Cyclone Montha: ୬୧ ଟ୍ରେନ ବାତିଲ କଲା ପୂର୍ବତଟ ରେଳପଥ

Reporterspen

Cyclone Montha: ଭୁବନେଶ୍ୱର (ରିପୋର୍ଟର୍ସ ପେନ୍‌) : ବାତ୍ୟା ମୋନ୍ଥାର ଭୟାବହତା ଓ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ୬୧ଟି ଟ୍ରେନ ବାତିଲ କରାଯାଇଛି। ୪ ଦିନ ପାଇଁ ଏହି ଟ୍ରେନଗୁଡ଼ିକୁ ବାତିଲ କରାଯାଇଥିବା ସୂଚନା ଦେଇଛି ରେଳ ବିଭାଗ। ଏହି ସୂଚନା ଅନୁସାରେ ୨୭ ତାରିଖରୁ ଆରମ୍ଭ ହୋଇଛି ଟ୍ରେନ ବାତିଲ କାର୍ଯ୍ୟକ୍ରମ। ୨୭ ତାରିଖରେ ୪ଟି ଟ୍ରେନ ବାତିଲ ହୋଇଥିବା ବେଳେ ଆଜି ୨୮ଟି ଟ୍ରେନ ବାତିଲ କରାଯାଇଛି। ସେହିପରି ଆସନ୍ତା କାଲି ୮ଟି ଓ ୩୦ ତାରିଖ ଗରୁରୁବାଦ ସଦିନ ୧ଟି ଟ୍ରେନ ବାତିଲ କରିବାକୁ ନିଷ୍ପତ୍ତି ନେଇଛି ରେଳ ବିଭାଗ।

ବାତିଲ ହୋଇଥିବା କିଛି ଗୁରୁତ୍ୱପୂର୍ଣ୍ଣ ଓ ସ୍ୱତନ୍ତ୍ର ଟ୍ରେନ ଗୁଡ଼ିକ ହେଲା: ଭୁବନେଶ୍ୱର ନ୍ୟୁ-ହାଇଦ୍ରାବାଦ ସ୍ପେଶାଲ୍, ବେଙ୍ଗାଲୁରୁ-ଭୁବନେଶ୍ୱର ପ୍ରଶାନ୍ତ ଲକ୍ସପ୍ରେସ। ସେହିପରି ୩୦ ତାରିଖ ଦିନ ପୁରୀରୁ ଛାଡ଼ିବାକୁ ଥିବା ପୁରୀ-ତିରୁପତି ଟ୍ରେନ ବାତିଲ କରାଯିବ ବୋଲି କହିଛି ପୂର୍ବତଟ ରେଳ ବିଭାଗ।

ରେଳ ଅଧିକାରୀମାନେ ପାଣିପାଗ ବିଭାଗଏବଂ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରଖି ବଢୁଥିବା ପାଣିପାଗ ପରିସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି। ଘୂର୍ଣ୍ଣିବାତ୍ୟା ପରେ ଶୀଘ୍ର ପୁନରୁଦ୍ଧାର ସୁନିଶ୍ଚିତ କରିବା ପାଇଁ ଟ୍ରାକ, ସିଗନାଲିଂ ସିଷ୍ଟମ ଏବଂ ଓଭରହେଡ୍ ପାୱାର ଲାଇନଗୁଡ଼ିକର ୨୪ ଘଣ୍ଟା ଯାଞ୍ଚ ପାଇଁ କ୍ଷେତ୍ର ଦଳଗୁଡ଼ିକୁ ନିୟୋଜିତ କରାଯାଇଛି।


Reporterspen