Gulua: ଭୁବନେଶ୍ୱର (ରିପୋର୍ଟର୍ସ ପେନ୍) : ୟୁଟ୍ୟୁବର ଗୁଲୁଆଙ୍କ ପରିବାରିକ କଳି ଏବେ ପଦାରେ ପଡିଛି । ବେଶ କିଛିଦିନ ହେଲା ଲାଗି ରହିଥିବା ପାରିବାରିକ କଳି ଆଜି ସୋସିଆଲ ମିଡ଼ିଆରେ ହଲଚଲ ସୃଷ୍ଟି କରିଛି । ପ୍ରଥମେ ଗୁଲୁଆ ଏକ ଭିଡିଓ ଜାରି କରି ସୋସିଆଲ ମିଡିଆରେ ଚାଞ୍ଚଲ୍ୟକର ଅଭିଯୋଗ କରିବା ପରେ ପତ୍ନୀ ବର୍ଷା ଗଣମାଧ୍ୟମରେ ମୁହଁ ଖୋଲି ଗୁଲୁଆଙ୍କ ଗୁମର ଖୋଲି ଦେଇଛନ୍ତି ।
ସୋସିଆଲ ମିଡ଼ିଆରେ ଗୁଲୁଆ ଏକ ଭିଡିଓ ଜାରି କରି କହିଥିଲେ ଯେ, ମୋ ଜୀବନ ପ୍ରତି ବିପଦ ରହିଛି । ପ୍ରଶାସନ ମୋତେ ସହାୟତା ପ୍ରଦାନ କରନ୍ତୁ । ଏନେଇ ସେ ବାଲିଅନ୍ତା ଥାନାରେ ଅଭିଯୋଗ କରିଥିବା ମଧ୍ୟ ସେ କହିଛନ୍ତି । ତାଙ୍କୁ ଧମକ ଚମକ ଦିଆଯିବା ସହ ଟଙ୍କା ମାଗୁଥିବା ଅଭିଯୋଗ କରିଛନ୍ତି । ନିଜ ଲୋକ ଧମକ ଦଉଥିବା କହିଥିବା ସମୟରେ କାହାରି ନାଁ ନେଇ ନାହାନ୍ତି । ସୋସିଆଲ ମିଡିଆରେ ମତେ ବଦନାମ କରିବାକୁ ଧମକ ମିଳୁଛି ଏବଂ ମୁଁ ମାନସିକ ଯନ୍ତ୍ରଣା ପାଉଛି ବୋଲି ସେ କହିଛନ୍ତି ।
ବର୍ତ୍ତମାନ ଗୁଲୁଆଙ୍କ ପତ୍ନୀ ବର୍ଷା ଅଭିଯୋଗ ଆଣିଛନ୍ତି ଯେ, ‘ମୁଁ ତାଙ୍କ ସ୍ତ୍ରୀ ହେଲେ ସେ ମୋତେ ପଚାରୁନାହାନ୍ତି । ଅନ୍ୟ ଝିଅଙ୍କ ସହ ବହୁତ ଜାଗାରେ ସମୟ ବିତାଉଛନ୍ତି । ଗୁଲୁଆ ଯେତେ ଝିଅଙ୍କ ସହ ସଂପର୍କରେ ଅଛନ୍ତି ସମସ୍ତଙ୍କ ଭିଡିଓ ମୋ ପାଖରେ ଅଛି । ତାଙ୍କ ସବୁ କଳାଚିଠା ମୋ ହାତରେ ବୋଲି ବର୍ଷା କହିଛନ୍ତି ।
ବର୍ଷା ଏକଥା ମଧ୍ୟ କହିଛନ୍ତି ଯେ, ‘ମୁଁ କିଛିଦିନ ହେବ ସୋସିଆଲ ମିଡିଆରେ ପୋଷ୍ଟ କରୁଥିଲି ଏବଂ ତାହାର କାରଣ କିଛି ଥିଲା’ । ‘ମୋ ସାଥୀରେ ସେମିତି କିଛି ଘଟିଛି’ । ‘ତମକୁ ଜଣେ ମର୍ଡର କରିଦେବାକୁ ଧମକ ଦେଇଦଉଛି ତମକୁ ଭିନ୍ନକ୍ଷମ କରିଦବ ଏସବୁ ଯାତ୍ରା କଥା’ । ‘ସେମିତି କେହି ନାହାନ୍ତି ଯିଏ ଆମର ଏସପି, ଡିଏସପି, ପୋଲିସ ପ୍ରଶାସନ ସମସ୍ତେ ଉଚ୍ଚ ଶିକ୍ଷିତା’ । ‘ପ୍ରତ୍ୟକ ଜିନିଷ କହିବା ପୂର୍ବରୁ ଆମକୁ ପ୍ରମାଣ ଦରକାର’ । ମୋ ପାଖରେ ସେତିକି ପ୍ରମାଣ ଅଛି ମୁଁ ସବୁ ଖୋଲିକି ଥୋଇଦେବି’ ।
‘ଯେତିକି ଜଣ ଏଥିରେ ଜଡିତ ଅଛନ୍ତି ପ୍ରତ୍ୟକ ସ୍ଥାନର ପ୍ରମାଣ ମୋ ପାଖରେ ଅଛି’ । ‘ମୁଁ ଯଦି ଧମକ ଦବାର ଥାନ୍ତା ତେବେ ଗୋଟେ ବର୍ଷ ଆଗରୁ ଧମକ ଦେଇପାରିଥାନ୍ତି’ । ‘ମୁଁ ସେହିଭଳି ପରିସ୍ଥିତିରୁ ଆସିଛି ମତେ ସେତିକି କଷ୍ଟ ଲାଗୁଛି’ । ‘ମୁଁ ଭାବିଲି ସବୁ ଜିନିଷ ସମାଧାନ ହୋଇଯିବ’ । ‘ଲୋକ କୋର୍ଟ ଆଉ ପୋଲିସର ସାହାରା ସିନା ନଉନାହାନ୍ତି କିନ୍ତୁ ମୁଁ ପୋଲିସ ଏବଂ ପ୍ରଶାସନର ସାହାରା ନେବି’ । ‘ମୁଁ କୋର୍ଟକୁ ଯିବି କୋର୍ଟରେ ପ୍ରତ୍ୟକ ପ୍ରମାଣ ଦେଖାଇବି କୋର୍ଟ ବିଚାର କରିବ ସତ କଣ ମିଛ କଣ’ ।
‘ଲୋକ ଅଭିନୟ କରନ୍ତି ମୁଁ ସେ ଲାଇନ୍ ରେ ୯ ବର୍ଷ ରହିଛି’ । ‘କିଏ କଣ କହିଦେଲା ସେଇଟା ନଥାଏ ଦର୍ଶକମାନେ ବୋକା ନୁହଁନ୍ତି କି କେହି ବନେଇ ପାରିବେନି’ । ‘ଦର୍ଶକଙ୍କୁ ପ୍ରମାଣ ଦରକାର ହେବ’ । ‘ମୁଁ ମୋ ଓକିଲଙ୍କ ସହ କଥା ହେବି ପୋଲିସ ସହ କଥା ହେବି’। ‘ଯେଉଁ ସୋପାନରେ ଯିବା କଥା ମୁଁ ସେହି ସୋପାନ ପରେ ସୋପାନ ଅତିକ୍ରମ କରି ଯିବି’ । ‘ପ୍ରତ୍ୟକ କଥା ମୁଁ ପ୍ରମାଣର ସହ କଥା ହେବି’ । ‘ମୁଁ ବିନା ପ୍ରମାଣରେ କଥା କହି କାନ୍ଦିକି ରୋଲ୍ କରିବି ନାହିଁ’ । ‘ମୁଁ ଜାଣିଛି ମୋ ଜୀବନରେ କଣ ହେଇଛି ମୁଁ ବି ଗୋଟିଏ ଝିଅ’ । ‘ମୋର ବି ମାନ ସମ୍ମାନ ଇଜ୍ଜତ ମହତ ସବୁ ଅଛି’ ।
