ଚେନ୍ନାଇ, ୧୪ ।୦୪: ଆଇପିଏଲ୍ ୨୦୨୬ର ୨୨ତମ ମ୍ୟାଚ୍କୁ ଚେନ୍ନାଇ ସୁପର କିଙ୍ଗ୍ସ ଜିତି ନେଇଛି । ଘରୋଇ ମାଟିରେ ଚେନ୍ନାଇ ଉଭୟ ବ୍ୟାଟିଂ ଏବଂ ବୋଲିଂ କ୍ଷେତ୍ରରେ ଦମଦାର ପ୍ରଦର୍ଶନ କରି କେକେଆରକୁ ୩୨ ରନରେ ପରାସ୍ତ କରିଛି । କୋଲକାତା ଟିମ୍ ୨୦ ଓଭରରେ ୭ ୱିକେଟ୍ ହରାଇ ୧୬୦ ରନ୍ କରିପାରିଛି । କୋଲକାତା ପକ୍ଷରୁ ନୁର ଅହମଦ ସର୍ବାଧିକ ୩ଟି ୱିକେଟ୍ ନେଇଥିଲେ । ସେ ୪ ଓଭର ବୋଲିଂ କରିଥିଲେ ଏବଂ ୨୧ ରନ୍ ଖର୍ଚ୍ଚ କରିଥିଲେ । ଅଂଶୁଲ କମ୍ବୋଜଙ୍କୁ ୨ଟି, ଖଲିଲ ଅହମଦ୍ ଏବଂ ଅକିଲ ହୁସେନଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା ।
୧୯୩ରନ୍ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା କୋଲକାତାଆରମ୍ଭରୁ ବିପର୍ଯ୍ୟୟର ସାମ୍ନା କରିଥିଲା । ଆଜିଙ୍କ୍ୟ ରହାଣେଙ୍କ ଦଳ ସ୍କୋର ୧୩ ରନ୍ରେ ଫିନ୍ ଆଲେନ୍ ଏବଂ ୨୯ ରନ୍ରେ ସୁନୀଲ ନାରାୟଣଙ୍କୁ ହରାଇଥିଲା । ଆଲେନ୍ ମାତ୍ର ୧ ରନ୍ କରି ଆଉଟ୍ ହୋଇଥିଲା ବେଳେ ସୁନୀଲ ୧୭ଟି ବଲ୍ ଖେଳି ୨୪ ରନ୍ ସଂଗ୍ରହ କରିଥିଲେ । ଏଥିରେ ସେ ୨ଟି ଚୌକା ଏବଂ ୨ଟି ଛକା ସାମିଲ କରିଥିଲେ ।
ଅଧିନାୟକ ଆଜିଙ୍କ୍ୟ ରହାଣେ ୨୨ଟି ବଲ୍ ଖେଳି ୨୮ ରନ୍ ସଂଗ୍ରହ କରିଥିଲେ । ଏଥିରେ ସେ ୨ଟି ଛକା ମାରିଥିଲେ । ଅଗ୍ନିକ୍ରିଶଙ୍କ ବ୍ୟାଟରୁ ୨୭ ରନ୍ ମିଳିଥିଲା । ସେ ୧୯ଟି ବଲ୍ର ସାମ୍ନା କରି ୩ଟି ଚୌକା ଏବଂ ଗୋଟିଏ ଛକା ମାରିଥିଲେ । କ୍ୟାମରନ ଗ୍ରିନ ଖାତା ଖୋଲି ନପାରି ଆଉଟ୍ ହୋଇଥିଲେ । ରିଙ୍କୁ ସିଂହ ୬ ରନ୍ କରି ଆଉଟ୍ ହୋଇଥିଲେ ।
