India Squad For Australia Tour: ଶନିବାର ଦିନ ବିସିସିଆଇ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତର ଦିନିକିଆ ଏବଂ ଟି-୨୦ ଦଳ ଘୋଷଣା କରିଛି। ଟେଷ୍ଟ ଏବଂ ଟି-୨୦ ଆନ୍ତର୍ଜାତୀୟରୁ ଅବସର ନେଇଥିବା ଅଭିଜ୍ଞ ବ୍ୟାଟସମ୍ୟାନ୍ ରୋହିତ ଶର୍ମା ଏବଂ ବିରାଟ କୋହଲି ଦିନିକିଆ ଦଳର ସ୍ଥାନ ପାଇଛନ୍ତି। ୩୮ ବର୍ଷୀୟ ରୋହିତ ମଧ୍ୟ ଆଉ ଦଳର ଅଧିନାୟକତ୍ୱ କରିବେ ନାହିଁ। ତାଙ୍କ ସ୍ଥାନରେ ଯୁବ ବ୍ୟାଟସମ୍ୟାନ୍ ଶୁଭମନ ଗିଲଙ୍କୁ ଦିନିକିଆ ଅଧିନାୟକ ଭାବରେ ନିଯୁକ୍ତ କରାଯାଇଛି। ଗିଲ୍ ଭାରତର ଟେଷ୍ଟ ଦଳର ଅଧିନାୟକ ଏବଂ ଟି-୨୦ ରେ ଉପ-ଅଧିନାୟକ। ଶ୍ରେୟସ ଆୟରଙ୍କୁ ଦିନିକିଆରେ ଉପ-ଅଧିନାୟକ ଦାୟିତ୍ୱ ଦିଆଯାଇଛି। କୁହାଯାଉଛି ଯେ ୨୦୨୭ ଦିନିକିଆ ବିଶ୍ୱକପକୁ ଦୃଷ୍ଟିରେ ରଖି BCCI ଏହି ନିଷ୍ପତ୍ତି ନେଇଛି।
ରୋହିତ ଶର୍ମା ୫୬ଟି ଦିନିକିଆରେ ଭାରତର ଅଧିନାୟକତ୍ୱ କରିଛନ୍ତି। ରୋହିତଙ୍କ ନେତୃତ୍ୱରେ ଭାରତୀୟ ଦଳ ୪୨ଟି ଦିନିକିଆ ଜିତିଛି ଏବଂ କେବଳ ୧୨ ଥର ହାରିଛି। ତାଙ୍କ ନେତୃତ୍ୱରେ ଭାରତ ୨୦୨୩ ଦିନିକିଆ ବିଶ୍ୱକପର ଫାଇନାଲରେ ପହଞ୍ଚିଥିଲା। ଯେଉଁଠାରେ ଦଳ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଥିଲେ। ରୋହିତ ଏବଂ କୋହଲି ନଅ ମାସ ପରେ ଭାରତ ପାଇଁ ଖେଳିବେ। ଉଭୟ ଶେଷ ଥର ପାଇଁ ମାର୍ଚ୍ଚରେ ଓଉଉ ଚାମ୍ପିଅନ୍ସ ଟ୍ରଫିରେ ଖେଳିଥିଲେ। ରୋହିତଙ୍କ ନେତୃତ୍ୱରେ ଭାରତ ଚାମ୍ପିଅନ୍ସ ଟ୍ରଫି ଜିତିଥିଲା। ଭାରତ ବନାମ ଅଷ୍ଟ୍ରେଲିଆ ସୀମିତ ଓଭର ସିରିଜ୍ ନଭେମ୍ବର ୧୯ରେ ପର୍ଥରେ ଆରମ୍ଭ ହେବ।
ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆଘାତ ଯୋଗୁଁ ଭାରତୀୟ ଦଳରେ ସ୍ଥାନ ପାଇନାହାଁନ୍ତି। ସେ ୨୦୨୫ଏସିଆ କପ୍ ସମୟରେ ହାମଷ୍ଟ୍ରିଙ୍ଗ୍ ଆଘାତର ଶିକାର ହୋଇଥିଲେ। ସେ ଏସିଆ କପ୍ ଫାଇନାଲରେ ଖେଳି ନଥିଲେ। ଯେଉଁଥିରେ ସୂର୍ୟ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଦଳ ପାକିସ୍ତାନକୁ ପରାସ୍ତ କରି ଟାଇଟଲ୍ ଜିତିଥିଲା। ୱିକେଟକିପର ରିଷଭ ପନ୍ତ ଫିଟ୍ ନ ହେବା କାରଣରୁ ଅଷ୍ଟ୍ରେଲିଆ ଗସ୍ତ କରିବେ ନାହିଁ। ଇଂଲଣ୍ଡରେ ଟେଷ୍ଟ ସିରିଜ୍ ସମୟରେ ଆହତ ହୋଇଥିବା ପନ୍ତ ମଧ୍ୟ ଏସିଆ କପ୍ ହରାଇଥିଲେ। ସୂର୍ୟ୍ୟକୁମାର ପୁଣି ଥରେ ଭାରତୀୟ ଟି-୨୦ ଦଳର ନେତୃତ୍ୱ ନେବେ।
ଭାରତୀୟ ଏକଦିବସୀୟ ଦଳ: ଶୁବମନ ଗିଲ୍ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ ଆୟର (ଉପ-ଅଧିନାୟକ), ଅକ୍ଷର ପଟେଲ, କେଏଲ ରାହୁଲ (ୱିକେଟ୍ କିପର), ନୀତିଶ କୁମାର ରେଡ୍ଡୀ, ୱାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ହର୍ଷିତ ରାଣା, ମହମ୍ମଦ ସିରାଜ, ଅର୍ଶଦୀପ ସିଂହ, ପ୍ରସିଦ୍ଧ କ୍ରୀଷ୍ଣା, ଧ୍ରୁବ ଜୁରେଲ (ଉଇକେଟକିପର), ଯଶସ୍ୱୀ ଜୟସ୍ୱାଲ।
ଭାରତୀୟ ଟି-୨୦ ଦଳ: ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଅଭିଷେକ ଶର୍ମା, ଶୁବମନ ଗିଲ (ଉପ-ଅଧିନାୟକ), ତିଲକ ଭର୍ମା, ନୀତୀଶ କୁମାର ରେଡ୍ଡୀ, ଶିବମ ଦୁବେ, ଅକ୍ଷର ପଟେଲ, ଜିତେଶ ଶର୍ମା (ୱିକେଟ୍ କିପର), ବରୁଣ ଚକ୍ରବର୍ତ୍ତୀ, ଯଶପ୍ରୀତ ବୁମ୍ରା, ଅର୍ଶଦୀପ ସିଂହ, କୁଲଦୀପ ଯାଦବ, ହର୍ଷିତ ରାଣା, ସଞ୍ଜୁ ସାମସନ୍ (ୱିକେଟ୍ କିପର), ରିଙ୍କୁ ସିଂ, ୱାଶିଂଟନ୍ ସୁନ୍ଦର।