ଭୁବନେଶ୍ୱର, (ରିପୋଟର୍ସ ପେନ୍) : ରାଜଧାନୀ ଭୁବନେଶ୍ୱରରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ନୂଆପଲ୍ଲୀ ଆଇଆରସି ଭିଲେଜ୍ ଏନ୍-୧ରେ ଜଣେ ନାବାଳକ ପାଚେରୀ ଉପରେ ଚଢିଥିବା ବେଳେ ଗୋଡ ଖସିଯିବାରୁ ତାଙ୍କ ଛାତିରେ ଲୁହା ଗ୍ରୀଲ ପଶି ଯାଇଛି । ଫଳରେ ସେ ଗୁରୁତର ଆହତ ହୋଇ ଏମ୍ସରେ ଚିକିତ୍ସିତ ହେଉଛି ।
ସୂଚନା ଅନୁସାରେ, ଆଇଆରସି ଭିଲେଜ୍ ଏନ୍ ୧-୩୧୨ରେ ନାବାଳକ ସୋହନ ଦିଗାଲ ପରିବାର ସହ ରହୁଥିଲେ । ସେ ଘର ପଚେରୀରେ ଚଢ଼ିଥିବା ବେଳେ ହଠାତ୍ ତାଙ୍କ ଗୋଡ଼ ଖସିଯାଇଥିଲା । ଫଳରେ ପାଚେରୀରେ ଲାଗିଥିବା ଲୁହା ଗ୍ରୀଲ୍ ତାଙ୍କ ଛାତିରେ ପଶି ଯାଇଥିଲା । ସ୍ଥାନୀୟ ଲୋକେ ଏହା ଦେଖି ଆମ୍ବୁଲାନ୍ସ ଏବଂ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପଶି ପ୍ରଥମେ କଟର ସାହାଯ୍ୟରେ ଗ୍ରୀଲ୍ କାଟି ନାବାଳକଙ୍କୁ ଉଦ୍ଧାର କରିଥିଲେ । ପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଏମ୍ସ ମେଡିକାଲ ପଠାଇଥିଲେ । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି ।