ବୃହସ୍ପତିଙ୍କ ରାଶି ପରିବର୍ତ୍ତନ, ଏହିସବୁ ରାଶିଙ୍କୁ ଧନଶାଳୀ ଧନଶାଳୀ କରିବେ

Reporterspen

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ସୁଖ, ଜ୍ଞାନ,ଭାଗ୍ୟ ଓ ଧର୍ମର କାରକ ଦେବଗୁରୁ ବୃହସ୍ପତି ନିଜର ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଆସନ୍ତାମାସ ୯ ତାରିଖ ସକାଳ ୧୦ଟା ୦୧ ମିନିଟ୍ ସମୟରେ ବୃଷ ରାଶିକୁ ଚଳନ କରିବେ। ଏବଂ ୨୦୨୫,  ଫେବୃଆରୀ ଶେଷ ପର୍ଯ୍ୟନ୍ତ ଏହି ରାଶିରେ ରହିବେ। ଯଦି ଜାତକ ବା ରାଶିରେ ବୃହସ୍ପତିଙ୍କ ସ୍ଥିତି ମଜବୁତ୍ ଥାଏ । ତେବେ, ବ୍ୟକ୍ତି ଜଣକ ଜୀବନରେ ସମସ୍ତ ପ୍ରକାର ସୁଖ, ସମୃଦ୍ଧି ଲାଭ କରିବା ସହିତ ଜୀବନରେ ସୁଖି ହୋଇଥାଆନ୍ତି। ତେବେ, ଆସନ୍ତୁ ଜାଣିବା ବୃହସ୍ପତିଙ୍କ ରାଶି ପରିବର୍ତ୍ତନ କେଉଁ ରାଶିଙ୍କୁ ଧନଶାଳୀ କରିବାକୁ ଯାଉଛି।…

ମିଥୁନ : ବୃହସ୍ପତିଙ୍କ ଚଳନ ଏହି ରାଶି ପାଇଁ ବେଶ୍ ଲାଭଦାୟି ରହିବ। ବିଶେଷକରି, କ୍ୟାରିୟରକୁ ନେଇ କୌଣସି ପ୍ରକାର ଖୁସି ଖବର ମିଳିପାରେ। ଯେଉଁମାନେ ଚାକିରି ଖୋଜୁଛନ୍ତି ସେମାନଙ୍କୁ ଭଲ ଚାକିରି ମିଳିବ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା ସହ ଦରମା ବଢିବ। ଆୟ ବୃଦ୍ଧି ପାଇବ। ବ୍ୟବସାୟୀଙ୍କ ପାଇଁ ସମୟ ବେଶ୍ ଭଲ ରହିଛି। ଅଟକି ଥିବା ଟଙ୍କା ପାଇବେ। ବ୍ୟବସାୟରେ ଅଗ୍ରଗତି କରିବା ସହ ଧାର୍ମିକ କାର୍ଯ୍ୟକଳାପ ପ୍ରତି ମନବଳିବ। ସ୍ବାସ୍ଥ୍ୟରେ ଉନ୍ନତି ହେବ। ଦୂରଯାତ୍ରା ବେଳେ ସତର୍କତା ଅବଲମ୍ବନ କରିବା ଜରୁରୀ।

କର୍କଟ: ବୃହସ୍ପତିଙ୍କ କୃପାରୁ ଏହି ରାଶିର ଭାଗ୍ୟ ଚମକିବ। ଆର୍ଥିକ ସ୍ଥିତି ମଜବୁତ୍ ହେବା ସହ ଆକସ୍ମିକ ଧନଲାଭର ଯୋଗ ରହିଛି। ବ୍ୟବସାୟୀମାନେ ବଡ଼ ଡିଲ୍ ଫାଇନାଲ କରିବେ। ପୁରୁଣା ନିବେଶରୁ ଲାଭ ପାଇବେ। ପୂର୍ବ ଯୋଜନାକୁ ବ୍ୟବସାୟରେ କାର୍ଯ୍ୟକାରୀ କରାଇବେ। ଦିର୍ଘ ଦିନ ଧରି କର୍ମକ୍ଷେତ୍ରରେ ଲାଗି ରହିଥିବା ବିବାଦରୁ ଅନ୍ତ ଘଟିବ। ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟକୁ ଭୁରି ଭୁରି ପ୍ରଶଂସା କରିବେ । କଠିନ ପରିଶ୍ରମର ଫଳ ପାଇବେ। ସରକାରୀ ଚାକିରିଆଙ୍କ ପାଇଁ ସମୟ ଅତ୍ୟନ୍ତ ଭଲ ରହିବ। ପଦୋନ୍ନତି ମିଳିବା ସହ ଦରମା ବଢିବ। ମନ ପସନ୍ଦର ସ୍ଥାନକୁ ଟ୍ରାନ୍ସଫର ହେବ।  ଆୟର ନୂତନ ଉତ୍ସ ସୃଷ୍ଟି ହେବ। କିନ୍ତୁ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

