ଭୁବନେଶ୍ୱର, (ରିପୋର୍ଟର୍ସ ପେନ୍): ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ପ୍ରବଳ ବର୍ଷା ଚେତାବନୀ ଦେଇଛି ବିଭାଗ। ଦକ୍ଷିଣ ପଶ୍ଚିମବଙ୍ଗ ଏବଂ ସଂଲଗ୍ନ ଉତ୍ତର ଓଡିଶା ଉପରେ ଥିବା ଉପର ବାୟୁ ଘୁର୍ଣ୍ଣିବଳୟ ପ୍ରଭାବରେ ସେହି ସମାନ ଅଂଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାସହିତ ଜଡିତ ଘୁର୍ଣ୍ଣିବଳୟ ସମୁଦ୍ର ପତନ ଠାରୁ ୭.୬ ମିମି ପର୍ଯ୍ୟନ୍ତ ବ୍ୟାପିଥିବା ବେଳେ ଦକ୍ଷିଣ ପଶ୍ଚିମ ଆଡକୁ ଢଳି ରହିଛି। ପ୍ରଭାବରେ ଆହୁରି ୨୪ ଘଂଟାରେ ରାଜ୍ୟରେ ଅତି ପ୍ରବଳ ବର୍ଷା ସହ ୭ ଦିନ ଯାଏ ଗୋଟେ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା କୁ ନେଇ ଚେତାବନୀ ରହିଛି। ଉପକୂଳ ଓଡ଼ିଶାରେ ବର୍ଷା ର ବିଶେଷ ପ୍ରଭାବ ରହିବ।
ଆଗାମୀ ୨୪ ଘଣ୍ଟାରେ ସାରା ଓଡ଼ିଶାରେ ବର୍ଷା ଚେତାବନୀ ସହ ପ୍ରବଳ ରୁ ଅତି ପ୍ରବଳ ବର୍ଷା ପାଇଁ ବରଗଡ଼ ସମ୍ବଲପୁର ଝାରସୁଗୁଡା ଓ ସୁନ୍ଦରଗଡ ଏହି ୪ ଜିଲ୍ଲାକୁ କୁ ଅରେଞ୍ଜ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ। ସେହିପରି ମାଲକାନଗିରି, ଗଂଜାମ ,ଗଜପତି , ନୟାଗଡ, କଟକ ଜଗତସିଂହପୁର, ଯାଜପୁର, ବଧରଙ୍କ, ବାଲେଶ୍ୱର,ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର, ଦେଓଗଡ, ବୌଦ୍ଧ, ସୋନପୁର, ବଲାଙ୍ଗୀର ଓ ନୂଆପଡା ଏହି ୧୯ ଜିଲ୍ଲାକୁ ପ୍ରବଳ ବର୍ଷା ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ବିଭାଗ। ଅବଶିଷ୍ଟ ୭ ଜିଲ୍ଲାରେ ବିଜୁଳି ଘଡଘଡି ସହ ୩୦ ରୁ ୪୦ କିମି ଝଟକା ପବନ ସମ୍ଭାବନା ସମ୍ଭାବନାକୁ ନେଇ ୟେଲୋ ବର୍ଣ୍ଣିଙ୍ଗ ଜାରି।
ସେହିପରି ଆସନ୍ତାକାଲି କିଛି କିଛି ସ୍ଥାନରେ ହଳୁକାରୁ ମଧ୍ୟମ ଧରଣର ବର୍ଷା ସହ ସୁନ୍ଦରଗଡ, ସମ୍ବଲପୁର, ବରଗଡ଼ ଓ ଝାରସୁଗୁଡା ପ୍ରବଳ ବର୍ଷାକୁ ନେଇ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ବିଭାଗ।ସେହିପରି ଗଜପତି, ଗଂଜାମ,ନୟାଗଡ, ଖୋର୍ଦ୍ଧା, ପୁରୀ,କଟକ, କେନ୍ଦୁଝର ଓ ମୟୁରଭଞ୍ଜ ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ଯାଜପୁର, ବାଲେଶ୍ୱର ଏହି ୧୩ ଜିଲ୍ଲାରେ ବିଜୁଳି ଘଡଘଡି ସହ ୩୦ ରୁ ୪୦ ଝଟକା ପବନ ବହିବାର ସମ୍ଭାବନା କୁ ନେଇ ୟେଲୋ ବର୍ଣ୍ଣିଙ୍ଗ ବର୍ଣ୍ଣିଙ୍ଗ ଜାରି କରିଛି ବିଭାଗ। ରାଜ୍ୟରେ ୧୪ ତାରିଖ ଯାଏ ବର୍ଷା ସମ୍ଭାବନା ସହ ଚେତାବନୀ ମଧ୍ୟ ରହିଛି। ଅନ୍ୟଅଟେ ଗତ ୨୪ ଘଂଟାରେ ଗୋଟିଏ ସ୍ଥାନରେ ଅତି ପ୍ରବଳ ସହ ୨୩ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା ବେଳେ ନୟାଗଡ ଖଣ୍ଡପଡ଼ା ରେ ୧୨୪.୬ ମିମି ସର୍ବାଧିକ ବର୍ଷା ଜାରି ହୋଇଛି।

