ଆସନ୍ତା ୨୨ ରୁ ଓଡ଼ିଶାର କୃଷି ମହାକୁମ୍ଭ ଆରମ୍ଭ ହେବ

Reporterspen

ଭୁବନେଶ୍ଵର, (ରିପୋର୍ଟର୍ସ ପେନ୍‌): ଆସନ୍ତା ୨୨ ରୁ ଆରମ୍ଭ ହେବ ଓଡିଶାର କୃଷି ମହାକୁମ୍ଭ- କୁଷି ଓଡିଶା ୨୦୨୬। ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳପଡିଆଠାରେ ୩ ଦିନ ଧରି ଏହା ଆୟୋଜିତ ହୋଇ ୨୪ ତାରିଖରେ ଶେଷ ହେବ। ଚଳିତ ବର୍ଷର ଥିମ୍ ରହିଛି “ଅନ୍ତର୍ଭୁକ୍ତିକରଣ ମାଧ୍ୟମରେ ସହନଶୀଳ କୃଷି”।

ଏଥିରେ ବହୁ ସଂଖ୍ୟକ ଚାଷୀ, କୃଷି ବୈଜ୍ଞାନିକ, କୃଷି ଗବେଷକ ଓ ନୀତି ନିର୍ଦ୍ଧାରକଙ୍କ ସମ୍ମେଳନ ହେବ । କୃଷି ଶିକ୍ଷା ଶିବିର, ଆଧୁନିକ କୃଷି ଯନ୍ତ୍ରପାତି ପ୍ରଦର୍ଶନ ଓ ଡେମନଷ୍ଟ୍ରେସନ୍, କୃଷି ସମ୍ବନ୍ଧୀୟ ଉନ୍ନତ ଜ୍ଞାନ କୌଶଳର ପ୍ରଦର୍ଶନ ଇତ୍ୟାଦି ମାଧ୍ୟମରେ ଓଡ଼ିଶାର ଚାଷୀ ଭାଇ ଭଉଣୀଙ୍କୁ ଆହୁରି ସଶକ୍ତ କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ ରହିଛି।

ଏହି ପରିପ୍ରେକ୍ଷୀରେ ଶନିବାର ଲୋକସେବା ଭବନରେ କୃଷି ଓଡ଼ିଶା -୨୦୨୬ ପ୍ରସ୍ତୁତି ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ କୃଷି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ ଅରବିନ୍ଦ କୁମାର ପାଢ଼ୀ, ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ପ୍ରସ୍ତୁତି ବିଷୟରେ ଅବଗତ କରାଇଥିଲେ। ଏହି ଅବସରରେ ଉଦ୍ୟାନ କୃଷି ନିର୍ଦ୍ଦେଶକ କାଲୁଙ୍ଗେ ଗୋରଖ ୱାମନ, ବିଭାଗୀୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।


Reporterspen