ସ୍ୱାମୀକୁ ମଦରେ ମେଡିସିନ ଦେଇ ଗର୍ଭବତୀ ସ୍ତ୍ରୀକୁ ଦୁଷ୍କର୍ମ

Reporterspen

ଭବାନୀପାଟଣା, (ରିପୋର୍ଟର୍ସ ପେନ୍‌): ଭବାନୀପାଟଣା ସଦର ଥାନା ଅଞ୍ଚଳରେ ପ୍ରାର୍ଥନା ଆଳରେ ଜଣେ ୮ମାସର ଗର୍ଭବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ଏ ନେଇ ସଦର ଥାନାରେ ମାମଲା ରୁଜୁ ହେବା ପରେ ସମ୍ପୃକ୍ତ ବ୍ୟକ୍ତି ଫେରାର ହୋଇଥିବା ବେଳେ ପୁଲିସ ଟିମ୍ ତାକୁ ଧରିବା ପାଇଁ ତନାଘନା ଆରମ୍ଭ ହୋଇଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଭବାନୀପାଟଣା ସଦର ଥାନା ଅଞ୍ଚଳର ଜଣେ ମହିଳା ୮ମାସର ଗର୍ଭବତୀ ଥିଲେ । ତାଙ୍କ ଦେହ ବିଭିନ୍ନ ସମୟରେ ଅସୁସ୍ଥ ରହୁଥିବା ଯୋଗୁଁ ପରିବାରବର୍ଗ ଚିନ୍ତାରେ ରହୁଥିଲେ ।

ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ପାଷ୍ଟିକୁଡି ଅଞ୍ଚଳ ଠେମରା ଗ୍ରାମର ଜଣେ ପାଷ୍ଟର ସମ୍ପୃକ୍ତ ମହିଳାଙ୍କୁ ପ୍ରାର୍ଥନା ଦ୍ୱାରା ସୁସ୍ଥ କରିଦେବେ ବୋଲି ତାଙ୍କ ସ୍ୱାମୀଙ୍କୁ କହିଥିଲେ । ଉଭୟ ସ୍ୱାମୀ ସ୍ତ୍ରୀ ଗତ ଅଗଷ୍ଟ ୭ତାରିଖ ମଧ୍ୟାହ୍ନ ୧୨ଟାରେ ପାଷ୍ଟରଙ୍କ ଘରେ ପହଞ୍ଚିଥିଲେ । ସ୍ୱାମୀ ସ୍ତ୍ରୀଙ୍କୁ ତାଙ୍କ ଘରେ ୨ରୁ ୩ଦିନ ରହିବାକୁ ପଡିବ ବୋଲି କହିଥିଲେ । ସେଠାରେ ସେମାନେ ରହିଥିଲେ । ସେଠାରେ ପାଷ୍ଟର ତାଙ୍କ ସ୍ୱାମୀଙ୍କ ମଦରେ ଔଷଧ ମିଶାଇ ପିଆଇ ଦେଇଥିଲେ । ଫଳରେ ସ୍ୱାମୀ ଅତେତ ହୋଇ ଯାଇଥିଲେ । ପରେ ମହିଳା ଜଣଙ୍କ ଦୁଷ୍କର୍ମ କରିଥିଲେ ।

ସେ ଯେତେ ଚିତ୍କାର କଲେ ମଧ୍ୟ କେହି ଶୁଣି ନଥିଲେ । ପରେ ମହିଳା ତାଙ୍କ ସ୍ୱାମୀଙ୍କୁ ନିଦରୁ ଉଠାଇ ସମସ୍ତ ଘଟଣା ବଖାଣିଥିଲେ । ତାଙ୍କ ସ୍ୱାମୀଙ୍କୁ ପୂର୍ବରୁ ମଦରେ ଔଷଧ ମିଶାଇ ଦେଇଥିବା ଯୋଗୁଁ ନିଦରେ ଶୋଇପଡିଥିବା କହିଥିଲେ । ଏହି ଘଟଣା ପରେ ସ୍ୱାମୀ ସ୍ତ୍ରୀ ଘଟଣା କୁ ପ୍ରଘଟ କଲେ ଜୀବନରେ ମାରିଦେବ ବୋଲି ଧମକ ଦେବା ସହ ଉଭୟଙ୍କୁ ମାଡ଼ ମାରିଥିଲା । ସେଠାରୁ ସେମାନେ ଜୀବନ ବିକଳରେ ଘରକୁ ଫେରିଥିଲେ । ଏହି ଘଟଣା ନେଇ ସମ୍ପୃକ୍ତ ମହିଳା ଭବାନୀପାଟଣା ସଦର ଥାନାରେ ଏନେଇ ସେ ଏତଲା ଦେଇଥିଲେ । ସଦର ଥାନା ଅଧିକାରୀ ଚିତ୍ତ ରଞ୍ଜନ ପ୍ରଧାନୀ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି । ସମ୍ପୃକ୍ତ ପାଷ୍ଟର ଗାଁରୁ ଫେରାର ହୋଇଛି ।

ପୁଲିସର ଏକ ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି ବୋଲି ପୁଲିସ କହିଛି । ଏହା ଘଟଣାଟି ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି ହୋଇଛି । ଏ ନେଇ ପୁଲିସକୁ ପଚାରିବାରୁ ଏହି ଘଟଣା ଅଗଷ୍ଟ ୮ରେ ଘଟିଥିବା ବେଳେ ଅଗଷ୍ଟ ୧୦ରେ ଏତଲା ଦେଇଛନ୍ତି ତଦନ୍ତ ଜାରି ରହିଛି । ଘଟଣା ଦିନ ଠାରୁ ସେ ଫେରାର ଅଛି ବୋଲି କହିଥିଲେ ।


Reporterspen