ଚୌଦ୍ୱାର ଜେଲରେ ୫ କଏଦୀ ଏଚଆଇଭି ପଜିଟିଭ ଚିହ୍ନଟ

Reporterspen

ଭୁବନେଶ୍ୱର, (ରିପୋଟର୍ସ ପେନ୍‌) : ଝାରପଡା ଜେଲ୍ ପରେ ଚୌଦ୍ୱାର ମଣ୍ଡଳ କାରାଗାରରେ ଏଡ଼ସ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୫ ଜଣ କଏଦୀ ଏଚଆଇଭି ପଜିଟିଭ ଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ୨ ଜଣ ସଜ୍ଜା କାଟୁଥିବା ବେଳେ ୩ ଜଣ ବିଚାରାଧୀନ କଏଦୀ ବୋଲି ଜଣାପଡିଛି । ପୂର୍ବରୁ ଝାରପଡ଼ା ଜେଲ୍‌ରେ ୮ ଜଣ ଏକଦୀ ଏଚ୍‌ଆଇଭି ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

ସୂଚନା ଅନୁଯାୟୀ, ଚୌଦ୍ୱାର ମଣ୍ଡଳ କାରାଗାରରେ ଚିହ୍ନଟ ହୋଇଥିବା ଏଚ୍‌ଆଇଭି ଆକ୍ରାନ୍ତ କଏଦୀମାନଙ୍କୁଜେଲ୍ ଭିତରେ ଥିବା ସ୍ୱତନ୍ତ୍ର ୱାର୍ଡରେ ରଖାଯାଇଛି । ସେଠାରେ ତାଙ୍କୁ ଚିକିତ୍ସା ଯୋଗାଇ ଦିଆଯାଉଛି । ଜେଲ୍‌ରେ ଥିବା ଜଣେ ଡ଼ାକ୍ତର ଓ ଦୁଇ ଜଣ ଫାର୍ମାସିଷ୍ଟ ସେମାନେ ରୀତିମତ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରୁଛନ୍ତି ।

ଜେଲ୍ ସୁପରିଟେଣ୍‌ଡେଣ୍ଟ ସୁଜିତ୍ ରାଉଳ କହିଛନ୍ତି ଯେ, ଯେଉଁମାନେ ବିଭିନ୍ନ ମାମଲାରେ ଜେଲ୍କୁ ଆସିଥାନ୍ତି, ପ୍ରଥମେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଭିନ୍ନ ପ୍ରକାରର ପରୀକ୍ଷା କରାଯାଇଥାଏ । କଏଦୀଙ୍କ ରୋଗ ଚିହ୍ନଟ ପରେ ବିଭିନ୍ନ ୱାର୍ଡକୁ ପଠାଯାଇଥାଏ ।


Reporterspen