Odisha Budget : ୧୭ ହଜାର ୪୪୦ କୋଟିର ଅତିରିକ୍ତ ବଜେଟ୍‌ ଆଗତ

Reporterspen

Odisha Budget: ଭୁବନେଶ୍ୱର (ରିପୋର୍ଟର୍ସ ପେନ୍‌): ରାଜ୍ୟର ପ୍ରଥମ ଅତିରିକ୍ତ ବଜେଟ୍‌ ଆଗତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବିଧାନସଭାରେ ଉପସ୍ଥାପନା କରିଛନ୍ତି । ୨୦୨୫-୨୬ ଆର୍ଥିକ୍‌ ବର୍ଷ ପାଇଁ ୧୭ ହଜାର ୪୪୦ କୋଟିର ପାଣ୍ଠି ବ୍ୟୟ ବରାଦ କରିଛନ୍ତି । ଏଥିରେ ମୋଟ୍‌ ପ୍ରଶାସନିକ ଖର୍ଚ୍ଚ ୩,୩୮୯ କୋଟି ଅଟକଳ କରାଯାଇଛି । ସେହିପରି ବିଭିନ୍ନ ଖର୍ଚ୍ଚ ବାବଦକୁ ୧୩,୭୧୬ କୋଟି ବ୍ୟୟ ବରାଦ କରାଯାଇଛି । ବିପର୍ଯ୍ୟୟ ପରିଚାଳନା ପାଇଁ ୧୭୧ କୋଟି ପାଣ୍ଠି ବରାଦ ହୋଇଛି । ଅତିରିକ୍ତ ବଜେଟ୍‌ର ଆବଶ୍ୟକତା ଏକ ଜନମଙ୍ଗଳ ରାଷ୍ଟ୍ରରେ ସମ୍ୱଳର ଉପଲବ୍ଧତା ଏବଂ ଜନସାଧାରଣଙ୍କ ଆଶା ଓ ଆକାଂକ୍ଷାକୁ ଆଖି ଆଗରେ ରଖି ଉପଲବ୍ଧ ସମ୍ୱଳର ପୁନଃବିନିଯୋଗ ତଥା ବିଭିନ୍ନ ସୂତ୍ରରୁ ସହବନ୍ଧିତ ସମ୍ୱଳର ପ୍ରାପ୍ତି ମାଧ୍ୟମରେ ଅତିରିକ୍ତ ବଜେଟ୍‌ ପାଇଁ ବ୍ୟୟବରାଦ କରାଯାଇଛି ।

ଅତିରିକ୍ତ ବଜେଟ୍‌ ପାଇଁ ଅର୍ଥ ବ୍ୟବସ୍ଥା
ପ୍ରଶାସନିକ ବ୍ୟୟ ଏବଂ ସ୍ଥାନୀୟ ସଂସ୍ଥାକୁ ସ୍ଥାନାନ୍ତର ଅନ୍ତର୍ଗତ ଆବଣ୍ଟନ ବାବଦକୁ ଅର୍ଥ ସମନ୍ୱୟ ଏବଂ ଅର୍ଥ ସମର୍ପଣ ଜରିଆରେ ବ୍ୟବସ୍ଥା କରାଯିବ । ବିପର୍ଯ୍ୟୟ ପରିଚାଳନା ପାଣ୍ଠି ଅଧୀନରେ ଆବଣ୍ଟନ ବାବଦକୁ ଜାତୀୟ ବିପର୍ଯ୍ୟୟ ସଙ୍କଟ ପରିଚାଳନା ପାଣ୍ଠିରେ ଉପଲବ୍ଧ ରାଶି ଦ୍ୱାରା ଭରଣା କରାଯିବ। ଅତିରିକ୍ତ ବଜେଟ୍‌ରେ ୧୭,୪୪୦ କୋଟି ଟଙ୍କାର କାର୍ଯ୍ୟକ୍ରମ ବ୍ୟୟ ବରାଦ ମଧ୍ୟରୁ, ୧୨୩୨ କୋଟି ଟଙ୍କା ସହବନ୍ଧିତ ସମ୍ବଳ ମାଧ୍ୟମରେ ପୂରଣ କରାଯିବ ଓ ଅବଶିଷ୍ଟ ଅର୍ଥରାଶି ବର୍ଷ ଶେଷରେ ପାଣ୍ଠି ସମର୍ପଣ ମାଧ୍ୟମରେ ପୂରଣ କରାଯିବ ।

