ଅବସରପ୍ରାପ୍ତ ଅଧ୍ୟାପକଙ୍କ ଘରେ ପଶି ହାଣିଲେ, ଲୁଟିଲେ

Reporterspen

ଭୁବନେଶ୍ୱର/ଜଗତସିଂହପୁର, (ରିପୋଟର୍ସ ପେନ୍‌): ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅଞ୍ଚଳରେ ଏକ ବଡ ଧରଣର ଡକାୟତି ହୋଇଛି । ଦୁବୃତ୍ତମାନେ ଅବସରପ୍ରାପ୍ତ ଅଧ୍ୟାପକ ଦେବୀପ୍ରସାଦ ମିଶ୍ରଙ୍କ ଘରେ ପଶି ହାଣିବା ସହ ସର୍ବସ୍ୱ ଲୁଟି ନେଇଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ଡକାୟତଙ୍କ ସମ୍ପର୍କରେ ସାମାନ୍ୟତମ ସୁରାକ ପାଇପାରିନାହିଁ ।

ସୂଚନା ଅନୁସାରେ,  ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅଧିନ ହସିଣା ଗ୍ରାମ ଷୋହଳ ନମ୍ବର ରାସ୍ତା କଡରେ ଥିବା ଅବସରପ୍ରାପ୍ତ ଅଧ୍ୟାପକ ଦେବୀପ୍ରସାଦ ମିଶ୍ର ପରିବାର ସହ ରହୁଛନ୍ତି । ଗତକାଲି ରାତି ପ୍ରାୟ ୯ଟା ବେଳେ ହଠାତ ଡକାୟତମାନେ ତାଙ୍କ ଘର ଭିତରେ ପ୍ରବେଶ କରିଥିଲେ ।  ଦୁର୍ବୁତ୍ତ ପ୍ରଥମେ ଦେବୀପ୍ରସାଦଙ୍କ ଘର ଭିତରକୁ ପ୍ରବେଶ କରି ଘରେ ଥିବା ଛୋଟ ପିଲା ବେକରେ ଧାରୁଆ ଖଣ୍ଡା ଲଗାଇ ଦେବୀପ୍ରସାଦଙ୍କ ବୋହୁ ପିନ୍ଧିଥିବା ସୁନା ଅଳଙ୍କାର ନେଇଥିଲେ ।

ଏହାପରେ ଘର ଭିତରେ ରଖାଯାଇଥିବା ଚାଳିଶ ହଜାର ଟଙ୍କା ସୁନା ନେଲାବେଳେ ଦେବୀପ୍ରସାଦ ଏହାର ପ୍ରତିବାଦ କରିବାରୁ ତାଙ୍କ ଦୁଇ ହାତକୁ ଖଣ୍ଡା ସାହାଯ୍ୟରେ ହାଣିଥିଲେ ।  ଲୁଟ କରି ସାରି ଯିବାବେଳେ ସିସିଟିଭିର ହାଡଡିକ୍ସ ଦୁର୍ବୁତ୍ତ ନେଇଯାଇଛନ୍ତି । ଭୟଭୀତ ଥିବା ଦେବୀପ୍ରସାଦ ଓ ତାଙ୍କ ପରିବାର ଭୟରେ ବାହାରକୁ ନ ବାହାରି ତାଙ୍କ ସମ୍ପର୍କୀୟ ଲୋକମାନଙ୍କୁ ଫୋନ ଯୋଗେ ଡାକି ଥାନାକୁ ଫୋନ କରିବାରୁ ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି ।

ଗତ ପାଞ୍ଚଦିନ ତଳେ ଦୁଇଜଣ ଦୁର୍ବୁତ୍ତ ଏହିଭଳି ଖଣ୍ଡା ଧରି ରାସ୍ତାରେ ଯାଉଥିବା ଏକ ଶ୍ରମିକଙ୍କ ଠାରୁ ମୋଟରସାଇକେଲ ଛଡ଼ାଇ ନେଇଥିଲେ । ପାରାଦୀପ କୁଜଙ୍ଗ ଓ ଏହାର ଆଖପାଖ ଅଞ୍ଚଳରେ ଖଣ୍ଡାଧାରୀ ଦୁର୍ବୁତ୍ତ ମାନେ ଏବେ ଆତଙ୍କ ସୃଷ୍ଟି କରିଥିବା କୁହାଯାଉଥିବା ବେଳେ ପୋଲିସ ଏମାନଙ୍କୁ ତୁରନ୍ତ ଠାବ କରିବାକୁ ଦାବି ହେଉଛି।


Reporterspen

Leave a Reply