‘ମୁଁ ଯଦି କିଛି କହିଛି ସେ ମହାନ ଖଳନାୟକ, ତେବେ ମୁଁ ସେତିକି ପ୍ରମାଣ ପାଇକି କହିଛି’ । ‘ମୁଁ ଭାବୁଥିଲି ସବୁ ଧିରେ ଧିରେ ସମାଧାନ ହୋଇଯିବ ହେଲେ ୮ରୁ ୯ମାସ ବିତିଗଲା ହେଲେ କିଛି ସମାଧାନ ହେଲାନି’ । ‘ମୁଁ ସବୁବେଳେ ଶୁଣିବି ସେ ହୋଟେଲକୁ ଗଲେ ଏ ହୋଟେଲକୁ ଗଲେ ସେ ଝିଅ ପାଖକୁ ଗଲେ ଏ ଝିଅ ପାଖକୁ ଗଲେ’ । ‘କେଉଁ ଝିଅକୁ ମନାଲୀରେ ଜ୍ୟାକେଟ୍ ଦେଲେ କେଉଁ ଝିଅକୁ ୪ ହଜାର ଟଙ୍କା ଦେଲେ କେଉଁ ଝିଅକୁ ୫ ହଜାର ଟଙ୍କା ଦେଲେ ମୁଁ ସବୁ ପ୍ରମାଣ ପାଉଛି’ । ‘ମତେ ଅଲଗା ନ କରିକି ତମେ କେମିତି କେଉଁ ଝିଅ ପାଖକୁ ଯାଇପାରୁଛ ଲାଜ ଲାଗୁନି’ । ‘ମୁଁ ଅଛି ୟାର୍, ମତେ ବିଦା କରିଦିଅ … ‘ ।
ମତେ ଘରୁ ବାଡେଇକି ବିଦା କରିଦେଲ.. ଯଦି ତମର ଏତେ ଇଚ୍ଛା ଅଛି ତମେ ମତେ ବିଦା କରିଦିଅ ମୋ ମ୍ୟାଟର ସର୍ଟଆଉଟ୍ କରିଦିଅ …’ । ‘ମୋ ମ୍ୟାଟର ସର୍ଟଆଉଟ୍ ନକରି ତମେ ସବୁବେଳେ ନୂଆ ନୂଆ ଝିଅ… ‘ । ‘ମୁଁ ମିଡିଆରେ ବି ଦେଖିଥିଲି ଗୋଟେ ବାଇଟ୍ ଆସିଥିଲା ଜଣେ ଝିଅ ମୁହଁ ଖୋଲିକି କହିଦେଇଥିଲେ’ । ‘ବହୁତ ଝିଅ ମୁହଁ ଖୋଲି କହୁନାହାନ୍ତି’ । ‘ଯଦି କେହି ମୁହଁ ଖୋଲି ସତ କଥା କହିଦଉଛି ସେ ଝିଅକୁ କମେଣ୍ଟରେ ତା ପାଇଁ ଗାଳି ଆସିଯାଉଛି ଯେ, ତୁ କଣ ସାଧୁ ତୁ କଣ ଭଲ’ ।
‘ସମାଜ ଅଛି ଝିଅମାନଙ୍କୁ ଆଙ୍ଗୁଠି ଉଠେଇଦବ ଥରେ ସମାଜ ଜାଣୁନି ପ୍ରକୃତରେ କଣ ହେଇଛି’ । ‘ସମସ୍ତେ ଚୁପ୍ ରହିଯିବେ କିନ୍ତୁ ମୁଁ ଚୁପ୍ ରହିପାରିବିନି’ । ‘ତମକୁ ଯଦି କେହି ଟଙ୍କା ମାଗୁଛି ତେବେ ତମେ ଟଙ୍କା ନେଇଥିଲ’ । ‘ଯଦି ନେଇନ ତେବେ ରାଜି କାହିଁକି ହେଲ ୫୦ ଲକ୍ଷ ଟଙ୍କାରେ?’ ‘ତମେ ଯାହା ନାଁରେ କହୁଛ ସେ ହୁଏତ ଥାନାରେ ଏଫଆଇଆର୍ ଦେଇଥାଇପାରେ’ । ‘ତମେ ଯଦି କହୁଛ ପୋଲିସ ମୋ କଥାକୁ ଶୁଣୁନି ତାହାଲେ ସେ ଥାନାରେ ଆଗରୁ ତମ ନାଁରେ କେସ୍ ଥିବ’ ।