ପ୍ରଶାସନିକ ବ୍ୟୟ ପାଇଁ ଅର୍ଥ ବ୍ୟବସ୍ଥା
ପ୍ରଶାସନିକ ବ୍ୟୟ ପାଇଁ ମୋଟ ୩୩୮୯ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଏଥିମଧ୍ୟରୁ ୧୪୦୬ କୋଟି ଟଙ୍କା ସୁଧ ଦେୟ ଏବଂ ୧୩୩ କୋଟି ଟଙ୍କା ଓଡିଶା ଆକସ୍ମିକ ପାଣ୍ଠିରୁ ନିଆଯାଇଥିବା ଅଗ୍ରୀମ ଭରଣା ପାଇଁ ଉଦ୍ଦିଷ୍ଟ । ସରକାରୀ ଆବାସିକ କୋଠା ଗୁଡିକର ରକ୍ଷଣାବେକ୍ଷଣ ପାଇଁ ୨୦୫ କୋଟି ଟଙ୍କା ଏବଂ ଅଣ-ଆବାସିକ କୋଠା ଗୁଡିକର ରକ୍ଷଣାବେକ୍ଷଣ ପାଇଁ ୩୦୬ କୋଟି ଟଙ୍କା ପ୍ରଦାନ କରାଯାଇଛି । ରାସ୍ତା ଏବଂ ସେତୁର ରକ୍ଷଣାବେକ୍ଷଣ ପାଇଁ ୨୫୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । ଗ୍ରାମୀଣ ପାଇପ ଜଳ ଯୋଗାଣ ପ୍ରକଳ୍ପର କଳ୍ପର ପରିଚାଳନା ଏବଂ ରକ୍ଷଣାବେକ୍ଷଣ ପାଇଁ ୧୧୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ପାଣି ପଞ୍ଚାୟତର ଅଚଳ ଉଠାଜଳସେଚନଗଡ଼ୁକର ପୁନରୁଦ୍ଧାର ଓ ରକ୍ଷଣାବେକ୍ଷଣ ପାଇଁ ଓଡ଼ିଶା ଉଠାଣ ଜଳସେଚନ ନିଗମ (ଙଖଓଉ) ୬୬ କୋଟି ଟଙ୍କାର ଅନୁଦାନ ଏବଂ ସମ୍ପୂର୍ଣ୍ଣହୋଇଥିବ ଥୁବା କାର୍ଯ୍ୟ ପାଇଁ ପ୍ରୋତ୍ସାହନ ରାଶି ବାବଦକୁ ଙଖଓଉକୁ ୨୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ଜିଲ୍ଲା ପରି ପରିଷଦ ନିର୍ବାଚନ ପରିଚାଳନା ପାଇଁ ୪୨ କୋଟି ଟଙ୍କା ପ୍ରଦାନ କରାଯାଇଛି । ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟାଗ ପକ୍ଷରୁ ନିଯୁକ୍ତି ପରୀକ୍ଷ ପରିଚାଳନା ପାଇଁ ୨୩ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ସରକାରୀ କଲେଜ ପାଇଁ ୩୬ କୋଟି ଟଙ୍କା ଏବଂ ସରକାରୀ ତାଲିମ ମହାବିଦ୍ୟାଳୟ ପାଇଁ ୧୬ କୋଟି ଟଙ୍କା ପ୍ରଦାନ କରାଯାଇଛି । ଓଡ଼ିଶାର ମାଧ୍‌ଯମିକ ଶିକ୍ଷା ପରିଷଦ (ଈଝଋ) ପାଇଁ ୧୩ କୋଟି ଟଙ୍କାର ଅନୁଦାନ । ଉତ୍କଳ ବିଶ୍ୱବିଦ୍ୟାଳୟ ପାଇଁ ୫ କୋଟି ଟଙ୍କା ଏବଂ ରେଭେନ୍ସା ବିଶ୍ୱବିଦ୍ୟାଳୟ ପାଇଁ ୧୪ କୋଟି ଟଙ୍କାର ଅନୁଦାନ ।

