Odisha News: ନେତା-ମନ୍ତ୍ରୀଙ୍କୁ ମାସିକ ୬ଲକ୍ଷ ବଟି ଦେଉଛନ୍ତି ରାଙ୍ଗା-ବିଲ୍ଲା!

Reporterspen

Odisha News: ଭୁବନେଶ୍ୱର, (ରିପୋଟର୍ସ ପେନ୍‌) : ଭୁବନେଶ୍ୱରରେ ଥିବା ରାସ୍ତା ଓ ଗୃହନିର୍ମାଣ ବିଭାଗର ଡିଭିଜନ-୩ରେ ରାଙ୍ଗା-ବିଲ୍ଲା ନାମରେ ପରିଚିତ ଜେନା ଓ ପଣ୍ଡାଙ୍କ ରାଜ ପଛରେ ରହିଛି ବଟି କାରବାର । ରାଙ୍ଗା-ବିଲ୍ଲା ଦୁହେଁ ମାସିକ ୬ଲକ୍ଷ ଟଙ୍କା ବଟି ଦେଉଛନ୍ତି । ନେତା, ମନ୍ତ୍ରୀ ଓ ଚେଲା-ଚାମୁଣ୍ଡାକୁ ବଟି ଦେଉଥିବା ଦୁହେଁ ଖୋଲାଖୋଲି କହିବାକୁ ମଧ୍ୟ ପଛାଉନାହାନ୍ତି । ଏପରିକି ଆମର କେହି କିଛି କରିପାରିବେନି ବୋଲି ଡିଭିଜନ ସାରା ଡିଣ୍ଡିମ ପିଟୁଛନ୍ତି । ଏମାନେ ଧରାକୁ ସରା ମନେ କରି ଡିଭିଜନରେ ଏକ ପ୍ରକାର ଉତ୍ପାତ କରୁଛନ୍ତି ।

ଡିଭିଜନ-୩ର ଜଣେ କର୍ମଚାରୀ ନାମ ଗୋପନ ରଖି କହିଛନ୍ତି, ରାଙ୍ଗା-ବିଲ୍ଲାଙ୍କୁ ନେଇ ଖବର ପ୍ରକାଶ ପାଇବା ପରେ ଡିଭିଜିନ ଭିତରେ ଟୁପୁରୁଟାପର ଆରମ୍ଭ ହୋଇଥିଲା । ମାତ୍ର ସେମାନେ ତଳୁ ଉପର ପର୍ଯ୍ୟନ୍ତ ସମସ୍ତ କର୍ମଚାରୀଙ୍କୁ ଭୟଭୀତ କରି ରଖିଛନ୍ତି । ସେମାନେ ନେତା ମନ୍ତ୍ରୀଙ୍କ ପାଖ ଲୋକ ବୋଲି ଦାବି କରି ଉପରିସ୍ଥ ଅଧିକାରୀଙ୍କୁ ମଧ୍ୟ ତାଙ୍କ କବଜାକୁ ନେଇଯାଇଛନ୍ତି । ଫଳରେ ତାଙ୍କ ବିରୋଧରେ କେହି କିଛି କହୁନାହାନ୍ତି । ଯେଉଁ ବଟି କଥା ଆପଣ କହୁଛନ୍ତି, ତାହା ଠିକ୍ । ପୂର୍ବ ସରକାର ସମୟରେ ବିଜେଡିର କିଛି ବିଧାୟକଙ୍କୁ ମାସିକିଆ ଦେଉଥିଲେ । ଏବେ କଥା ମୁଁ କହିପାରିନି । ମାତ୍ର ନନା ନାମରେ ପରିଚିତ ଜଣେ ବିଜେଡି ବିଧାୟକଙ୍କ ନାଁ ନେଇ ପଣ୍ଡା ବାବୁ ସମସ୍ତଙ୍କୁ ଧମକାଉଛନ୍ତି, ଏହା ସମସ୍ତେ ଜାଣିଛନ୍ତି । ଏହି ବିଧାୟକଙ୍କ ବଳରେ ସେ ଧରାକୁ ସରା ମନେ କରୁଛନ୍ତି ।

ବିଶେଷ କରି, ଡିଭିଜନକୁ ଯେଉଁ ନୂଆ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଆସନ୍ତି, ଏହି ରାଙ୍ଗା-ବିଲ୍ଲା ନିଜ ଲୋକ ମାଧ୍ୟମରେ ଆରଟିଆଇରେ ତଥ୍ୟ ମାଗି ତାଙ୍କୁ ବ୍ଲାକମେଲ କରିଥାନ୍ତି । ପରବର୍ତ୍ତୀ ସମୟରେ ରାଙ୍ଗା-ବିଲ୍ଲା ଏଥିରେ ହସ୍ତକ୍ଷେପ କରି ମାମଲାର ରଫାଦଫା କରିଥାନ୍ତି । ଫଳରେ ଏହି ଦୁହେଁ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ବିଶ୍ୱାସ ଜିତିବାରେ ସଫଳ ହୋଇଥାନ୍ତି । ପରେ ନିଜର ଖେଳ ଖେଳିବା ଆରମ୍ଭ କରିଥାନ୍ତି । ଏହିଭଳି ଭାବେ ସେମାନେ ଦୀର୍ଘ ୧୫ ବର୍ଷରୁ ଅଧିକ ଦିନ ହେଲା, ସେମାନେ ଭୁବନେଶ୍ୱରେ ରହିଛନ୍ତି । ଏମିତି କି ପ୍ରମୋସନ ପରେ ବି ଜାଗା ଛାଡୁନାହାନ୍ତି ।

ଉଲ୍ଲେଖଥାକୁ କି, ରାସ୍ତା ଓ ଗୃହନିର୍ମାଣ ବିଭାଗର ଡିଭିଜନ-୩ ଅଧିନରେ ଏହି ରାଙ୍ଗା-ବିଲ୍ଲା ଦୁଇ ଜେଇ କାମ କରୁଛନ୍ତି । ଜଣେ ଉତ୍ତର ନିର୍ବାଚନ ମଣ୍ଡଳୀ ଓ ଅନ୍ୟଜଣେ ଏକାମ୍ର ନିର୍ବାଚନ ମଣ୍ଡଳୀ ଅଧିନ ଦାୟିତ୍ୱରେ ଅଛନ୍ତି । ଏମାନେ ବର୍ଷ ବର୍ଷ ଧରି ଗୋଟିଏ ଜାଗାରେ ଗାଦି ମାଡି ବସିଛନ୍ତି । ଏମାନଙ୍କ ଅଧିନରେ ହେଉଥିବା ଗୃହ ନିର୍ମାଣ, ମରାମତି ଓ ରାସ୍ତା ନିର୍ମାଣ କାର୍ଯ୍ୟ ତାଙ୍କର ଇଛାଧିନ ବ୍ୟାପାର ହୋଇଥାଏ । କେଉଁ ଠିକାଦାର କାମ ନେବ, କେତେ ଟଙ୍କା ବିଲ ହେବ ସବୁ ତାଙ୍କ ଇସାରାରେ କରାଯାଏ । ତେବେ ଏଦିଗରେ ସରକାର ଓ ବିଭାଗୀୟ ମନ୍ତ୍ରୀ ଦୃଷ୍ଟି ଦେବାକୁ ନଦେଲେ, ବିଜେଡି ନେତାଙ୍କ ପାଇଁ ଏମାନେ ମୋହନ ସରକାରକୁ ବଦନାମ କରିବା ଏକ ପ୍ରକାର ନିଶ୍ଚିତ ।


Reporterspen
!-- afp header code starts here -->