Gautam Gambhir: ଗୌତମଙ୍କ ପାଇଁ ଆସୁଛି ଗମ୍ଭୀର ସମସ୍ୟା ! ଜାଣନ୍ତୁ

Reporterspen

Gautam Gambhir: ଗୌତମ ଗମ୍ଭୀର: ମେଲବୋର୍ଣ୍ଣ ଟେଷ୍ଟରେ ଭାରତୀୟ ଦଳକୁ ଏକ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା । ବକ୍ସିଂ ଡେ ଟେଷ୍ଟରେ ଅଷ୍ଟ୍ରେଲିଆ ୧୮୪ ରନ୍ ବ୍ୟବଧାନରେ ଭାରତକୁ ପରାସ୍ତ କରିଛି । ଏହି ବିଜୟ ପରେ ଅଷ୍ଟ୍ରେଲିଆ ୫ ଟେଷ୍ଟ ମ୍ୟାଚ୍ ସିରିଜରେ ୨-୧ରେ ଆଗରେ ରହିଛି । ଏଥି ସହିତ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଏବଂ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ଉପରେ କ୍ରମାଗତ ପ୍ରଶ୍ନ ଉଠିଛି । ମେଲବୋର୍ଣ୍ଣରେ ପରାଜୟ ପରେ ପୂବର୍ତନ କ୍ରିକେଟରଙ୍କ ସମେତ ପ୍ରଶଂସକମାନେ କ୍ରମାଗତ ଭାବରେ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ଟାଗେର୍ଟ କରୁଛନ୍ତି । ବର୍ତ୍ତମାନ ସିଡନୀ ଟେଷ୍ଟ ପୂର୍ବରୁ ବଡ ତଥ୍ୟ ବାହାରକୁ ଆସୁଛି ।

ସିଡନୀ ଟେଷ୍ଟ ପରେ ଗୌତମ ଗମ୍ଭୀର ଛୁଟିରେ ରହିବେ!
ବାସ୍ତବରେ ଯଦି ଭାରତ ସିଡନୀ ଟେଷ୍ଟ ଜିତିବାରେ ବିଫଳ ହୁଏ ତେବେ ଗୌତମ ଗମ୍ଭୀରଙ୍କ ସମସ୍ୟା ବଢିବା ନିଶ୍ଚିତ । ଗଣମାଧ୍ୟମ ରିର୍ପୋଟ ଅନୁଯାୟୀ, ଗୌତମ ଗମ୍ଭୀରଙ୍କ ମୁଣ୍ଡ ଉପରେ ଖଣ୍ଡା ଝୁଲୁଛି । ସିଡନୀ ଟେଷ୍ଟ ଗୌତମ ଗମ୍ଭୀରଙ୍କ କାର୍ଯ୍ୟକାଳକୁ ବହୁ ପରିମାଣରେ ସ୍ଥିର କରିବ । ଯଦି ଭାରତୀୟ ଦଳ ସିଡନୀ ଟେଷ୍ଟରେ ଜିତି ୨-୨ ରେ ଡ୍ର ରଖି ସିରିଜକୁ ସମାପ୍ତ କରେ, ତେବେ ଗୌ ତମ ଗମ୍ଭୀରଙ୍କ ପାଇଁ କିଛି ଜିନିଷ ସହଜ ହୋଇପାରେ, କିନ୍ତୁ ଯଦି ଭାରତ ଏହି ସିରିଜକୁ ହରାଇବ, ତେବେ ଗୌତମ ଗମ୍ଭୀରଙ୍କ ସମସ୍ୟା ବଢିବା ନିଶ୍ଚିତ । ତେବେ ସିଡନୀ ଟେଷ୍ଟ ପରେ ଗୌତମ ଗମ୍ଭୀରଙ୍କ କାର୍ଯ୍ୟକାଳ ଉପରେ କେଉଁ ନିଷ୍ପତ୍ତିି ନିଆଯାଇଛି ତାହା ଦେଖିବା ମଜାଦାର ହେବ ।

ଭାରତ ୧୨ବର୍ଷ ପରେ ଘରୋଇ ମାଟିରେ ଟେଷ୍ଟ ସିରିଜ୍ ହରାଇଲା
ଅଷ୍ଟ୍ରେଲିଆ ବିପକ୍ଷରେ ବର୍ଡର-ଗାଭାସ୍କର ଟ୍ରଫି ପୂର୍ବରୁ ଭାରତୀୟ ଦଳ ନିଜ ମାଟିରେ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା । ୩ଟି ଟେଷ୍ଟ ମ୍ୟାଚ୍ ସିରିଜରେ ନ୍ୟୁଜିଲ୍ୟାଣ୍ଡ ଭାରତୀୟ ଦଳକୁ ହରାଇ ଦେଇଛି । ଏହିପରି, ଭାରତୀୟ ଦଳ ପ୍ରାୟ ୧୨ବର୍ଷ ପରେ ନିଜ ମାଟିରେ ଏକ ଟେଷ୍ଟ ସିରିଜ୍ ହରାଇଲା । ଏଥି ସହିତ ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିରେ ଭାରତୀୟ ଦଳର ଖରାପ ପ୍ରଦର୍ଶନ ଜାରି ରହିଛି । ତେଣୁ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର କ୍ରମାଗତ ଭାବରେ ସମାଲୋଚନାର ଶିକାର ହେଉଛନ୍ତି ।


Reporterspen