ବିପର୍ଯ୍ୟୟ ବିପଦ ପ୍ରଶମନ ପାଣ୍ଠି
ଅଗ୍ନିଶମ ସେବାର ଆଧୁନିକୀକରଣ ଏବଂ ସମ୍ପ୍ରସାରଣ ପାଇଁ ୨୦୨୫-୨୬ ଅତିରିକ୍ତ ବଜେଟରେ ଜାତୀୟ ବିପର୍ଯ୍ୟୟ ବିପଦ ପ୍ରଶମନ ପାଣ୍ଠି ଅଧୀନରେ ୧୭୧ କୋଟି ଟଙ୍କା ପ୍ରଦାନ କରାଯାଇଛି ।

ରାଜ୍ୟ ବଜେଟ୍‌ରୁ ହସ୍ତାନ୍ତର
ଅତିରିକ୍ତ ବ୍ୟୟ ବିବରଣୀ, ୨୦୨୫-୨୬ରେ ରାଜ୍ୟ ଅର୍ଥ କମିଶନଙ୍କ ସୁପାରିଶ ଅନୁଯାୟୀ ପଞ୍ଚାୟତିରାଜ ସଂସ୍ଥାଗୁଡ଼ିକୁ ୧୬୪ କୋଟି ଟଙ୍କା ହସ୍ତାନ୍ତର ପାଇଁ ପ୍ରସ୍ତାବ ରହିଛି ।

କୃଷକ କଲ୍ୟାଣ ଓ ଖାଦ୍ୟ ନିରାପତ୍ତା:
ସାଧାରଣ ବଣ୍ଟନ ବ୍ୟବସ୍ଥା ଅଧୀ ଅଧୀନରେ ଧାନ କ୍ରୟ ପାଇଁ ରିଭଲଭିଂ ପାଣ୍ଠି ପାଇଁ ୩୦୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ସାଧାରଣ ବଣ୍ଟନ ବ୍ୟବ ବସ୍ଥାରେ ରିହାତି ପାଇଁ ୧୩୨୫ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ସମୃଦ୍ଧ କୃଷକ ଯୋଜନା ଅଧୀନରେ ଚାଷୀମାନଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ଏବଂ ଇନପୁଟ୍‌ ସହାୟତା ପାଇଁ ୮୫୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । ପ୍ରାଣୀ ସମ୍ପଦ ସମୃଦ୍ଧି ଯୋଜନା କୁକୁଡ଼ା ପାଳନ ବିକାଶ ପାଇଁ ୧୩୭ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା (ଗକଣ) ଗୋପାଳନ ପାଇଁ ୯୧ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଜଳ ନିଅଣ୍ଟ ଥିବା ଅଞ୍ଚଳରେ ଭୂତଳ ଜଳର ସହନୀୟ ଉତ୍ତୋଳନ ପାଇଁ ୧୦୦ କୋଟି ଟଙ୍କାର ବ୍ୟବସ୍ଥା । ଚାଷୀଙ୍କୁ ଋଣ ସୁଧ ଛାଡ଼ ପାଇଁ ସମବାୟ ବ୍ୟାଙ୍କ/ପ୍ୟାକ୍ସ ପାଇଁ ୩୦୦ କୋଟି ଟଙ୍କା ଏବଂ ସମବାୟ ସଂସ୍ଥାଗୁଡ଼ିକର ଭିତ୍ତିଭୂମି ବିକାଶ ପାଇଁ ୯୬ କୋଟି ଟଙ୍କାର ବ୍ୟୟବରାଦ ।

ସ୍ୱାସ୍ଥ୍ୟ ସେବା
ଜାତୀୟ ସ୍ୱାସ୍ଥ୍ୟ ମିଶନ (ଘଐଗ) ପାଇଁ ୯୯୪ କେ କୋଟି ଟଙ୍କା ପ୍ରଦାନ କରାଯାଇଛି । କଟକ ମେଡିକାଲ କଲେଜରେ ନୂଆ ସ୍ନାତକୋତ୍ତର ପାଠ୍ୟକ୍ରମ ଆରମ୍ଭ କରିବା ପାଇଁ ଆବଶ୍ୟକୀୟ କୀୟ ଉନ୍ନତିକରଣ ନିମନ୍ତେ ୫୦ କୋଟି ଟି ଟଙ୍କା ବ୍ୟୟବରାଦ କରାଯାଇଛି । ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଅଧୀନରେ ସୁଲଭ ତୃତୀୟକ ସ୍ୱାସ୍ଥ୍ୟ ସେବା ଉପଲବ୍ଧ କରିବା ପାଇଁ ୪୦ କୋଟି ଟଙ୍କା ଆବଣ୍ଟନ ସ୍ତନ କରାଯାଇଛି । ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ ପାଇଁ ୧୩ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।

