ତିଲକଙ୍କ ଧୂଆଁଧାର ଶତକ, ଅଶ୍ୱନୀଙ୍କ ଘାତକ ବୋଲିଂ
ଅହମଦାବାଦ, ୨୦।୦୪: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୬ର ୩୦ତମ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଶକ୍ତିଶାଳୀ ପ୍ରଦର୍ଶନ କରିଛି। ଗୁଜରାଟକୁ ତାର ମାଟିରେ ୧୦୦ ରନ୍ରେ ପରାସ୍ତ କରିଛି। ୨୦୦ ରନ୍ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଗୁଜରାଟ ୧୫.୫ ଓଭରରେ ସମସ୍ତ ୱିକଟେ୍ ହରାଇ ୧୦୦ ରନ୍ ସଂଗ୍ରହ କରିପାରିଛି। ମୁମ୍ବାଇ ଲଗାତାର ଚତୁର୍ଥ ପରାଜୟ ପରେ ଆଜି ବିଜୟ ହାସଲ କରିଛି। ଆଇପିଏଲ୍ର ଚଳିତ ସଂସ୍କରଣରେ ମୁମ୍ବାଇ ନିଜର ପ୍ରଥମ ମ୍ୟାଚ୍ରେ କୋଲକାତା ବିପକ୍ଷରେ ୬ୱିକେଟ୍ରେ ବିଜୟୀ ହୋଇଥିଲା। କିନ୍ତୁ ପରବର୍ତ୍ତୀ ୪ଟି ମ୍ୟାଚରେ ଦିଲ୍ଲୀ, ରାଜସ୍ଥାନ, ପଞ୍ଜାବ ଏବଂ ବେଙ୍ଗାଲୁରୁ ଠାରୁ ପରାସ୍ତ ହୋଇଥିଲା।
ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଗୁଜରାଟ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଅତିଥି ଦଳ ବ୍ୟାଟିଂ କରିଥିଲା। ଏଠାରେ ମୁମ୍ବାଇ ଯୁବ ବ୍ୟାଟର ତିଳକ ବର୍ମାଙ୍କ ବିସ୍ଫ?ାରକ ଶତକ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୫ଟି ୱିକେଟ୍ ହରାଇ ୧୯୯ ରନ୍ ସଂଗ୍ରହ କରିଥିଲା।
ମୁମ୍ବାଇ ପକ୍ଷରୁ ତିଳକ ବର୍ମା ବିସ୍ଫୋରକ ବ୍ୟାଟିଂ କରିଥିଲେ। ସେ ୪୫ଟି ବଲ୍ ସାମ୍ନା କରିଥିଲେ ଏବଂ ୧୦୧ ରନ୍ ସଂଗ୍ରହ କରିଥିଲେ। ଏଥିରେ ୮ଟି ଚୌକା ଏବଂ ୭ଟି ଛକା ସାମିଲ କରିଥିଲେ। ନମନ ଧୀର ମୁମ୍ବାଇ ପାଇଁ ଦ୍ୱିତୀୟ ସର୍ବାଧିକ ସ୍କୋର କରିଥିଲେ। ସେ ୩୨ଟି ବଲ୍ ଖେଳି ୪୫ ରନ୍ ସଂଗ୍ରହ କରିଥିଲେ, ଯେଉଁଥିରେ ୬ଟି ଚୌକା ଏବଂ ଗୋଟିଏ ଛକା ସାମିଲ ଥିଲା।
ଅନ୍ୟପଟରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏବଂ ଅଲରାଉଣ୍ଡର ହାଦ୍ଦିକ ପାଣ୍ଡ୍ୟା ୧୫-୧୫ ରନ୍ର ଯୋଗଦାନ କରିଥିଲେ। ସୂର୍ଯ୍ୟକୁମାର ୧୦ଟି ବଲ୍ ଖେଳି ଗୋଟିଏ ଚୌକା ଏବଂ ଗୋଟିଏ ଛକା ମାରିଥିଲା ବେଳେ ହାଦ୍ଦିକ ୧୬ଟି ବଲ୍ ସାମ୍ନା କରି ଗୋଟିଏ ଚୌକା ମାରିଥିଲେ। ମୁମ୍ବାଇର ଅନ୍ୟ ଖେଳାଳିମାନଙ୍କର ବ୍ୟାଟିଂ ଉତ୍ସାହଜନକ ହୋଇପାରି ନଥିଲା। ଗୁଜରାଟ ପକ୍ଷରୁ କାଗିସୋ ରାବଡା ସର୍ବାଧିକ ୩ଟି ୱିକେଟ୍ ନେଇଥିଲେ। ଦ୍ରୁତ ବୋଲର ମହମ୍ବଦ ସାମି ଏବଂ ପ୍ରସିଦ୍ଧ କୃଷ୍ଣା ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ।
ତିଲକଙ୍କ ଧମାକାଦାର ଶତକ
ମୁମ୍ବାଇ ଇଣ୍ଡିଆନ୍ସର ଏହି ଜବରଦସ୍ତ ବିଜୟରେ ଷ୍ଟାର ବ୍ୟାଟସମ୍ୟାନ ତିଲକ ବର୍ମା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ବାମହାତୀ ବ୍ୟାଟସମ୍ୟାନ ମାତ୍ର ୪୫ ବଲରୁ ଏକ ଧମାକାଦାର ଶତକ ହାସଲ କରିଥିଲେ। ଏହି ସମୟରେ ନମନ ଧୀର ୩୨ ବଲରୁ ୪୫ ରନ କରି ଉତ୍କୃଷ୍ଟ ସମର୍ଥନ ପ୍ରଦାନ କରିଥିଲେ। ଗୁଜରାଟ ଟାଇଟାନ୍ସ ପାଇଁ, ଷ୍ଟାର ପେସର କାଗିସୋ ରାବାଡା ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ମୁମ୍ବାଇକୁ ଇନିଂସର ପ୍ରାରମ୍ଭରେ ତିନୋଟି ବଡ଼ ଝଟକା ଦେଇଥିଲେ। ସେ ଡେବ୍ୟୁଟଣ୍ଟ ଦାନିଶ ମାଲେୱାର, କ୍ୱିଣ୍ଟନ ଡି କକ୍ ଏବଂ ସୂର୍ଯ୍ୟକୁମାର ଯାଦବଙ୍କୁ ଆଉଟ୍ କରିଥିଲେ। ମାତ୍ର ୪୪ ରନରେ ତିନୋଟି ୱିକେଟ ହରାଇବା ପରେ, ତିଲକ ବର୍ମା ଦଳର ପୁନରୁଦ୍ଧାରର ନେତୃତ୍ୱ ନେଇଥିଲେ, ସ୍କ?ରବୋର୍ଡରେ ୧୯୯ ରନର ଏକ ମହାନ ସ୍କ?ର ସ୍ଥାପନ କରିବାରେ ସାହାଯ୍ୟ କରିଥିଲେ। ୨୨୪.୪୪ ଷ୍ଟ୍ରାଇକ ରେଟରେ ବ୍ୟାଟିଂ କରି, ସେ ୮ ଚୌକା ଏବଂ ୭ ଛକା ମାରିଥିଲେ।

