ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ, ରାଜସ୍ଥାନ ରୟାଲ୍ସର ସହଜ ବିଜୟ

Reporterspen

ଗୌହାଟୀ, ୩୦।୦୩: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ତୃତୀୟ ମ୍ୟାଚ୍‌?କୁ ରାଜସ୍ଥାନ ରୟାଲ୍ସ ସହଜରେ ବିଜୟ ହାସଲ କରିଛି। ଆସାମର ଗୁଆହାଟୀସ୍ଥିତ ବାରସପରା ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା ଏହି ମ୍ୟାଚ୍‌କୁ ଚେନ୍ନାଇ ସୁପର କିଙ୍ଗ୍‌ସ ବିପକ୍ଷରେ ରାଜସ୍ଥାନ ୮ ୱିକେଟ୍‌ରେ ଜିତିଛି। ରିୟାନ ପରାଗଙ୍କ ନେତୃତ୍ୱରେ ରାଜସ୍ଥାନ ଟିମ୍‌ ୧୨.୧ ଓଭରରେ ୨ ୱିକେଟ୍‌ ହରାଇ ୧୨୮ ରନ୍‌ କରିଛି।

ଏହି ମ୍ୟାଚ୍‌ରେ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ସେ ୩୦୫.୮୮ ହାରରେ ବ୍ୟାଟିଂ କରିଛନ୍ତି। ୧୭ଟି ବଲ୍‌ ଖେଳି ୪ଟି ଚୌକା ଏବଂ ୫ଟି ଛକା ବଳରେ ବୈଭବ ୫୨ ରନ୍‌ ସଂଗ୍ରହ କରିଛନ୍ତି। ଦଳର ଅନ୍ୟତମ ପ୍ରାରମ୍ଭିକ ବ୍ୟାଟର ଯଶସ୍ୱୀ ଜୟସ୍ୱାଲ ( ଅପରାଜିତ ୩୮ ରନ୍‌) ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି। ସେହିପରି ୱିକେଟ୍‌କିପର ବ୍ୟାଟର ଧ୍ରୁବ ଜୁରେଲ (୧୮ ରନ୍‌)ଙ୍କ ବ୍ୟାଟିଂରେ ଦର୍ଶକ ଉତ୍ସାହିତ ହୋଇଛନ୍ତି। ରିୟାନ ପରାଗ ଅପରାଜିତ ୧୪ ରନ୍‌ କରିଥିଲେ।

ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଦଳ ସଫଳ ରଣନୀତି କରି ଚେନ୍ନାଇ ଟିମ୍‌କୁ ୧୨୭ ରନ୍‌ରେ ଅଟକାଇଥିଲା। ଅଧିନାୟକ ଋତୁରାଜ ଗାଏକ୍ୱାର୍ଡଙ୍କ ନେତୃତ୍ୱରେ ଚେନ୍ନାଇ ୧୯.୪ ଓଭରରେ ସମସ୍ତ ୱିକେଟ୍‌ ହରାଇଥିଲା। ଫଳରେ ରାଜସ୍ଥାନକୁ ଏହି ମ୍ୟାଚ୍‌ ବିଜୟ ପାଇଁ ୧୨୮ ରନ୍‌ର ଲକ୍ଷ୍ୟ ମିଳିଥିଲା।