ମହିଳା ଓ ଶିଶୁ ସଶକ୍ତିକରଣ

ସୁଭଦ୍ରା ଯୋଜନା ପାଇଁ ୨୯୫ କୋଟି ଟଙ୍କା ପ୍ରଦାନ କରାଯାଇଛି । ଅଙ୍ଗନୱାଡ଼ି କେନ୍ଦ୍ରର ଅସମ୍ପୂର୍ଣ କୋଠା ସମ୍ପୂର୍ଣ୍ଣ କରିବା ପାଇଁ ୨୦ ୨୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ମମତା ଅଧୀନରେ ଗର୍ଭବତୀ ମହିଳାଙ୍କ ପାଇଁ ସର୍ତ୍ତମୂଳକ । ନଗଦ ହସ୍ତାନ୍ତର ପାଇଁ ଇଁ ୧୪୨ କୋଟି ଟଙ୍କା ପ୍ରଦାନ କରାଯାଇଛି । ଓଉଊଝ ଯୋଜନା କାର୍ଯ୍ୟକାରୀ କରିବା ରାଜ୍ୟ ସହାୟତା ବାବଦକୁ ୬୯ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ପିତାମାତାହୀନ, ଏକାକୀ ପିତାମାତା ଏବଂ ବଂ ଅବହେଳିତ ପିଲାମାନଙ୍କର ଯତ୍ନ, ସୁରକ୍ଷା, ଶିକ୍ଷା ପଶୋଦା-ଆଶୀର୍ବାଦ ଅଧୀନରେ ୧୧ କୋଟି ଟଙ୍କା ବ୍ୟବସ୍ଥା ଏବଂ ଆର୍ଥିକ ସୁରକ୍ଷା ପାଇଁ ଯଶୋଦା-କରାଯାଇଛି । ଶକ୍ତି ସଦନ (ସାମର୍ଥ୍ୟ) ପାଇଁ ୩୩ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ମିଶନ ଶକ୍ତି କାର୍ଯ୍ୟକ୍ରମ ଅଧୀନରେ ୪୦୫ କୋଟି ଟଙ୍କାର ବ୍ୟବସ୍ଥା । ଜାତୀୟ ଗ୍ରାମୀଣ ଜୀବିକା ମିଶନ (ଘଜଖଗ) ଅଧୀନରେ ୪୨୬ କୋଟି ଟଙ୍କାର ବ୍ୟବସ୍ଥା ।

ଶିକ୍ଷା, କ୍ରୀଡ଼ା ଓ ଦକ୍ଷତା ବିକାଶ
ପିଏମ୍‌ – ପୋଷଣ ଅଧୀନରେ ୩୯୨ କୋଟି ଟଙ୍କାର ବ୍ୟବସ୍ଥା । ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ୩୨୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ସମଗ୍ର ଶିକ୍ଷା ପାଇଁ ରାଜ୍ୟ ସହାୟତା ବାବଦକୁ ୩୦୭ କୋଟି ଟଙ୍କା । ଅନୁଦାନ ପ୍ରାପ୍ତ ବେସରକାରୀ ଉଚ୍‌ଚ ବିଦ୍ୟାଳୟ ପାଇଁ ୨୦୭ କୋଟି ଟଙ୍କାର ଅନୁଦାନ ଏବଂ ବେସରକାରୀ ଉଚ୍‌ଚତର ମାଧ୍‌ଯମିକ ବିଦ୍ୟାଳୟ ପାଇଁ ୧୨୧ କୋ କୋଟି ଟଙ୍କାର ଅନୁଦାନ। ନିରୀକ୍ଷଣ ଅଧିକାରୀଙ୍କ ପ୍ରଶିକ୍ଷଣ ପାଇଁ ୪୭ କୋଟି ଟଙ୍କା ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ଛାତ୍ର ପରିଧାନ ଯୋଜନା ପାଇଁ ୧୯ କୋଟି ଟଙ୍କା ଆବଣ୍ଟନ କରାଯାଇଛି ।

କୋଟି ଟଙ୍କା ଆବଣ୍ଟନ କେନ୍ଦ୍ରୀୟ ୟ ପ୍ରବର୍ତ୍ତିତ ଯୋଜନା ଚଗ-ଔଇଘଗଇଘ ଅଧୀନରେ ୧୮୮ କୋଟି କରାଯାଇଛି । ଯୋଗ୍ୟ ବେସରକାରୀ କଲେଜ ପାଇଁ ୯୮ କୋଟି ଟଙ୍କାର ଅନୁଦା ଅନୁଦାନ ବ୍ୟବସ୍ଥା। ବେସରକାରୀ କଲେଜଗୁଡ଼ିକର ଭିତ୍ତିଭୂମି ବିକାଶ ପାଇଁ ୫୦ କୋଟି ଟଙ୍କା ବ୍ୟୟ ବରାଦ । ଉଚ୍ଚ଼ ଶିକ୍ଷାନୁଷ୍ଠାନଗୁଡ଼ିକରେ ସୂଚନା ଏବଂ ଇ-ଗଭର୍ଣାନ୍ସ ଅଧୀନରେ ୩୭ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ମହିଳାମାନଙ୍କ ସୁରକ୍ଷା ଏବଂ ନିରାପତ୍ତାକୁ ସୁନିଶ୍ଚିତ କରିବା ପାଇଁ ନୂତନ ଯୋଜନା ଶକ୍ତିଶ୍ରୀ ଅଧୀନରେ ୧୫ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ବିଶ୍ୱବ୍ୟାଙ୍କ ସହାୟତାରେ ଓଡ଼ିଶାରେ ଉଚ୍‌ଚଶିକ୍ଷାକୁ ସୁଦୃଢ଼ କରିବା ପାଇଁ ୧୩ କୋଟି ଟଙ୍କାର ବ୍ୟବସ୍ଥା । କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ ଅଧୀନରେ ୨୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । କ୍ରୀଡା ଓ ଖେଳ ପାଇଁ ୩୨ କୋଟି ଟଙ୍କା ଅନୁଦାନ ଓ ସହାୟତା ଆକାର ଆବଣ୍ଟନ କରାଯାଇଛି ।

ଅନୁସୂଚିତ ଜ ଜନଜାତି ଓ ଅନୁସୂଚିତ ଜାତି ବିକାଶ
ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା (ପ୍ରି-ମାଟ୍ରିକ୍‌ ଏବଂ ପୋଷ୍ଟ-ମାଟ୍ରିକ୍‌ ସ୍କଲାରସିପ୍‌) ପାଇଁ ୨୧୬ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା (ଚଗ ଇଔଇଣ) ପାଇଁ ୧୪୭ କୋଟି ଟଙ୍କା ପ୍ରଦାନ କରାଯାଇଛି । ଅନୁସୂଚିତ ଜାତି ବିକାଶ ଯୋଜନା ଅଧୀନରେ ମାଟ୍ରିକ୍‌ ପରବର୍ତ୍ତୀ ଛାତ୍ରବୃତ୍ତି ପାଇଁ ୮୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ମାଟ୍ରିକ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କ ଶିକ୍ଷା ପାଇଁ ଏକ ପ୍ରମୁଖ ଯୋଜନା ଅଧୀନରେ ମାଟ୍ରି ପରବର୍ତ୍ତୀ ଛାତ୍ରବୃତ୍ତି ପାଇଁ ୬୪ କୋଟି ଟଙ୍କା ପ୍ରଦାନ କରାଯାଇଛି । ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ ନିର୍ମାଣ ପାଇଁ ୩୯ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। ଜନଜାତି ଗବେଷଣା ପ୍ରତିଷ୍ଠାନଗୁଡ଼ିକୁ ସହାୟତା ରୂପରେ ୨୧ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ଅନ୍ୟାନ୍ୟ ପଛୁଆ ବର୍ଗ, ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗ, ଏବଂ ବିଜ୍ଞପିତ ଯାଯାବର ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ପିଏମ ଯୋଜନା ପାଇଁ ୧୩ କୋଟି ଟଙ୍କାର ବ୍ୟବସ୍ଥା ।

ଜଙ୍ଗଲ ଓ ପରିବେଶ
ବୃକ୍ଷରୋପଣ କ୍ଷତିପୂରଣ ପାଣ୍ଠି ପାଇଁ ୨୪୨ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ନନ୍ଦନକାନନ ପ୍ରାଣୀ ଉଦ୍ୟାନର ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ୮୦ କୋଟି ଟଙ୍କା ଏବଂ ପରିବେଶ ପର୍ଯ୍ୟଟନ (ରମକ୍ଟଗ୍ଧକ୍ଟଙ୍କକ୍ସସଗ୍ଦଜ୍ଞ)ର ବିକାଶ ପାଇଁ ୮୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ବନ୍ୟପ୍ରାଣୀ ସୁରକ୍ଷା ଓ ସଂରକ୍ଷଣ ପଦକ୍ଷେପ ପାଇଁ ୨୫ କୋଟି ଟଙ୍କା ଏବଂ ହାତୀ ଚଲାପଥ ପରିଚାଳନା ପାଇଁ ୨୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଗ୍ରୀନ୍‌ କ୍ଲାଇମେଟ୍‌ ଫଣ୍ଡ (ଏଉୠ) ପ୍ରକଳ୍ପ ପାଇଁ ୩୧ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ସବୁଜ ମହାନଦୀ ମିଶନ ପାଇଁ ୨୯ କୋଟି ଟଙ୍କା ଏବଂ ରାଜ୍ୟରେ ସବୁଜିମା ବୃଦ୍ଧି ପାଇଁ ୧୨ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର ଏବଂ ଜୈବ ବିବିଧତା ବୋର୍ଡ ପାଇଁ ୨୦ କୋଟି ଟଙ୍କା ପ୍ରଦାନ କରାଯାଇଛି । କେନ୍ଦ୍ରୀୟ ପ୍ରବର୍ଷିତ ଯୋଜନା ପ୍ରାକୃତିକ ସମ୍ପଦ ଏବଂ ଇକୋସିଷ୍ଟମ ସଂରକ୍ଷଣ (ଉଘଜଋ) ପାଇଁ ୭ କୋଟି ଟଙ୍କା ଏବଂ ଜାତୀୟ ବାଉଁଶ ମିଶନ ଅଧୀନରେ ୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ପଞ୍ଚାୟତିରାଜ ଏବଂ ଗ୍ରାମୀଣ ବିକାଶ
ସର୍ବନିମ୍ନ ଆବଶ୍ୟକତା କାର୍ଯ୍ୟକ୍ରମ ଅଧୀନରେ ନିର୍ବାଚନମଣ୍ଡଳୀ ୱାରୀ ଆବଣ୍ଟନ ପାଇଁ ୧୪୨ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ସେତୁବନ୍ଧନ ଯୋଜନା (ଜଓଊୠ) ପାଇଁ ୧୨୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ବିକଶିତ ଗାଁ ବିକଶିତ ଓଡ଼ିଶା ପାଇଁ ୫୭ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ପଞ୍ଚାୟତିରାଜ ଅନୁଷ୍ଠାନର କୋଠା ନିର୍ମାଣ ପାଇଁ ୩୬ କୋଟି ଟଙ୍କାର ବ୍ୟୟବରାଦ । ଙଜଗ ଜଗଇଝକୁ କାର୍ଯ୍ୟକାରୀ ସହାୟତା ୟତା ବାବଦକୁ ୩୧ କୋଟି ଟଙ୍କା ଯୋଗାଇ ଦିଆଯିବ । ଯୋଗାଯୋଗ କାର୍ଯ୍ୟକଳାପ ପାଇଁ ୧୦ କୋଟି । କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ରାଷ୍ଟ୍ରୀୟ ଗ୍ରାମ ସ୍ୱରାଜ ଅଭିଯାନ ଅଧୀନରେ ୪୧ କୋଟି ଟଙ୍କା ଏବଂ ଚଗ-ଔଇଘଗଇଘ (ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ) ଅଧୀନରେ ୩୦ କୋଟି ଟଙ୍କାର ବ୍ୟବସ୍ଥା ।

ସହରାଞ୍ଚଳ ବିକାଶ
ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନରେ ସହରାଞ୍ଚଳ ଭିତ୍ତିଭୂମି ବିକାଶ ପାଇଁ ୧୦୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ଯୋଜନା ଅମୃତ ପ୍ରକଳ୍ପ ୨.୦ ପାଇଁ ୬୪ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ସହରାଞ୍ଚଳ ନିକାୟ ସ୍ୱଚ୍‌ଛ ଓଡ଼ିଶା ଅଧୀନରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ସହରାଞ୍ଚଳ ଅନୁଦାନ ଆକାରରେ ୫୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ସୁଜଳ ଯୋଜନା ଅଧୀନରେ ସହରାଞ୍ଚଳ ଜଳ ଯୋଗାଣ ପାଇଁ ୱାଟକୋକୁ ୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ବର୍ଷା ଜଳ ନିଷ୍କାସନ ପାଇଁ ୩୦ କୋଟି ଟଙ୍କା ଏବଂ ସହରାଞ୍ଚଳ ସଡ଼କ ପରିବହନ ଅଧୀନରେ ୩୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଆହାର ଯୋଜନା ଅଧୀନରେ ସହରାଞ୍ଚଳର ଗରିବ ଲୋକଙ୍କୁ ସୁଲଭ ମୂଲ୍ୟରେ ଖାଦ୍ୟ ଯୋଗାଇବା ପାଇଁ ୧୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ବିଦ୍ୟା ପଦକ୍ଷେପ ଭିଭିଭୂମି ବିକାଶ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା
ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ କ୍ଷେତ୍ରରେ ସଡ଼କ ପୁନଃନିର୍ମାଣ ଯୋଜନା ପାଇଁ ୨୮ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ଙଝଡଇଘର ହରିଜଣ୍ଟାଲ୍‌ କନେକ୍ଟିଭିଟି ପାଇଁ ୭୧ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଭାରତ ନେଟ ପ୍ରକଳ୍ପ ପାଇଁ ୨୨ କୋଟି ଟଙ୍କା ପ୍ରଦାନ କରାଯାଇଛି । ପୁରୀରେ ସବମିରାଇନ୍‌ କେବୁଲ୍‌ ଲ୍ୟାଣ୍ଡିଂ ଷ୍ଟେସନ୍‌ ପାଇଁ ୪ କୋଟି ଟଙ୍କା ପ୍ରଦାନ କରାଯାଇଛି।

ସଂସ୍କୃତି ଓ ପର୍ଯ୍ୟଟନ ପାଇଁ ପ୍ରୋତ୍ସାହନ ଅଧୀନରେ ୧୦୦ କୋଟି ଟଙ୍କା ଏବଂ ବିଭିନ୍ନ ସାଂସ୍କୃତିକ ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା ଅଧୀ କାର୍ଯ୍ୟକ୍ରମ ଆୟୋଜନ ପାଇଁ ସଂସ୍କୃତି ନିର୍ଦ୍ଦେଶାଳୟକୁ ୩୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି । କଳାମଣ୍ଡଳ ପ୍ରତିଷ୍ଠାନ ପାଇଁ ୨୦ କୋଟି ଟଙ୍କା । ଅନୁଷ୍ଠାନଗୁଡ଼ିକୁ ୬୦ କୋଟି ଟଙ୍କାର କଳା, ସଂସ୍କୃତି ଓ ଐତିହ୍ୟର ପ୍ରୋତ୍ସାହନ ପାଇଁ ସାଂସ୍କୃତିକ ଅନୁଷ୍ଠାନ ଅନୁଦାନ ପ୍ରସ୍ତାବ। ରବୀନ୍ଦ୍ର ମଣ୍ଡପ ଓ କଳା ମଣ୍ଡପର ନବୀକରଣ ପାଇଁ ୧୦ କୋଟି କୋଟି ଟଙ୍କା ଏବଂ ରାଜ୍ୟ ସଂଗ୍ରହାଳୟ ଓ ଗବେଷଣା ପାଇଁ ୬ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ପର୍ଯ୍ୟଟନ ସୂଚନା ଏବଂ ପ୍ରଚାର ପାଇଁ ୫୦ ଟଙ୍କା ବ୍ୟବସ୍ଥା କରାଯାଇଛି । ପର୍ଯ୍ୟଟନର ଉନ୍ନତିକରଣ ଏବଂ ନବୀକରଣ ପାଇଁ ୨୩ କୋଟି ଟଙ୍କା ପ୍ରଦା ଦାନ କରାଯାଇଛି ।

