ମାହାଙ୍ଗା ଡବଲ ମର୍ଡର: ୯ ଜଣଙ୍କୁ ଆଜୀବନ, ଜଣେ ଖଲାସ

Reporterspen

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାରେ ୯ ଜଣଙ୍କୁ ଆଜୀବନ ଦଣ୍ଡାଦେଶ ଶୁଣାଇଛନ୍ତି ସାଲେପୁର ଏସ୍‍ଡିଜେଏମ୍‍। ଏକ ସଙ୍ଗେ ଗିରଫ ହୋଇଥିବା ଅରବିନ୍ଦ ଖୁଣ୍ଟିଆଙ୍କୁ କୋର୍ଟ ଆଜି ଖଲାସ କରିଛନ୍ତି। ରାଜନୀତିକ ଶତ୍ରୁତାକୁ କେନ୍ଦ୍ରକରି ଜାନୁୟାରୀ ୨ତାରିଖ ୨୦୨୧ ମସିହାରେ ଏହି ହତ୍ୟାକାଣ୍ଡ ଘଟିଥିଲା।

ଏଥିରେ ବିଜେପି ନେତା କୁଳମଣି ବରାଳ ଏବଂ ତାଙ୍କ ସହଯୋଗୀଙ୍କୁ ପ୍ରତିପକ୍ଷ ରାଜନୀତିକ ବିଚାରର ଲୋକେ ହତ୍ୟ କରିଥିବା ଅଭିଯୋଗ ହୋଇଥିଲା। ଏପରିକି ପୁଲିସ ଦେଇଥିବା ଚାର୍ଜଶିଟରେ ତତ୍‍କାଳୀନ ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ବି ସାମିଲ୍‍ ରହିଥିଲା।

ଏହି ଘଟଣେରେ ମୋଟ ୧୩ଜଣଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଥିଲା। ସେଥିରୁ ୧୦ ଜଣଙ୍କୁ ପୁଲିସ ଗିରଫ କରିଥିଲା। ଏହି ୧୦ ଜଣଙ୍କ ଭିତରୁ ଅରବିନ୍ଦଙ୍କ ନାଁରେ କୌଣସି ପ୍ରମାଣ ବା ତଥ୍ୟ କୋର୍‍ଟଙ୍କ ହସ୍ତଗତ ନ ହେବାରୁ ତାଙ୍କୁ ଖଲାସ କରାଯାଇଛି।

ତତ୍‍କାଳୀନ ମାହାଙ୍ଗା ବ୍ଲକ୍‍ ଚେୟାରମ୍ୟାନ୍‍ କୁଳମଣି ବରାଳ ଏବଂ ତାଙ୍କ ସହଯୋଗୀ ଦିବ୍ୟସିଂହ ଏକ ମୋଟର ସାଇକେଲ ଯୋଗେ ଜାନୁୟାରୀ ୨ ତାରିଖ ୨୦୨୧ ମସିହାରେ ଘରକୁ ଫେରୁଥିବା ବେଳେ ରାସ୍ତା ଉପରେ ତାଙ୍କୁ କିଛି ଦୁର୍ବୃତ୍ତ ହତ୍ୟା କରିଥିଲେ। ଏହାପରେ ତାଙ୍କ ପୁଅ ରମାକାନ୍ତ ଥାନାରେ ଏନେଇ ମାମଲା ରୁଜୁ କରିଥିଲେ।


Reporterspen
!-- afp header code starts here -->