କନ୍ୟା: ବୃହସ୍ପତି ମଧ୍ୟ ଏହି ରାଶିକୁ ପ୍ରତ୍ୟକ କ୍ଷେତ୍ରରେ ଶୁଭଫଳ ପ୍ରଦାନ କରିବେ। ଦିର୍ଘ ଦିନର ଆଶା ପୂରଣ ହେବ। ଏହି ଅବଧି ମଧ୍ୟରେ ଗାଡି କିମ୍ବା ନୂତନ ଘର କିଣିବେ। ସେୟାର ମାର୍କେଟ୍ ରେ ପୁଞ୍ଜି ବିନିଯୋଗ ପାଇଁ ସମୟ ଭଲ ରହିଛି । ପ୍ରେମୀମାନଙ୍କ ପାଇଁ ସମୟ ଅନୁକୂଳ ରହିବ। ସାଥୀଙ୍କ ସହ ଏକ ରୋମାଣ୍ଟିକ୍ ଡେଟ୍ ରେ ଯିବା ସହ ଦାମୀ ଉପହାର ପାଇବେ। ପୁରୁଣା ରୋଗରୁ ଶରୀର ପୀଡା ଦେଖାଦେବ। ତେଣୁ ଆସନ୍ତା ମାସ ଶେଷ ବେଳକୁ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ। ପରିବାରରେ ହସଖୁସିର ମାହୋଲ ଦେଖାଦେବ।

ବିଛା: ବୃହସ୍ପତିଙ୍କ କୃପାରୁ ଏହି ରାଶିର ଲୋକଙ୍କ ଭାଗ୍ୟ ଉଦୟ ହେବ। କ୍ୟାରିୟରରେ ବଡ଼ ସଫଳତା ପାଇବେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା। ଆୟ ଦ୍ବି-ଗୁଣିତ ହେବ। ବ୍ୟବସାୟୀମାନେ ନୂଆ ବ୍ୟବସାୟ ଆରମ୍ଭ କରିବାରେ ସଫଳ ହେବେ। ରିୟଲି-ଇ-ଷ୍ଟେଟ୍ ରେ କାମ କରୁଥିବା ଲୋକଙ୍କ ପାଇଁ ସମୟ ଅତ୍ୟନ୍ତ ଶୁଭ ରହିବ। ନୂଆ ପ୍ରୋଜେକ୍ଟ ମିଳିପାରେ। ଯେଉଁଥିରୁ ସେମାନେ ଅଧିକ କମିଶନ ପାଇବେ। ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ।

ଧନୁ:  ବୃହସ୍ପତିଙ୍କ ଏହି ଚଳନ ଧନୁ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ବେଶ୍ ଲାଭଦାୟକ ହୋଇପାରେ। ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବା । ରାଜନୈତିକ ବ୍ୟକ୍ତି ବିଶେଷମାନେ ଦଳ ପକ୍ଷରୁ କୌଣସି ବଡ଼ ଦାୟିତ୍ବ ପାଇବେ। ଚାକିରି କରୁଥିବା ଲୋକେ କର୍ମକ୍ଷେତ୍ରରେ ସମ୍ମାନୀତ ହେବେ। ବ୍ୟବସାୟୀଙ୍କ ଆୟ ବଢିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପ୍ରେମୀ ମାନଙ୍କ ପାଇଁ ସମୟ ଭଲ ରହିବ। କିନ୍ତୁ ସ୍ବାସ୍ଥ୍ୟ ଜନିତ ସମସ୍ୟା ଲାଗି ରହିବ।

(Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। ଯଦି କୌଣସି ଟିପ୍ସକୁ ଆପଣାଉଛନ୍ତି ତେବେ ଏହା ପୂର୍ବରୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।)

Reporterspen