uttam mohanty: ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତିଙ୍କ ପରଲୋକ

Reporterspen

uttam mohanty: ଭୁବନେଶ୍ୱର (ରିପୋଟର୍ସ ପେନ୍‌) : ଓଡ଼ିଆ ସିନେଜଗତର ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତିଙ୍କର ପରଲୋକ ଘଟିଛି । ଗୁରୁବାର ରାତିରେ ଦିଲ୍ଲୀସ୍ଥିତ ଏକ ହସପିଟାଲରେ ତାଙ୍କର ମୃତ୍ୟୁ ଘଟିଛି । ସେ ଲିଭର ସିରୋସିସ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ ।

କିଛିଦିନ ତଳେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ତୁରନ୍ତ ଭୁବନେଶ୍ୱରରୁ ଦିଲ୍ଲୀକୁ ସ୍ଥାନାନ୍ତରଣ କରାଯାଇଥିଲା । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସିନେପ୍ରେମୀଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି ।

ଉତ୍ତମ ମହାନ୍ତି ଓଡ଼ିଆ ସିନେମା ଜଗତର ଜଣେ ଜଣାଶୁଣା ଅଭିନେତା । ସେ ୧୯୭୭ ମସିହାରେ ଅଭିମାନ ଚଳଚ୍ଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ସେ ଅନେକ ହିଟ୍ ସିନେମା ଦେଇଥିଲେ ମଧ୍ୟ ‘ଦଣ୍ଡା ବାଳୁଙ୍ଗା’ ବେଶ ଚର୍ଚ୍ଚାକୁ ଆସିଥିଲା । ସ୍ୱର୍ଗତ ମହାନ୍ତି ମୟୂରଭଞ୍ଜ ଜିଲ୍ଲାର ବାରିପଦାଠାରେ ଜନ୍ମ ନେଇଥିଲେ । ସେ ସର୍ବମୋଟ ୧୩୫ଟି ଓଡ଼ିଆ, ୩୦ଟି ବଙ୍ଗଳା ଓ ଗୋଟିଏ ହିନ୍ଦୀ ସିନେମାରେ ଅଭିନୟ କରିସାରିଛନ୍ତି । ଓଡ଼ିଆ ଚଳଚିତ୍ର୍ର ଅଭିନେତ୍ରୀ, ଅପରାଜିତାଙ୍କୁ ସେ ବିବାହ କରିଛନ୍ତି । ସେମାନଙ୍କ ପୁତ୍ର ବାବୁସାନ ଜଣେ ଅଭିନେତା ।


Reporterspen
!-- afp header code starts here -->