ନୂଆଦିଲ୍ଲୀ: ସତ୍ୟତମ ଦିନିକିଆ ବ୍ୟାଟିଂ ତାଲିକା ପ୍ରକାଶ ପାଇଛି । ଟପ୍ ୫ରେ ୩ ଭାରତୀୟ ଆଧିପତ୍ୟ ବିସ୍ତାର କରିଛନ୍ତି । ଭାରତୀୟ କ୍ରିକେଟ ଦଳର ଅଧିନାୟକ ଶୁଭମନ ଗିଲ୍ ସଦ୍ୟତମ ଆଇସିସି ରାଙ୍କିଂରେ ନ୍ୟୁଜିଲାଣ୍ଡ ବ୍ୟାଟର ଡାରିଲ୍ ମିଚେଲଙ୍କୁ ପଛରେ ପକାଇ ନମ୍ବର ୱାନ୍ ସ୍ଥାନ ଅଧିକାର କରିଛନ୍ତି । ଗତ ସପ୍ତାହରେ ଗିଲ୍ ମିଚେଲଙ୍କଠାରୁ ମାତ୍ର ଗୋଟିଏ ରେଟିଂ ପଏଣ୍ଟ ପଛରେ ଥିଲେ, କିନ୍ତୁ ଏଥର ସେ ୭ ପଏଣ୍ଟ ଅଧିକ ହାସଲ କରି ନମ୍ବର 1 ରାଙ୍କିଂ ହାସଲ କରିଛନ୍ତି । ଶୁଭମନ ଗିଲ୍ ପୂର୍ବରୁ ନମ୍ବର 1 ଦିନିକିଆ ବ୍ୟାଟର ହୋଇଥିଲେ । ବଡ଼ କଥା ହେଉଛି ଶୁଭମନ ଗିଲଙ୍କ ରାଙ୍କିଂ ଏବେ ବିରାଟ କୋହଲିଙ୍କଠାରୁ ବିପଦରେ ପଡ଼ିଛି । ଜାଣନ୍ତୁ ସଦ୍ୟତମ ଦିନିକିଆ ବ୍ୟାଟିଂ ରାଙ୍କିଂରେ କିଏ କେଉଁଠି ଅଛନ୍ତି ।
ଗିଲ୍ ନମ୍ବର ୱାନ୍- ଲଗାତାର ଦୃଢ଼ ପ୍ରଦର୍ଶନ ଶୁଭମନ ଗିଲଙ୍କୁ ନମ୍ବର ୱାନ୍ ସ୍ଥାନକୁ ନେଇଛି। ସେ ତାଙ୍କର ଶେଷ ୪ଟି ଦିନିକିଆ ଇନିଂସରେ ୨ଟି ଅର୍ଦ୍ଧଶତକ ଏବଂ ଗୋଟିଏ ଶତକ ମାରିଛନ୍ତି । ତିନୋଟି ମ୍ୟାଚରେ ଗିଲଙ୍କ ସର୍ବାଧିକ ସ୍କୋର ଇଂଲଣ୍ଡ ବିପକ୍ଷରେ ଥିଲା, ଯାହା ୧୮୮ ରନ ଥିଲା । ଏହି ବର୍ଷ, ଶୁଭମନ ଗିଲ ୧୪୨ ହାରରେ ୪୨୬ ରନ କରିଛନ୍ତି, ଯାହାର ଷ୍ଟ୍ରାଇକ୍ ରେଟ୍ ୧୧୬.୭୧ । ତାଙ୍କ ଦିନିକିଆ କ୍ୟାରିୟରରେ, ସେ ୬୦.୩୩ ହାରରେ ୩, ୩୭୯ ରନ ସଂଗ୍ରହ କରିଛନ୍ତି। ଏହି ରନ୍ ନିଶ୍ଚିତ କରେ ଯେ, ସେ ଫର୍ମାଟରେ ରାଜକୁମାରରୁ ରାଜା ହେବାରେ ସଫଳ ହେଉଛନ୍ତି । ଅର୍ଥାତ ଭାରତୀୟ କ୍ରିକେଟର ପ୍ରିନ୍ସ ଅଧିନାୟକ ଶୁଭମନ ଗିଲ୍ ଦିନିକିଆ ବ୍ୟାଟର ଭାବେ କିଙ୍ଗ୍ ହୋଇଛନ୍ତି ।
ଶୁଭମନ ଗିଲ୍ ୮୦୧ ରେଟିଂ ପଏଣ୍ଟ ସହିତ ଆଇସିସି ଦିନିକିଆ ରାଙ୍କିଙ୍ଗ୍ରେ ଶୀର୍ଷରେ ଅଛନ୍ତି । ଡାରିଲ୍ ମିଚେଲ୍ ୭୯୪ ସହିତ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ବିରାଟ କୋହଲି ୭୬୭ ରେଟିଂ ପଏଣ୍ଟ ସହିତ ତୃତୀୟ ଏବଂ ରୋହିତ ଶର୍ମା ୭୫୮ ସହିତ ଚତୁର୍ଥ ସ୍ଥାନରେ ଅଛନ୍ତି । ଯଦି ଗିଲ୍ଙ୍କ ଦିନିକିଆ ଫର୍ମାଟରେ ପ୍ରଦର୍ଶନ ହ୍ରାସ ପାଏ ଏବଂ ବିରାଟ ରନ୍ କରନ୍ତି, ତେବେ ଏହି ଅଭିଜ୍ଞ ଖେଳାଳି ନମ୍ବର ୱାନ୍ ସ୍ଥାନକୁ ଉନ୍ନୀତ ହେବେ । ଏହା ଦୁଇ ଖେଳାଳିଙ୍କ ମଧ୍ୟରେ ଏକ କଡ଼ା ପ୍ରତିଯୋଗିତା ହୋଇପାରେ । ୭୧୨ ପଏଣ୍ଟ ସହ ଆଫାଗାନିସ୍ତାନର ଇବ୍ରାହିମ୍ ଜର୍ଦାନ ପଞ୍ଚମ ସ୍ଥାନରେ ରହିଛନ୍ତି ।

