Womens T20 World Cup 2024: ୩୪୨ ଟଙ୍କାରେ ଭାରତ- ପାକିସ୍ତାନ ବିଶ୍ୱକପ ଟିକେଟ

Reporterspen

Womens T20 World Cup 2024:  ୟୁଏଇରେ ଆଇସିସି ମହିଳା ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପ ଆୟୋଜିତ ହେବାକୁ ଯାଉଛି । ବିଶ୍ୱକପର ଏହି ମହାକୁମ୍ଭ ବା ଟୁର୍ଣ୍ଣାମେଣ୍ଟର ପ୍ରାରମ୍ଭ ଆସନ୍ତା ୩ ତାରିଖରୁ ହେବ । ସେଥିପାଇଁ ହରମନପ୍ରୀତଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଦୁବାଇରେ ପହଞ୍ଚି ସାରିଛି ।

ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ମଧ୍ଯ ମହିଳା ବିଶ୍ୱକପରେ ଖେଳାଯିବାକୁ ଥିବା ମ୍ଯାଚଗୁଡିକର ଟିକେଟର ବୁକିଂ ଅନଲାଇନରେ ଆରମ୍ଭ କରି ସାରିଛି । ମାତ୍ର ଚିରପ୍ରତିଦ୍ୱନ୍ଦୀ ଭାରତ – ପାକିସ୍ତାନ ମଧ୍ଯରେ ଖେଳାଯିବାକୁ ଥିବା ହାଇଭୋଲଟେଜ ମୁକାବିଲାର ଟିକେଟର ଦାମ ମଧ୍ୟ ଜାରି ହୋଇଛି । ଯାହା ସମସ୍ତଙ୍କୁ ଚକିତ କରିଛି ।

ମହିଳା ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପରେ ଭାରତ- ପାକିସ୍ତାନ ଆସନ୍ତା ୬ ଅକ୍ଟୋବରରେ ଆମନା ସାମନା ହେବେ । ଭାରତୀୟ ସମୟ ଦିନ ୩ଟା ୩୦ ରେ ଏହି ମହାମୁକାବିଲା ଖେଳାଯିବ । ଏହି ଦିନ ୱେଷ୍ଟଇଣ୍ଡିଜ ଓ ସ୍କଟଲାଣ୍ଡ ମଧ୍ୟରେ ମଧ୍ୟ ମ୍ଯାଚ ଖେଳାଯିବାର କାର୍ଯ୍ୟସୂଚୀ ରହିଛି । ଉଭୟ ମ୍ଯାଚ ପାଇଁ ଆଇସିସି ଗୋଟିଏ ପ୍ରକାର ଟିକେଟ ଜାରି କରିଛି । ଯାହାର ଦାମ ରହିଛି ୧୫ ଦିରହମ, ମାନେ ଭାରତୀୟ ମୁଦ୍ରାରେ ମାତ୍ର ୩୪୨ ଟଙ୍କା । କିନ୍ତୁ, ଅଲଗା ଅଲଗା ଷ୍ଟାଣ୍ଡ ପାଇଁ ଦାମ୍ ମଧ୍ଯ ଭିନ୍ନ ରହିଛି ।

ଜଣେ ଏହି ମ୍ଯାଚର ଟିକେଟ ଜଣେ t20worldcup.platinumlist.net ୱେବସାଇଟକୁ ଯାଇ ଅନଲାଇନରେ ବୁକ କରି ପାରିବ । ୧୮ ବର୍ଷ କିମ୍ୱା ତା’ଠୁ କମ୍ ବୟସର ଲୋକଙ୍କୁ ମ୍ଯାଚ ଦେଖିବା ପାଇଁ ଟିକେଟର ଆବଶ୍ୟକତା ରହିବ ନାହିଁ ।

ପ୍ରକାଶଥାଉ ଯେ, ମହିଳା ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପରେ ମୋଟ ୧୦ ଟି ଦଳ ଭାଗ ନେଉଛନ୍ତି । ଏହି ୧୦ ଟି ଦଳକୁ ଦୁଇଟି ଗ୍ରୁପରେ ଭାଗ କରାଯାଇଛି । ଭାରତୀୟ ଦଳ ଗ୍ରୁପ ‘ଏ’ ରେ ରହିଛି । ଭାରତକୁ ଛାଡି ଗ୍ରୁପ ‘ଏ’ରେ ନ୍ୟୁଜିଲାଣ୍ଡ, ପାକିସ୍ତାନ, ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ରହିଛନ୍ତି ।


Reporterspen