୩୦ ଆଜୀବନ ବନ୍ଦୀଙ୍କୁ ମିଳିଲା ମୁକ୍ତି

Reporterspen

ଭୁବନେଶ୍ୱର (ରିପୋଟର୍ସ ପେନ୍‌) : ରାଜ୍ୟର ବିଭିନ୍ନ ଜେଲରେ ହତ୍ୟା ଅଭିଯୋଗରେ ଆଜୀବନ କାରାଦଣ୍ଡ ଭୋଗୁଥିବା ୩୦ ଜଣ କଏଦୀଙ୍କୁ ବୁଧବାର ମୁକ୍ତି ମିଳିଛି । ଏହି କଏଦୀମାନେ ହତ୍ୟା ଅଭିଯୋଗରେ ରାଜ୍ୟର ବିଭିନ୍ନ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇ କଏଦୀ ଭାବେ ସଜ୍ଜା କାଟୁଥିବା ବେଳେ ସେମାନଙ୍କ ବ୍ୟବହାର, ଆଚାର ଉଚ୍ଚାର ପରିବର୍ତ୍‌ତନ ଦେଖ? ସେମାନେ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ଲାଗି ଜେଲ କର୍ତ୍‌ତୃପକ୍ଷ ବିଭିନ୍ନ ସମୟରେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ସେେଂଟ୍ରନ୍ସ ରିଭ୍ୟୁ ବୋର୍ଡ ଉପରୋକ୍ତ ଅପରାଧୀଙ୍କ ପୃଷ୍ଠଭୂମିକୁ ପ୍ରଥମେ ଯାଂଚ କରିଥିଲା । ଯେହେତୁ ସେମାନେ ଦୀର୍ଘ ୧୪ ବର୍ଷ ଧରି ଜେଲରେ ରହିଥିଲେ ମଧ୍ୟ ଜେଲରେ କୌଣସି ଅପରାଧିକ କାର୍ଯ୍ୟକଳାପରେ ସଂପୃକ୍ତ ନ ଥିଲେ ଏଥିସହ ସେମାନେ ଅଭ୍ୟାସଗତ ଅପରାଧୀ ନୁହନ୍ତି, ପରିସ୍ଥିତିରେ ପଡ଼ି ହତ୍ୟା ମାମଲାରେ ଜଡ଼ିତ ହୋଇଥିଲେ ତେଣୁ ଏହି ସବୁ ଦୃଷ୍ଟିକୁ ବିଚାରକୁ ନିଆଯାଇ ଅଭିଯୁକ୍ତମାନଙ୍କୁ ବୁଧବାର ଖଲାସ କରାଯାଇଛି ।

ବୁଧବାର ଖଲାସ ହୋଇଥିବା ଅଭିଯୁକ୍ତମାନଙ୍କ ମଧ୍ୟରେ ବହୁ ଚର୍ଚ୍ଚିତ ଅଷ୍ଟ୍ରେଲିଆ ମିସନାରୀ ଗ୍ରାହମ ଷ୍ଟେନ୍ସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଥିବା ଦାରା ସିଂଙ୍କ ପ୍ରମୁଖ ସହଯୋଗୀ ମହେନ୍ଦ୍ର ହେମ୍ବମ୍ରଙ୍କୁ ମଧ୍ୟ ରହିଛିନ୍ତି । ମହେନ୍ଦ୍ର ୨୦୦୦ ମସିହାରୁ କେନ୍ଦୁଝର ସଦର ଜେଲରେ ଆଜୀବନ କଏଦୀ ଭାବେ ସଜ୍ଜା କାଟୁଥିଲେ । ସେ ଜେଲରେ ୨୫ ବର୍ଷ ରହିବା ପରେ ତାଙ୍କୁ ମୁକ୍ତି ମିଳିଛି । ସେହିପରି ୨୦୦୯ ମସିହାରେ ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ବ୍ଲକ ବାଇଗଣିଜୋରିର ରମେଶ ଜାଗଦଲା (୪୫) ତାଙ୍କ ପତ୍ନୀଙ୍କୁ କିରୋସିନ ଢ଼ାଲି ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗର ବିଚାରକରି ରମେଶଙ୍କୁ ୨୦୧୦ ମସିହାରେ ସୋନପୁର କୋର୍ଟ ଅଭିଯୁକ୍ତ ରମେଶଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ ।

ଏହି ମାମଲାରେ ୨୦୧୭ ମସିହା ପର୍ଯ୍ୟନ୍ତ ସୋନପୁର ଜେଲରେ ରମେଶ ରହିବା ପରେ ତାଙ୍କୁ ଭୁବନେଶ୍ୱର ସ୍ଥିତ ଜାମୁଝରି ମୁକ୍ତାକାଶ ଜେଲକୁ ସ୍ଥାନାନ୍ତର କରାଯାଇଥିଲା । ପରେ ତାଙ୍କୁ ଝାରପଡ଼ା ସ୍ଥ?ତ ସ୍ୱତନ୍ତ୍ର କାରାଗାରକୁ ସ୍ଥାନାନ୍ତର କରାଯାଇଥିଲା । ଜେଲରେ ଉତ୍‌ତମ ବ୍ୟବହାର ପ୍ରଦର୍ଶନ କରିଥିବାରୁ ରମେଶ ମଧ୍ୟ ଦୀର୍ଘ ୧୫ ବର୍ଷ ପରେ ଜେଲରୁ ମୁକ୍ତି ପାଇଛନ୍ତି । ତାଙ୍କୁ ଝାରପଡ଼ା ଜେଲର ସୁପରିଟେଣ୍ଡଂଟ ଏବଂ ଜେଲର ଫୁଲମାଳ ଦେବା ସହ ତାଙ୍କ ସଜ୍ଜା ସମୟରେ ସେ ଜେଲରେ କାମ କରି ଅର୍ଜନ କରିଥିବା ୫୦ ହଜାର ଟଙ୍କା ଏବଂ ୫ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରି ବିଦାୟ ଦେଇଛନ୍ତି । ରମେଶ ମଧ୍ୟ ଆଉ ଅପରାଧ ଦୁନିଆରେ ପାଦ ଦେବ ନାହିଁ ବରଂ ଡ୍ରାଇଭର ଭାବେ କାର୍ଯ୍ୟ କରି ନିଜ ଝିଅପୁଅକୁ ପୋଷିବ ବୋଲି କହିଛି ।


Reporterspen
!-- afp header code starts here -->