ୍ରମାଣିତ ହେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବିଶେଷକରି, ବ୍ୟବସାୟୀଙ୍କ ପାଇଁ ସମୟ ଅନୁକୂଳ ରହିଛି। ଏହି ସମୟରେ ନୂଆ ବ୍ୟବସାୟ ଆରମ୍ଭ କଲେ ଅଧିକ ଟଙ୍କା ରୋଜଗାର କରିବାକୁ ସକ୍ଷମ ହେବେ। କର୍ମକ୍ଷେତ୍ରରେ ଲାଗି ରହିଥିବା ସମସ୍ୟା ଦୂର ହେବ। ସହକର୍ମୀମାନେ ପ୍ରତ୍ୟକ କାର୍ଯ୍ୟରେ ସହଯୋଗର ହାତ ବଢେଇବେ। ଯେଉଁମାନେ ଦିର୍ଘ ଦିନ ହେବ,ଚାକିରି ଖୋଜୁଛନ୍ତି। ସେମାନଙ୍କୁ କୌଣସି ଏକ ସଂସ୍ଥାରୁ ବଡ଼ ଅଫର ମିଳିବ। ଘରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ଯେଉଁମାନେ ସିଙ୍ଗଲ୍ ଅଛନ୍ତି ସେମାନଙ୍କୁ ନୂଆ ଜୀବନସାଥୀ ମିଳିବେ। ପୁରୁଣା ରୋଗରୁ ମୁକ୍ତି ମିଳିବା ସହ ପରିବାର ସହ ହସ-ଖୁସିରେ ସମୟ ଅତିବାହିତ କରିବେ।

କନ୍ୟା: ଶନି-ବୁଧ ୟୁତି ଏହି ରାଶିଙ୍କ ପାଇଁ ବେଶ୍ ଫଳଦାୟୀ ପ୍ରମାଣିତ ହେବ। ଆର୍ଥିକ ସ୍ଥିତି ଭଲ ରହିବ। ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ବଦଳାଇବାକୁ ଚେଷ୍ଟା କରୁଛନ୍ତି। ସେମାନଙ୍କ ପାଇଁ ସମୟ ଭଲ ରହିବ। ଚେଷ୍ଟା ଜାରି ରଖନ୍ତୁ ,ସଫଳତା ନିଶ୍ଟୟ ପାଇବେ। ବ୍ୟବସାୟୀମାନେ ବଡ଼ ଡିଲ୍ ଫାଇନାଲ୍ କରିବେ। ଯେଉଁଥିରୁ ପ୍ରଚୁର ଲାଭ ପାଇବେ। ଯେଉଁମାନେ ବିଦେଶରେ ଉଚ୍ଚ ଶିକ୍ଷା ପାଇଁ ସ୍ବପ୍ନ ଦେଖୁଛନ୍ତି। ସେମାନଙ୍କ ଆଶା ପୂରା ହେବ। ନୂଆ ଘର ଓ ଗାଡି଼ କିଣିବାର ଆଶା ପୂରା ହେବ। ପରିବାର ଓ ସମ୍ପର୍କୀୟଙ୍କ ସହ ହୋଇଥିବା ମତଭେଦ ଦୂର ହେବ। କମ୍ପିଟେଟିଭ୍ ଏକଜାମ୍ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଖାସ୍ ରହିଛି। ଅବିବାହିତଙ୍କ ବିବାହ ଯୋଗ ଫିଟିବ। କଳା, ସାହିତ୍ୟ, ସାମ୍ବାଦିକତା ଓ କ୍ରୀଡା କ୍ଷେତ୍ରରେ କାର୍ଯ୍ୟରତ ଲୋକଙ୍କ ପାଇଁ ସମୟ ଖାସ୍ ରହିଛି। ଏହି ସମୟରେ କୌଣସି ସଭା ସମତିରେ ସମ୍ମାନୀତ ହେବେ। ମହିଳା କର୍ମଚାରୀଙ୍କୁ କର୍ମକ୍ଷେତ୍ରରେ ବଡ଼ ଦାୟିତ୍ବ ମିଳିବ। ପାରିବାରିକ ଜୀବନ ସୁଖମୟ ହେବ।

