ରାଜଧାନୀ ଉପକଣ୍ଠରୁ ସେକ୍ସ ରାକେଟ ଠାବ

Reporterspen

୬ ଦେହଜୀବୀଙ୍କୁ ଉଦ୍ଧାର କଲା ପୁଲିସ, ୫ ଗ୍ରାହକ ଗିରଫ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌) : ରାଜଧାନୀ ଉପକଣ୍ଠରୁ ସେକ୍ସ ରାକେଟ ଠାବ ଘଟଣାରେ ଜଟଣୀ ଥାନା ପୁଲିସ ୫ ଗ୍ରାହକଙ୍କୁ ଗିରଫ କରିଛି । ସେହିଭଳି ୬ ଜର ଦେହଜୀବୀଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି । ଜଟଣୀ ରାମଚନ୍ଦ୍ରପୁର ବଜାର ଅଞ୍ଚଳରେ ଏକ ଭଡା ଘରୁ ସେକ୍ସ ରାକେଟ୍‌ ଠାବ ହୋଇଛି । ଜଟଣୀ ଥାନା ଅଧିକାରୀ ଷ୍ଟାଲିନ ବିଶ୍ୱାଳଙ୍କ ନେତୃତ୍ୱରେ ଗଠନହୋଇଥିବା ପୁଲିସ ସେଠାରୁ ୬ ଦେହଜୀବୀଙ୍କୁ ଉଦ୍ଧାର କରିଛି। ଏହାସହ ରାକେଟ୍ର କିଙ୍ଗପିନ୍‌ ସାଜିଥିବା ଜଣେ ବୃଦ୍ଧାଙ୍କ ସମେତ ୫ ଗ୍ରାହକଙ୍କୁ ଗିରଫ କରିଛି ପୋଲିସ । ବୁଧବାର ରାତିରେ ଏହି ଭଡା ଘରେ ଅତର୍କିତ ଚଢାଉ କରି ସେମାନଙ୍କୁ କାବୁ କରିଛି। ଗିରଫ ଅଭିଯୁକ୍ତମାନଙ୍କଠାରୁ ପୁଲିସ ଆପତ୍ତିଜନକ ସାମଗ୍ରୀ,ନଗଦ ୨୬ ହଜାର ୨୬୦ ଟଙ୍କା,ଦୁଇ ମୋଟର ସାଇକେଲ ,୬ ଟି ମୋବାଇଲ ଫୋନ ଓ ବିପୁଳ ପରିମାଣର ମଦ ଜବତ କରିଛି ଗ୍ରାମାଞ୍ଚଳ ପୁଲିସ । ସମସ୍ତଙ୍କୁ ଗୁରୁବାର ଦିନ କୋର୍ଟ ଚାଲାଣ କରାଯାଇଛି ।

ସୂଚନାଯୋଗ୍ୟ ଯେ, କିଙ୍ଗପିନ୍‌ ଜଣକ ଜଟଣୀ ଥାନା ଅଞ୍ଚଳ ଘରେ ଦୀର୍ଘ ଦିନ ଧରି ଭଡାସୂତ୍ରରେ ରହୁଥିଲେ। ଦୀର୍ଘ ଦିନ ଧରି ସେଠାରେ ସେକ୍ସ ର‍୍ୟାକେଟ ଚାଲୁଥିବା ପୁଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା । ପୁଲିସ ଏହି ଖବର ପାଇ ବୁଧବାର ରାତି ୮ଟା ବେଳେ ଅଚାନକ୍‌ ଚଢାଉ କରିଥିଲା। ଚଢାଉ ବେଳେ ଦେହଜୀବୀ ଓ ଗ୍ରାହକମାନେ ଅସଞ୍ଜତ ଅବସ୍ଥାରେ ଥିବା ପୁଲିସ ଦେଖିଥିଲା । ଉକ୍ତ ଘରୁ ପୁଲିସ ଏକାଧିକ ଗାଡି, ମୋବାଇଲ, ଟଙ୍କା ସହ କିଛି ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଥିଲା । ଗ୍ରାହକମାନେ ଜଟଣୀ ଓ ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳର ବୋଲି ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି। ଦେହଜୀବୀମାନଙ୍କୁ ପୁଲିସ ସର୍ଟ ଷ୍ଟେ ହୋମରେ ଛାଡିଛି । କିଙ୍ଗପିନ୍‌ ସମେତ ଗ୍ରାହକଙ୍କୁ ପୁଲିସ ଶୁକ୍ରବାର ଦିନ କୋର୍ଟ ଚାଲାଣ କରିବ। ସେକ୍ସ ରାକେଟ ଚାଲିବା ନେଇ ଘର ମାଲିକ ଜାଣିଥିଲେ କି ନାହିଁ । ତାହା ପୁଲିସ ଯାଞ୍ଚ କରୁଛି । ଗତକାଲି ବରଗଡରୁ ଠାବ ହୋଇଥିଲା ଏକ ସେକ୍ସ ରାକେଟ । ବରଗଡ ଧାଙ୍ଗାରର ଏକ ଢାବାରେ ଚାଲିଥିଲା ସେକ୍ସ ରାକେଟ ।

ଦେହ ବ୍ୟାପାର ଚାଲିଥିବା ଖବର ପାଇ ପୁଲିସ୍‌ ଚଢାଉ କରିଥିଲା। ତିନି ଗ୍ରାହକଙ୍କ ସହ ଢାବା ମାଲିକ ଓ ତାଙ୍କ ସ୍ତ୍ରୀ ଗିରଫ ହୋଇଥିବା ସୂଚନା। ରେଡ୍‌ ସମୟରେ ବିଭିନ୍ନ ଆପତ୍ତିଜନକ ସାମଗ୍ରୀ, ନଗଦ ୨୬ ହଜାର ୨୬୦ ଟଙ୍କା,ଦୁଇ ମୋଟର ସାଇକେଲ ,୬ ଟି ମୋବାଇଲ ଫୋନ ଓ ବିପୁଳ ପରିମାଣର ମଦ ଜବତ କରିଛି ଗ୍ରାମାଞ୍ଚଳ ପୁଲିସ । ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ଢାବା ମାଲିକ ଧାଙ୍ଗର ଗାଁର ଆତ୍ମାରାମ ପଣ୍ଡା ଓ ତାଙ୍କ ସ୍ତ୍ରୀ ପ୍ରଣତି ପଣ୍ଡା । ଅଡଗାଁ ଅଞ୍ଚଳର ନିମାଇଁ ସାହୁ, ସାମନ୍ତ ଭୋଇ, ମଦନ ବନଛୋର୍‌ ବୋଲି ପୁଲିସ୍‌ ସୂଚନା ଦେଇଛି ଏହି ସେକ୍ସ ର‍୍ୟାକେଟ ଘଟଣାରେ ଆଉ କେଉଁ କେଉଁମାନଙ୍କ ସଂପକ୍ତି ରହିଛି କି ନାହିଁ ତାର ଖୋଳତାଡ କରୁଛି କମିଶନରେଟ୍‌ ପୁଲିସ ।


Reporterspen