ଧୋନିଙ୍କ ଏହା ଶେଷ ଆଇପିଏଲ୍‌ ସିଜିନ : ପଠାନ

Reporterspen

ଚେନ୍ନାଇ, ୧୩।୦୩: ମହେନ୍ଦ୍ର ସିଂ ଧୋନିଙ୍କ ବିନା ଆଇପିଏଲର କଳ୍ପନା କରିବା ସମ୍ଭବ ନୁହେଁ। କିନ୍ତୁ ଏଥର ବୋଧହୁଏ ଶେଷ ଥର ପାଇଁ ଆମେ ତାଙ୍କୁ ହଳଦିଆ ଜର୍ସିରେ ଦେଖିବାକୁ ପାଇବା’ ଏପରି ପୂର୍ବାନୁମାନ କରିଛନ୍ତି ପୂର୍ବତନ ଅଲରାଉଣ୍ଡର୍‌ ଇର୍ଫାନ ପଠାନ।
ଏକ ଟେଲିଭିଜନ କାର୍ଯ୍ୟକ୍ରମରେ ସେ କହିଛନ୍ତି, “ଧୋନିଙ୍କ ବିନା ଚେନ୍ନାଇ ସୁପରକିଙ୍ଗସ୍‌ ଅସଂପୂର୍ଣ୍ଣ। କିନ୍ତୁ ଏଥର ବୋଧହୁଏ ଶେଷ ଥର ପାଇଁ ଆମେ ତାଙ୍କୁ ହଳଦିଆ ଜର୍ସିରେ ଦେଖିବାକୁ ପାଇବା। ତାଙ୍କ ବିନା ସିଏସକେ ଓ ଆଇପିଏଲ୍‌?ର ପରିକଳ୍ପନା କରିବା ସମ୍ଭବ ନୁହେଁ। ତେବେ ଚଳିତ ଋତୁରେ ସେ ସମସ୍ତଙ୍କୁ ଏକାଠି କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ।

ଧୋନିଙ୍କ ବିନା ଚେନ୍ନାଇ ସୁପରକିଙ୍ଗସ୍‌ ଅସଂପୂର୍ଣ୍ଣ
ତେବେ ସେ କେତୋଟି ମ୍ୟାଚ୍‌ ଖେଳିବେ ତାହା କହିହେବ ନାହିଁ, କିନ୍ତୁ ଡ୍ରେସିଂରