ରାଜ୍ୟରେ ଭାରୀ ବର୍ଷାର ସମ୍ଭାବନା

Reporterspen

ଭୁବନେଶ୍ୱର, (ରିପୋଟର୍ସ ପେନ୍‌) : ଭୁବନଶ୍ବେର: ତାତିରୁ ମିଳିବ ଆଶ୍ୱସ୍ତି । ଆସୁଛି ଘୂର୍ଣ୍ଣିବଳୟ । ଲଘୁଚାପର ରୂପ ନେଇ ଭିଜେଇବ ସାରା ଓଡ଼ିଶା । ରାଜ୍ୟରେ ସକ୍ରିୟ ହେଉଥିବା ବେଳେ ୧ ରୁ ୪ ଭିତରେ ରାଜ୍ୟରେ ଭାରୀ ବର୍ଷାର ସମ୍ଭାବନା ଥିବା କହିଛନ୍ତି ପାଣିପାଗ ବିଶେଷଜ୍ଞ। ସେପଟେ ପାଣିପାଗ ଵିଭାଗ ଆସନ୍ତା ୨୪ ଘଂଟାରେ ବର୍ଷା ପାଇଁ ଦେଇଛି ସତର୍କ ସୂଚନା ।

ଆସୁଛି ଘୂର୍ଣ୍ଣିବଳୟ। ଦିନେ ଦୁଇଦିନ ମଧ୍ୟରେ ତାତିରୁ ମିଳିବ ଆଶ୍ୱସ୍ତି। ଆସନ୍ତାକାଲି ଠୁ ଆକାଶ ମେଘାଚ୍ଛନ୍ନ ରହିବା ସହ, ତାତି ସାମାନ୍ୟ ହ୍ରାସ ପାଇବ । ଆସନ୍ତା ୨ ତାରିଖରୁ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ପ୍ରଭାବରେ ୧ ରୁ ୪ ତାରିଖ ମଧ୍ୟରେ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷାର ସମ୍ଭାବନା ଥିବା କହିଛନ୍ତି ପାଣିପାଗ ବିଶେଷଜ୍ଞ ଶରତ ସାହୁ । ତେବେ ଆଜି ଅପରାହ୍ନରେ ବି ଉପକୂଳବର୍ତ୍ତୀ ଓ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକର କିଛି ସ୍ଥାନରେ ଘଡ଼ଘଡ଼ି,ବିଜୁଳି ସହିତ ବର୍ଷା ହୋଇପାରେ । ୫ ରୁ ୬ ତାରିଖ ପର୍ଯ୍ୟନ୍ତ ତାତିରୁ ତ୍ରାହି ମିଳିବ କିନ୍ତୁ ଗରମ ଗୁଳଗୁଳି ଜଳୀୟବାଷ୍ପ ପ୍ରଭାବରେ ପୂର୍ବ ପରି ଜାରି ରହିବ ।

ସେପଟେ ଆସନ୍ତା ୨୪ ଘଂଟାରେ ଭିଜିବ ଓଡ଼ିଶା । ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୨୩ ଜିଲ୍ଲାକୁ ଅରେଞ୍ଜ ୱର୍ଣିଁ ଜାରୀ କଲା ପାଣିପାଗ କେନ୍ଦ୍ର । ଜିଲ୍ଲା ଗୁଡିକ ହେଲା ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂପୁର, କଟକ, ସୁନ୍ଦରଗଡ, ଅନୁଗୁଳ, ଢ଼େଙ୍କାନାଳ, କେଉଁଝର ମୟୂରଭଞ୍ଜ, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ୍, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼। ଏହା ସମସ୍ତ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଘଂଟା ପ୍ରତି ପବନର ବେଗ ୪୦-୫୦ କିଲୋମିଟର ଯାଏଁ ଗତି କରିବାର ସଂଭାବନା ରହିଛି। ସେହିପରି ବିଜୁଳି ଘଡ଼ଘଡ଼ି ଜନିତ ବର୍ଷା ପାଇଁ ୭ ଜିଲ୍ଳାକୁ ୟେଲୋ ୱାର୍ଣିଁ ଜାରି କରିଛି ବିଭାଗ। ଜିଲ୍ଲା ମଧ୍ୟରେ ରହିଛି ଝାରସୁଗୁଡ଼ା,ବରଗଡ଼ ସମ୍ୱଲପୁର, ଦେଓଗଡ଼,ସୋନୌରୁ ନୂଆପଡା ଓ ବଲାଙ୍ଗିର ଜିଲ୍ଳା ।

ପ୍ରବଳ ବର୍ଷା ପାଇଁ କେଉଁଝର,କନ୍ଧମାଳ ଓ କୋରାପୁଟ ଜିଲ୍ଳାକୁ ୟେଲୋ ଓ୍ବାର୍ଣ୍ଣିଂ ଦିଆଯାଇଅଛି । ଅନ୍ୟପଟେ ରାଜ୍ୟରେ ବର୍ତ୍ତମାନ ଗରମର ମଧ୍ଯ ପ୍ରକୋପ ରହୁଥିବାରୁ ଉଷ୍ମ ଆଦ୍ରତା ସ୍ଥିତି ପାଇଁ ବାଲେଶ୍ବର ଭଦ୍ରକ ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂପୁର,କଟକ, ଗଜପତି, ଗଞ୍ଜାମ, ପୁରୀ ଖୋର୍ଦ୍ଧା ନୟାଗଡ଼ ଜିଲ୍ଲା ପାଇଁ ସତର୍କତା ସୂଚନା ଜାରୀ କରିଛି ପାଣିପାଗ ବିଭାଗ । ଆସନ୍ତା ୪ ଯାଏଁ ବର୍ଷା ହେବା ନେଇ ପାଣିପାଗ ଵିଭାଗ ପୂର୍ବାନୁମାନ କରିଥିବା ବେଳେ ଲଘୁଚାପ ଜନିତ ବର୍ଷା ବର୍ଷାର ଅଭାବକୁ ସାମାନ୍ୟ ପୂରଣ କରିପାରିବ ବୋଲି ବିଶେଷଜ୍ଞ କହିଛନ୍ତି।


Reporterspen