odisha news: ରାସ୍ତାରୁ ହଟିଲା, ମଣିଙ୍କ ମନ୍ଦିର ପାଖରେ ବସିବ ଷଣ୍ଢ ମୂର୍ତ୍ତି

Reporterspen

odisha news: ଭୁବନେଶ୍ୱର (ରିପୋଟର୍ସ ପେନ୍‌) : ଦୀର୍ଘବର୍ଷ ହେଲା ଏକ ନମ୍ବର ହାଟ ରାସ୍ତା ମଝିରେ ଅପରିସ୍କାର ଓ ଆବର୍ଜ୍ଜନା ମଧ୍ୟରେ ପୂଜା ପାଉଥିବା ଏକ ଷଣ୍ଢମୂର୍ତ୍ତୀକୁ ବାବା ଆଖଣ୍ଡଳମଣୀଙ୍କ ମନ୍ଦିର ପାଖକୁ ସ୍ଥାନାନ୍ତରଣ କରାଯାଇଛି । ଫଳରେ ଆବଦ୍ଧ ହୋଇ ରହିଥିବା ରାସ୍ତାଟି ସର୍ବସାଧାରଣଙ୍କ ଲାଗି ମୁକ୍ତ ହୋଇପାରିଛି । ଯାହାକୁ ନେଇ ବ୍ୟବସାୟୀ ଓ ସାଧାରଣ ଖାଉଟୀମାନେ ଖୁସିବ୍ୟକ୍ତ କରିଛନ୍ତି ।

ସୂଚନା ଅନୁସାରେ, ୧୯୯୬ ମସିହାରେ ଏକ ନମ୍ବର ହାଟ (ପେଟ୍ରୋଲ ପମ୍ପ ପାଖ) ଫାଟକ ନିକଟରେ ଏକ ବୁଲା ଷଣ୍ଢର ମୂର୍ତ୍ତୀ ଘଟିଥିଲା । ଷଣ୍ଢର ମୃତ୍ୟୁ ପରେ ତତକାଳୀନ ବ୍ୟବସାୟୀମାନେ ସେଠାରେ ଏକ ଷଣ୍ଢ ମୂର୍ତ୍ତୀ ନିର୍ମାଣ କରି ପୂଜାର୍ଚ୍ଚନା ଆରମ୍ଭ କରିଥିଲେ । ଏପରିକି ପ୍ରତିବର୍ଷ ସେଠାରେ ଏକ ଯଜ୍ଞର ଆୟୋଜନ କରାଯାଉଥିଲା । ତେବେ ଦୁଃଖର ବିଷୟ ଏହି ଷଣ୍ଢ ମୂର୍ତ୍ତୀ ନିର୍ମାଣର ପୁରାଧା ସାଜିଥିବା ୩ଜଣଙ୍କର ଅକାଳ ମୃତ୍ୟୁ ଘଟିଥିଲା । ପରବର୍ତ୍ତୀ ସମୟରେ ହାଟ ବ୍ୟବସାୟୀ ସଂଘ ପ୍ରତିବର୍ଷ ଷଣ୍ଢ ଲାଗି ଏକ କାର୍ଯ୍ୟକ୍ରମ କରିଆସୁଥିଲା ।

ସମୟକ୍ରମେ ହାଟ ବଢିବା ସହ ବ୍ୟବସାୟୀଙ୍କ ସଂଖ୍ୟା ମଧ୍ୟ ଅହେତୁକ ଭାବେ ବଢି ଚାଲିଥିଲା । ଇତି ମଧ୍ୟରେ ବ୍ୟବସାୟୀମାନେ ପୂଜା ପାଉଥିବା ଷଣ୍ଢ ମୂର୍ତ୍ତୀ ଚାରିପାଖରେ ବସି ବ୍ୟବସାୟ କଲେ । ସେଠାରେ ଅନ୍ୟାୟ-ଅନୀତି ମଧ୍ୟ ହେଲା । ଚାରିପାଖ ଅପରିସ୍କାର ଓ ଆବର୍ଜ୍ଜନାରେ ଭରି ରହିଲା । ଏପରିକି ହାଟ ରାସ୍ତାକୁ ମଧ୍ୟ ଅରୋଧ କଲା । ଦୀର୍ଘଦିନ ହେଲା ମୂର୍ତ୍ତୀ ଅନ୍ୟତ୍ର ସ୍ଥାନାନ୍ତରଣ ନେଇ ବ୍ୟବସାୟୀମାନେ ଦାବି କରିଆସୁଥିଲେ । ହେଲେ ବ୍ୟବସାୟୀ ସଂଘ ଏହାକୁ କର୍ଣ୍ଣପାତ କରିନଥିଲା ।

ଗତକିଛି ଦିନ ହେଲା ହାଟର ନୂଆ ସଭାପତି ଭାବେ କବିରାଜ ସ୍ୱାଇଁ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଦାୟିତ୍ୱ ନେବା ପରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ହାତକୁ ନେଇଛନ୍ତି । ବିଏମସିର ସହଯୋଗ ଓ ଅନୁମତି କ୍ରମେ ସେ ସମସ୍ତ କାର୍ଯ୍ୟ କରୁଛନ୍ତି । ଏହି କାର୍ଯ୍ୟକ୍ରମ ମଧ୍ୟ ରାସ୍ତା ମଝିରୁ ଷଣ୍ଢମୂର୍ତ୍ତୀ ହଟାଇ ଅନ୍ୟତ୍ର ସ୍ଥାପନ କରିବାକୁ ମଧ୍ୟ ସଂଘ ନିଷ୍ପତ୍ତି ନେଇଥିଲା । ବ୍ୟବସାୟୀଙ୍କ ଦାବି ଓ ବାରମ୍ବାର ସଭାପତିଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ରିତିନୀତି ଅନୁସାରେ ଷଣ୍ଢମୂର୍ତ୍ତୀକୁ ସେଠାରୁ ଉଠାଇ ଆଖଣ୍ଡଳମଣୀ ମନ୍ଦିର ପାଖକୁ ସ୍ଥାନାନ୍ତରଣ କରାଯାଇଛି । ଯଦିଓ ମୂର୍ତ୍ତୀ ସ୍ଥାପନା ହୋଇନାହିଁ, ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ମୂର୍ତ୍ତୀ ଏବେ ମନ୍ଦିର ଦାୟିତ୍ୱରେ ରହି ପୂଜାର୍ଜ୍ଜନା ପାଉଛି ।

ଏହି ମୂର୍ତ୍ତୀ ସ୍ଥାନାନ୍ତରଣକୁ ନେଇ କେତେକ ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ରାଜନୀତି ଆରମ୍ଭ କରିଛନ୍ତି । ବ୍ୟବସାୟୀ ସଂଘ ଓ ସଭାପତିଙ୍କୁ ବଦନାମ କରିବାକୁ ଉଦ୍ୟମ କରୁଛନ୍ତି ବୋଲି ସଭାପତି କବିରାଜ ସ୍ୱାଇଁ କହିଛନ୍ତି ।


Reporterspen
!-- afp header code starts here -->