IPL 2025 Points Table: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଶେଷରେ IPL 2025 ପଏଣ୍ଟ ଟେବୁଲରେ ନିଜର ଖାତା ଖୋଲିଛି। ସିଜିନର ଦ୍ୱାଦଶ ମ୍ୟାଚ୍ରେ ୩୧ ମାର୍ଚ୍ଚ ଅର୍ଥାତ୍ ସୋମବାର ଦିନ ରାତିରେ ମୁମ୍ୱାଇ ଟିମ୍ କୋଲକାତାକୁ ୮ ୱିକେଟ୍ରେ ପରାସ୍ତ କରି ସିଜିନର ପ୍ରଥମ ବିଜୟ ସ୍ୱାଦ ଚାଖିଛି। ମୁମ୍ୱାଇର ବିଜୟ ଯୋଗୁଁ ପଏଣ୍ଟ ଟେବୁଲରେ ଚାରୋଟି ଦଳକୁ କ୍ଷତି ହୋଇଛି। ପ୍ରଥମ ବିଜୟ ପରେ MI ସଦ୍ୟତମ ପଏଣ୍ଟ ଟେବୁଲରେ ୧୦ମ ସ୍ଥାନରୁ ଷଷ୍ଠ ସ୍ଥାନକୁ ଉଠିଛି। ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ସିଜିନ୍ ଭଲ ଆରମ୍ଭ ହୋଇନଥିଲା। ଦଳ CSK ଠାରୁ ପ୍ରଥମ ମ୍ୟାଚ୍ ହାରିବା ପରେ GT ବିପକ୍ଷରେ ୩୬ ରନରେ ମ୍ୟାଚ୍ ମଧ୍ୟ ହାରିଯାଇଥିଲେ। ଯଦିଓ KKR ବିପକ୍ଷରେ ଏକ ବଡ଼ ବିଜୟ ହାସଲ କରି MI ଏହାର ନେଟ୍ ରନ୍ ରେଟ୍ ମଧ୍ୟ ଉନ୍ନତ କରିଛି।
ମୁମ୍ବାଇ ଇଣ୍ଡିଆନ୍ସ ୩ଟି ମ୍ୟାଚ୍ ରୁ ଗୋଟିଏ ଜିତିବା ପରେ IPL 2025 ପଏଣ୍ଟ ଟେବୁଲରେ ଷଷ୍ଠ ସ୍ଥାନରେ ପହଞ୍ଚିଛି। ଦଳର ନେଟ୍ ରନ୍ ରେଟ୍ +୦.୩୦୯। MIର ଏହି ବିଜୟ KKR ସହିତ ଚେନ୍ନାଇ ସୁପର କିଙ୍ଗସ, ସନରାଇଜର୍ସ ହାଇଦ୍ରାବାଦ ଏବଂ ରାଜସ୍ଥାନ ରୟାଲ୍ସକୁ ପଛରେ ପକାଇଛି। ଏହି ଚାରୋଟି ଦଳ ତଳ-୪ ରେ ଅଛନ୍ତି।
ଆମେ ଯଦି IPL 2025 ର ଶ୍ରେଷ୍ଠ ୪ ଦଳ ବିଷୟରେ କଥା ହେବା ତେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସିଜିନ୍ ଆରମ୍ଭରୁ ପ୍ରଥମ ସ୍ଥାନରେ ରହିଛି। ଦିଲ୍ଲୀ କ୍ୟାପିଟାଲ୍ସ ଦଳ ଏହା ପଛରେ ଅଛି। ଏହି ଉଭୟ ଦଳ ଏପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟରେ ଗୋଟିଏ ବି ମ୍ୟାଚ୍ ହାରି ନାହାନ୍ତି। ଲକ୍ଷ୍ନୌ ସୁପରଜାଏଣ୍ଟସ୍ ତୃତୀୟ ସ୍ଥାନରେ ଏବଂ ଗୁଜରାଟ ଟାଇଟାନ୍ସ ଚତୁର୍ଥ ସ୍ଥାନରେ ଅଛି।
MI vs KKR ମ୍ୟାଚ୍ ବିଷୟରେ କହିବାକୁ ଗଲେ ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରିଥିବା KKR ମାତ୍ର ୧୧୬ ରନରେ ଅଲଆଉଟ୍ ହୋଇଯାଇଥିଲା। ଡେବ୍ୟୁଟାଣ୍ଟ ଅଶ୍ୱିନୀ କୁମାର MI ପାଇଁ ବୋଲିଂରେ ଚତ୍ମକାର କରିଥିଲେ ଏବଂ ୪ ୱିକେଟ୍ ନେଇଥିଲେ। ଦୀପକ ଚହର ଦୁଇଟି ୱିକେଟ୍ ନେଇଥିବା ବେଳେ ବୋଲ୍ଟ, ହାର୍ଦ୍ଦିକ, ଭିଗ୍ନେଶ ଏବଂ ସାଣ୍ଟନର ପ୍ରତ୍ୟେକ ଗୋଟିଏ ଲେଖାଁଏ ୱିକେଟ୍ ନେଇଥିଲେ। କୋଲକାତା ପକ୍ଷରୁ ଅଙ୍ଗକ୍ରିଶ ରଘୁବଂଶୀ ସର୍ବାଧିକ ୨୬ ରନର ଇନିଂସ ଖେଳିଥିଲେ। ଯେତେବେଳେ କି ଦଳର ୫ ଜଣ ବ୍ୟାଟସମ୍ୟାନ ସିଙ୍ଗଲ ଡିଜିଟରେ ଆଉଟ ହୋଇଥିଲେ। ୧୧୭ ରନର ଟାର୍ଗେଟକୁ MI ମାତ୍ର ୧୨.୫ ଓଭରରେ ହାସଲ କରିନେଇଥିଲା। ରିଆନ ରିକେଲଟନ (୬୨*) ମୁମ୍ୱାଇ ପାଇଁ ଅର୍ଦ୍ଧଶତକ ମାରିଥିଲେ।