ଭୁବନେଶ୍ୱର, (ରିପୋଟର୍ସ ପେନ୍) : ମନରେଗା ଶ୍ରମିକଙ୍କ ପାଇଁ ବଢିଲା ମଜୁରୀ । ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ମନରେଗା ଅଧୀନରେ କାମ କରୁଥିବା ବିଭିନ୍ନ ଶ୍ରେଣୀର ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି କରାଯାଇଛି । ନିର୍ଦ୍ଧାରିତ ମଜୁରୀକୁ ପ୍ରତିଦିନ ୧୦ଟଙ୍କା ବଢ଼ାଯାଇଛି ।
ନୂତନ ଦର ଅନୁଯାୟୀ ସେମିସ୍କିଲ୍ଡ ଶ୍ରମିକଙ୍କ ଦୈନିକ ମଜୁରୀ ୫୨୨ଟଙ୍କା, ସ୍କିଲ୍ଡ ଶ୍ରମିକଙ୍କ ୫୭୨ଟଙ୍କା ଏବଂ ହାଇଲି ସ୍କିଲ୍ଡ ଶ୍ରମିକଙ୍କ ମଜୁରୀ ୬୨୨ଟଙ୍କା କରାଯାଇଛି। ଏହି ସଂଶୋଧିତ ଦର ୧ ଏପ୍ରିଲ ୨୦୨୬ ଠାରୁ ଲାଗୁ କରିବାକୁ ଅତିରିକ୍ତ ସଚିବ ଅରୂପ କୁମାର ସାହୁ ସମସ୍ତ ଜିଲ୍ଲାପାଳ, ଜିଲ୍ଲା ପରିଷଦ ସିଡିଓ ଏବଂ ବିଡିଓମାନଙ୍କୁ ଚିଠି ଲେଖି କାର୍ଯ୍ୟକରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