ରାଜସ୍ଥାନ ପାଇଁ ଦଳର ସମସ୍ତ ବୋଲର ଭଲ ପ୍ରଦର୍ଶନ କରିଛନ୍ତି। ଜୋଫ୍ରା ଅର୍ଚ୍ଚର, ନନ୍ଦ୍‌ରେ ବର୍ଗର ଏବଂ ରବୀନ୍ଦ୍ର ଜାଡେଜା ୨ଟି ଲେଖାଏଁ ୱିକେଟ୍‌ ନେଇଥିଲା ବେଳେ ବ୍ରିଜେଶ ଶର୍ମା, ସନ୍ଦୀପ ଶର୍ମା ଏବଂ ରବି ବିଷ୍ଣୋୟୀଙ୍କୁ ଗୋଟିଏ ଲେଖାଏଁ ୱିକେଟ୍‌ ମିଳିଥିଲା। ଚେନ୍ନାଇର ପାଳି ଆରମ୍ଭ କରିଥିଲେ ସଞ୍ଜୁ ସାମସନ ଏବଂ ଋତୁରାଜ ଗାୟକୱାଡଙ୍କ ସହିତ ଇନିଂସ ଓପନ କରିଥିଲେ। ଟି୨୦ ବିଶ୍ୱକପ୍‌-୨୦୨୬ର ହିରୋ ସଞ୍ଜୁ ତାଙ୍କ ପ୍ରଭାବରେ ଦେଖାଯାଇ ନଥିଲେ। ନାଣ୍ଡରେ ବର୍ଗର ଦ୍ୱିତୀୟ ଓଭରରେ ସଞ୍ଜୁଙ୍କୁ ବୋଲ୍ଡ କରିଥିଲେ, ମାତ୍ର ଛଅ ରନ କରିଥିଲେ। ଅଧିନାୟକ ଋତୁରାଜ ଗାଏକ୍ୱାର୍ଡ। ଉଭୟ ଖେଳାଳି ୬-୬ ରନ୍‌ ସଂଗ୍ରହ କରି ଆଉଟ୍‌ ହୋଇଥିଲେ। ନନ୍ଦ୍‌ରେ ବର୍ଗର ଚତୁର୍ଥ ଓଭରର ପ୍ରଥମ ବଲ୍‌ରେ ଆୟୁଷ ମହାତ୍ରେଙ୍କୁ ଆଉଟ୍‌ କରିଥିଲେ, ଯାହା ଫଳରେ ମହାତ୍ରେ ସ୍କୋର କରିପାରି ନଥିଲେ। ମାଥ୍ୟୁ ସର୍ଟଙ୍କ ଠାରୁ ଚେନ୍ନାଇ ଟିମ୍‌ ପାଇଁ ବହୁତ ଆଶା ରଖିଥିଲା। କିନ୍ତୁ ସେ ମଧ୍ୟ ଷଷ୍ଠ ଓଭରରେ ମାତ୍ର ଦୁଇ ରନ କରି ଆଉଟ ହୋଇଥିଲେ।

ପରେ ସରଫରାଜ ଖାନ ଇନିଂସକୁ ସ୍ଥିର କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଜାଡେଜା ତାଙ୍କର ପ୍ରଥମ ଓଭରରେ ଆଉଟ କରିଥିଲେ। ସରଫରାଜ ୧୭ ରନ କରିଥିଲେ। ଯେତେବେଳେ ସରଫରାଜ ବିଦାୟ ନେଇଥିଲେ ଚେନ୍ନାଇ ୫୧ ରନ୍‌ ସଗ୍ରହ କରି ୫ଟି ୱିକେଟ୍‌ ହରାଇ ସାରିଥିଲା। ଜାଡେଜା ସେହି ଓଭରରେ ଶିବମ ଦୁବେଙ୍କୁ ଆଉଟ କରିଥିଲେ। ଶିବମ ମଧ୍ୟ ମାତ୍ର ୬ ରନ କରିଥିଲେ। ୧୦ ଓଭର ପରେ ଚେନ୍ନାଇ ୭୧ ରନ୍‌ରେ ୬ଟି ୱିକେଟ୍‌ ହରାଇ ସାରିଥିଲା।

୨୦୧୯ ପରେ ପ୍ରଥମ ଥର ଧୋନି ବିନା ସିଏସକେ
୨୦୧୯ ପରେ ପ୍ରଥମ ଥର ପାଇଁ, ମହେନ୍ଦ୍ର ସିଂହ ଧୋନି ବିନା ପଡ଼ିଆକୁ ଓହ୍ଲାଇଥିବା ଚେନ୍ନାଇ ସୁପର କିଙ୍ଗ୍ସକୁ ରାଜସ୍ଥାନ ରୟାଲ୍ସର ବୋଲରମାନେ ଆଣ୍ଠୁମାଡ଼ି ପକାଇଥିଲେ। ପାଞ୍ଚ ଥରର ଚାମ୍ପିଅନ୍‌ ପାଇଁ ଏହା ଏକ ଖରାପ ଆରମ୍ଭ ଥିଲା; ଧୋନି ବିନା, ଗୌହାଟିର ବରସାପାରା ଷ୍ଟାଡିୟମରେ ବର୍ଷା ଯୋଗୁଁ ଦୀର୍ଘ ସମୟ ଧରି କଭର ତଳେ ରହିଥିବା ପିଚ୍‌ ଉପରେ ଏକ ଯୁବ ସିଏସକେ ଦଳ କଷ୍ଟକର ପରିସ୍ଥିତିରେ ଭାଙ୍ଗି ପଡ଼ିଥିଲା। ଅଧିନାୟକ ଋତୁରାଜ ଗାୟକୱାଡ ଟସ୍‌ ହାରିବା ପରେ ଚେନ୍ନାଇ ପାଇଁ ପରିସ୍ଥିତି ଦ୍ରୁତ ଗତିରେ ଅଲଗା ହେବା ଆରମ୍ଭ ହୋଇଥିଲା।


Reporterspen