ତୁଳା: ଶନି ଓ ବୁଧଙ୍କ ବିଶେଷ ଆର୍ଶିବାଦ ଏହି ରାଶି ଉପରେ ରହିବ। ବ୍ୟବସାୟୀ ଓ ଚାକିରିଆଙ୍କ ପାଇଁ ସମୟ ଅନୁକୂଳ ରହିବ। ଏହି ସମୟରେ ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଖାସ୍ ରହିବ। ସେମାନଙ୍କ ଆଶା ପୂରା ହେବ। ପୁଞ୍ଜି ବିନିଯୋଗ ପାଇଁ ଯୋଜନା କରୁଥିବା ଲୋକେ ଏହି ସମୟରେ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ନେଇ ବିନିଯୋଗ କରନ୍ତୁ ଭଲ ରେଜଲ୍ଚ ପାଇବେ। ବିଦେଶରେ ଚାଲିଥିବା ବାଣିଜ୍ୟ ବ୍ୟବସାୟରୁ ଆଶାତିତ ଲାଭ ପାଇବେ। ପୈତୃକ ସମ୍ପତ୍ତିରୁ ଅଧିକ ଭାଗ ପାଇବେ। ସ୍ବାସ୍ଥ୍ୟ ଭଲ ରହିବ।

ମକର: ଶନି ଓ ବୁଧଙ୍କ କୃପାରୁ ଉଦୟ ହେବ ଏହି ରାଶିଙ୍କ ଭାଗ୍ୟ। ବିଶେଷକରି, ଆର୍ଥିକ ସ୍ଥିତି ବଦଳିବ। ମେଡିକାଲ୍, ରିସର୍ଚ୍ଚ,ସାମ୍ବାଦିକତା ଓ କଳା କ୍ଷେତ୍ରରେ କାର୍ଯ୍ୟରତ ଲୋକଙ୍କ ପଦୋନ୍ନତି ହେବା ସହ ଦରମା ବଢିବ। ବ୍ୟବସାୟୀମାନେ ବ୍ୟବସାୟରେ ଅଗ୍ରଗତି କରିବା। ବ୍ୟବସାୟରେ ଲାଗି ରହିଥିବା ମାନ୍ଦା ବସ୍ଥା ଦୂର ହେବ। ନିଜ ସନ୍ତାନଙ୍କ ଠାରୁ ଶୁଭ ଖବର ମିଳିବ। ପ୍ରତ୍ୟକ କାର୍ଯ୍ୟରେ ପରିବାର ଲୋକଙ୍କ ଠାରୁ ସମର୍ଥନ ମିଳିବ। ଦୂରଯାତ୍ରାର ଯୋଗ ରହିଛି । ଅବିବାହିତଙ୍କ ପାଇଁ ବିବାହର ଯୋଗ ଫିଟିବ। ନୂଆ ଗାଡି ଓ ଘର କିଣିବାର ସ୍ବପ୍ନ ସାକାର ହେବେ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ।

କୁମ୍ଭ: ଶନି-ବୁଧ-ୟୁତି ଏହି ରାଶିକୁ ମାଲାମାଲ୍ କରିବ। ଆଣିଥିବା ଋଣ ସୁଝିବାରେ ସକ୍ଷମ ହେବେ। ପାର୍ଟନରସିପ୍ ରେ ଚାଲିଥିବା ବ୍ୟବସାୟରୁ ଅଧିକ ଟଙ୍କା ରୋଜଗାର କରିବାକୁ ସକ୍ଷମ ହେବେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ। ପ୍ରତ୍ୟକ କାର୍ଯ୍ୟ କରିବାକୁ ସମର୍ଥ ହେବେ। ନିଜ ପିତାମାତାଙ୍କ ସହ ଦୂରଯାତ୍ରା କରିବେ। କର୍ମକ୍ଷେତ୍ରରେ ପଦୋନ୍ନତିର ଯୋଗ ରହିଛି। ଘରେ କୌଣସି ପ୍ରକାର ମାଙ୍ଗଳିକ କାର୍ଯ୍ୟ ହେବ। ପୁରୁଣା ରୋଗରୁ ମୁକ୍ତି ମିଳିବ। ନୂଆ ଘର ଓ ଗାଡି଼ କିଣିବାର ସ୍ବପ୍ନ ସାକାର ହେବ।

(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)


Reporterspen
!-- afp header code starts here -->