ବିସିସିଆଇର ନିଷ୍ପତ୍ତି: ସାଙ୍ଗରେ ରହିପାରିବେନି ଖେଳାଳିଙ୍କ ପରିବାର

Reporterspen

ନୂଆଦିଲ୍ଲୀ,୧୦।୨: ଟି-୨୦ ବିଶ୍ୱକପ୍‌ ୨୦୨୬ ଆରମ୍ଭ ହେବାକୁ ଯାଉଛି। ତେବେ ତା ପୂର୍ବରୁ ଭାରତୀୟ କ୍ରିକେଟ କନଟ୍ରୋଲ ବୋର୍ଡ ଅର୍ଥାତ ବିସିସିଆଇ ଭାରତୀୟ ଖେଳାଳିଙ୍କୁ ଦେଇଛି ଝଟକା। ଟିମ୍‌ ମ୍ୟାନେଜମେଣ୍ଟ ପକ୍ଷରୁ ବିସିସିଆଇରୁ ଯେତେବେଳେ ପଚରାଯାଇଥିଲା କ’ଣ ଭାରତୀୟ ଖେଳାଳି ଟି-୨୦ ବିଶ୍ୱକପ୍‌ରେ ନିଜ ପରିବାର ସହ ଯାଇପାରିବେ। ଏହି ଅନୁରୋଧକୁ ବୋର୍ଡ ପ୍ରତ୍ୟାଖାନ କରିଛି। ବିସିସିଆଇ ପୂର୍ବରୁ ହିଁ ନିୟମ ବନାଇଥିଲା ଯେ, ଖେଳାଳିଙ୍କ ସହ ତାଙ୍କ ପରିବାର କେବେ ଓ କେତେ ଦିନ ପର୍ଯ୍ୟନ୍ତ ରହିପାରିବେ। ଏହି ପଲିସି ଅନୁସାରେ, ଟି-୨୦ ବିଶ୍ୱକପ୍‌ କ୍ୟାମ୍‌ପେନ୍‌ ବେଳେ ଇଣ୍ଡିଆନ୍‌ କ୍ରିକେଟରଙ୍କ ସହ ତାଙ୍କ ପରିବାରକୁ ରହିବାର ଅନୁମତି ଦିଆଯିବନି।

ମିଡିଆ ରିପୋର୍ଟ ଅନୁସାରେ,ଟିମ୍‌ ମ୍ୟାନେଜମେଣ୍ଟ କ୍ରିକେଟରଙ୍କ ପରିବାକୁ ତାଙ୍କ ସହ ରହିବାର ଅନୁମତି ଦେବା ବିଷୟରେ ସୂଚନା ମାଗିଥିଲା। ବିସିସିଆଇ ସେଭଳି କୌଣସି ରୋକ ଲଗାଇନଥିଲା,କିନ୍ତୁ ସମୟସୀମା ନିର୍ଦ୍ଧାରିତ କରିଥିଲା। ଖେଳାଳିଙ୍କୁ ତାଙ୍କ ପରିବାର (ପାର୍ଟନର ଓ ପିଲା)ଙ୍କୁ ଅଧିକରୁ ଅଧିକ ୧୪ ଦିନ ପର୍ଯ୍ୟନ୍ତ ନିଜ ସହିତ ରଖିବାକୁ ମନୁମତି ଦେଉଥିଲା, କିନ୍ତୁ ଏଥିପାଇଁ ସର୍ତ୍ତ ଥିଲା ଯଦି କୌଣସି ବିଦେଶ ଗସ୍ତ ୪୫ ଦିନରୁ ଅଧିକ ଯଦି ହୁଏ। ଭାରତରେ ଟି-୨୦ ବିଶ୍ୱକପ୍‌ ଖେଳାଯାଉଛି ଓ ମାସକ ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟ ଚାଲିବ। ତେବେ ଟିମ୍‌ ମ୍ୟାନେଜମେଣ୍ଟ ପକ୍ଷରୁ ଆସିଥିବା ଏହି ସୁପାରିଶକୁ ବୋର୍ଡ ଖାରଜ କରିଛି।

ବିସିସିଆଇ ସୁତ୍ର ଅନୁସାରେ, ଇଣ୍ଡିଆନ୍‌ ଟିମ୍‌ ମ୍ୟାନେଜମେଣ୍ଟ ବିସିସିଆଇକୁ ପଚାରିଥିଲା କ’ଣ ପତ୍ନୀ କିମ୍ବା ଭାବି ପତ୍ନିଙ୍କ ସହ ଟ୍ରାଭେଲ କରିପାରିବେ? ଯଦି ହଁ ତେବେ କେତେ ଦିନ ଏକାଠି ରହିପାରିବେ ? ବୋର୍ଡ ସ୍ପଷ୍ଟ ଭାବରେ କହିଛି ଖେଳାଳିଙ୍କ ସହ ପରିବାର ଲୋକ ରହିପାରିବେନି। ତେବେ ଯଦି ସେମାନେ ଚାହାନ୍ତି ତେବେ ଅଲଗା ବନ୍ଦୋବସ୍ତ କରିପାରିବେ।’ଗତ ବର୍ଷ ହିଁ ବିସିସିଆଇ ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କ ପାଇଁ ଏହି ଗାଇଡଲାଇନ୍‌ ତିଆରି କରିଥିଲା। ଏହି ନିଷ୍ପତ୍ତି ଉପରେ ବୋର୍ଡ ଏବେ ବି ଅଟଳ ରହିଛି।

ଟିମ୍‌ ଇଣ୍ଡିଆ କଥା ଯଦି ହେବା ତେବେ ଲିଗ୍‌ ଫେଜ୍‌ରେ ଭାରତକୁ ୪ଟି ମ୍ୟାଚ୍‌ ଖେଳିବାର ଅଛି। ଏଥିରେ ଗୋଟିଏ ମ୍ୟାଚ୍‌ ଖେଳାଯାଇ ସାରିଛି। ଗୋଟିଏ ମ୍ୟାଚ୍‌ କଲୋମ୍ବୋରେ ରହିଛି ଓ ଦୁଇଟି ମ୍ୟାଚ୍‌ ଭାରତରେ ଭାରତୀୟ ଟିମ୍‌ ଲିଗ୍‌ ଫେଜର ବାକି ରହିଛି। ଏହାପରେ ସୁପର ୮ର ମ୍ୟାଚ୍‌ ଆରମ୍ଭ ହୋଇଯିବ। ବିଶ୍ୱକପ୍‌ ପୂର୍ବରୁ ବହୁ ଦ୍ୱିପାକ୍ଷିକ ସିରିଜ ମଧ୍ୟ ଖେଳାଯାଇଥିଲା। ସେଥିରେ ବି ଖେଳାଳିଙ୍କୁ ନିଜ ପରିବାର ସହ ରହିବାକୁ ଅନୁମତି ଦିଆଯାଇନଥିଲା। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଟିମ୍‌ ପୁରା ଟୁର୍ଣ୍ଣାମେଣ୍ଟ ବେଳେ ପ୍ରାଇଭେଟ୍‌ ଚାର୍ଟର ପ୍ଲେନ୍‌ରେ ଟ୍ରାଭେଲ କରିବାର ଥିଲେ। କିଛି ଖେଳାଳି ନିଜ ସହ ବ୍ୟକ୍ତିଗତ ରୋଷେୟା ମଧ୍ୟ ଯିବେ, କିନ୍ତୁ ନିକଟସ୍ଥ ହୋଟେଲରେ ରହିବେ।


Reporterspen