ଏଫଆରବିଏମ ଅନୁପାଳନ ଏବଂ ଅତିରିକ୍ତ ବଜେଟ୍‌, ୨୦୨୫-୨୬:
ଅତିରିକ୍ତ ବ୍ୟୟ ତାଲିକା, ୨୦୨୫-୨୬ ୠଜଈଗ ଅନୁପାଳନକାରୀ ଅଟେ କାରଣ ସଞ୍ଚୟ କିମ୍ବା ସମର୍ପଣ ଆକାରରେ ଅତିରିକ୍ତ ସମ୍ୱଳ ବ୍ୟବସ୍ଥା କରାଯାଇଛି । ଏହି ଅତିରିକ୍ତ ବଜେଟ୍‌ ସହିତ, ରାଜସ୍ୱ ବଳକା ସ୍ଥିତି ବଜାୟ ରହିବା ସହ ବିତ୍ତୀୟ ନିଅଣ୍ଟକୁ ଜିଡିପି ୩% ମଧ୍ୟରେ ସୀମିତ ରହିବ ଏ ବର୍ଷ ଶେଷରେ ଋଣ-ଜିଡିପି ଅନୁପାତକୁ ୨୫% ମଧ୍ୟରେ ବଜାୟ ରହିବା ପାଇଁ ଆକଳନ କରାଯାଇଛି । ଅକ୍‌ ୨୦୨୫ ପର୍ଯ୍ୟନ୍ତ ଋଣ-ଜିଡିପିର ଅନୁପାତ ୧୧.୯% ଏବଂ ସୁଧ ଦେୟ-ରାଜସ୍ୱ ପ୍ରାପ୍ତିର ଅନୁପାତ ୨.୨ ୨.୨% ରହିଛି । ଅତିରିକ୍ତ ବ୍ୟବସ୍ଥା ବସ୍ଥା ସହିତ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ପୁଞ୍ଜି ବ୍ୟୟବରାଦ ଏଝଊଚର ୬ ପ୍ରତିଶତରୁ ଅଧିକ ହେବ । ଏହା ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ ଏବଂ ଏଥିସହିତ ରାଜ୍ୟ ବିଭିନ୍ନ ବିକାଶମୂଳକ ଏବଂ କଲ୍ୟାଣମୂଳକ କାର୍ଯ୍ୟକ୍ରମକୁ ଆଗକୁ ନେବାରେ ସକ୍ଷମ ହେବ ।

ସୂଚନାଯୋଗ୍ୟ, ବଜେଟ୍‌ ପୂର୍ବରୁ ଗୃହରେ ପ୍ରଶ୍‌ନୋତ୍ତର କାର୍ଯ୍ୟକ୍ରମ ଚାଲିଥିଲା । ଆଜି ବିଧାନସଭା ଅଧିବେଶନରେ ପ୍ରମୁଖ ବିଷୟଗୁଡିକ ଉପରେ ଆଲୋଚନା ହୋଇଛି । ରାଜ୍ୟରେ ୧୨୮୯ ପ୍ରାଥମିକ ସ୍କୁଲରେ ନାହିଁ ବିଦ୍ୟୁତ । ୨୯୦ ଉଚ୍ଚ ପ୍ରାଥମିକ ସ୍କୁଲରେ ନାହିଁ ବିଦ୍ୟୁତ ସଂଯୋଗ । ରାଜ୍ୟରେ ସମୁଦାୟ ସରକାରୀ ସ୍କୁଲ ସଂଖ୍ୟା ୪୮୫୨୨ । ୧୧୪ଟି ସ୍କୁଲରେ ଶୌଚାଳୟ ନାହିଁ ବୋଲି ଗୃହରେ ଗଣଶିକ୍ଷା ମନ୍ତ୍ରୀ ଉତ୍ତର ରଖିଛନ୍ତି । ଏଥିସହ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଆଦର୍ଶ ବିଦ୍ୟାଳୟରେ ଶିକ୍ଷକ ଅଭାବ ରହିଛି । ୩୧୫ ପ୍ରିନ୍ସିପାଲ ପଦବୀରୁ ୨୬୧ ପଦବୀ ଖାଲି ପଡ଼ିଛି ସେହିପରି ୧୮୫ ଭାଇସ ପ୍ରିନ୍ସିପାଲ ପଦବୀ ବି ଫାଙ୍କା ପଡ଼ିଛି । ୮୮୩ ପିଜିଟି ୬୬୫ ଟିଜିଟି ପଦବୀ ମଧ୍ୟ ଖାଲି ରହିଛି । ୩୦ ଜିଲ୍ଲାରେ ଥିବା ୩୧୫ ବିଦ୍ୟାଳୟର ସ୍ଥିତି ନେଇ ଗଣଶିକ୍ଷା ମନ୍ତ୍ରୀ ଉତ୍ତର ରଖିଛନ୍ତି ।


Reporterspen