ଚେନ୍ନାଇର ଏମ୍.ଏ ଚିଦାମ୍ବରମ୍ ଷ୍ଟାଡିୟମରେ ମଙ୍ଗଳବାର କୋଲକାତା ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଘରୋଇ ଦଳ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ଟି ୱିକେଟ୍ ହରାଇ ୧୯୨ ରନ୍ ସଂଗ୍ରହ କରିଥିଲା । ଚେନ୍ନାଇ ପାଇଁ ସଂଜୁ ସାମସନ ଏବଂ ଅଧିନାୟକ ଋତୁରାଜ ଗାଏକ୍ୱାର୍ଡ ଇନିଂସ ଆରମ୍ଭ କରିଥିଲେ । ଦଳର ସ୍କୋର ୨୫ ରନ୍ ଥିଲା ବେଳେ ପ୍ରଥମ ଝଟକା ଲାଗିଥିଲା । କୋଲକାତାର ପ୍ରଥମ ଶିକାର ହୋଇଥିଲେ ଗାଏକ୍ୱାର୍ଡ । ସେ ମାତ୍ର ୭ ରନ୍ ସଂଗ୍ରହ କରି ଆଉଟ୍ ହୋଇଥିଲେ । ୬ଟି ବଲ୍ ଖେଳି ଗୋଟିଏ ଚୌକା ମାରିଥିଲେ । ସାମସନ୍ ଏବଂ ଆୟୁଷ ମହାତ୍ରେ ଦ୍ୱିତୀୟ ୱିକେଟ୍ ପାଇଁ ୪୯ ରନ୍ର ଭାଗିଦାରୀ କରିଥିଲେ । ଆୟୁଷ ଆଉଟ୍ ହେବା ପୂର୍ବରୁ ବ୍ୟକ୍ତିଗତ ଭାବେ ୩୮ ରନ୍ ସଂଗ୍ରହ କରିଥିଲେ । ସେ ୧୭ଟି ବଲ୍ର ସାମ୍ନା କରି ୬ଟି ଚୌକା ଏବଂ ୨ଟି ଛକା ମାରିଥିଲେ ।
କୋଲକାତାର ତୃତୀୟ ଶିକାର ହେବା ପୂର୍ବରୁ ସଂଜୁ ସାମସନ ବ୍ୟକ୍ତିଗତ ଭାବେ ୪୮ ରନ୍ କରିଥିଲେ । ସେ ୩୨ଟି ବଲ୍ ଖେଳି ୪ଟି ଚୌକା ଏବଂ ୩ଟି ଛକା ମାରିଥିଲେ । ଡେୱାଲ୍ଡଙ୍କ ବ୍ୟାଟରୁ ୪୧ ରନ୍ ସଂଗ୍ରହ ହୋଇଥିଲା । ସେ ୨୯ଟି ବଲ୍ ଖେଳି ୪ଟି ଚୌକା ଏବଂ ୨ଟି ଛକା ମାରିଥିଲେ । ସଫରରାଜ ଖାନ ଗୋଟିଏ ଚୌକା ଏବଂ ୨ଟି ଛକା ବଳରେ ୨୩ ରନ୍ କରିଥିଲେ । ଶିଭବ ଦୁବେ ଅପରାଜିତ ୧୩ ରନ୍ ଏବଂ ଜିମି ଓଭରଟନ୍ ଅପରାଜିତ ୭ ରନ୍ ସଂଗ୍ରହ କରିଥିଲେ । କୋଲକାତା ପକ୍ଷରୁ କାର୍ତ୍ତିକ ତ୍ୟାଗୀଙ୍କୁ ୨ଟି ୱିକେଟ୍ ମିଳିଥିଲା ବେଳେ ବୈଭବ ଅରୋଜା, ଅନୁକୂଳ ରୟ ଏବଂ ସୁନୀଲ ନାରାୟଣଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା ।
ନୁର ଅହମ୍ମଦ ଘାତକ ସାଜିଲେ
ଚେନ୍ନାଇ ପାଇଁ ନୁର ଅହମ୍ମଦ ବଲ୍ ସହିତ ବିପର୍ଯ୍ୟୟ ଘଟାଇଥିଲେ । ସେ ୪ ଓଭରରେ ମାତ୍ର ୨୧ ରନ ଦେଇ ୩ ୱିକେଟ୍ ନେଇଥିଲେ । ଚେପକ ପିଚ୍ରେ ରିଙ୍କୁ ସିଂହ, କ୍ୟାମେରନ୍ ଗ୍ରୀନ୍ ଏବଂ ଅଧିନାୟକ ଅଜିଙ୍କ୍ୟ ରାହାଣେ ସମସ୍ତେ ତାଙ୍କ ସ୍ପିନ୍ର ଶିକାର ହୋଇଥିଲେ ।

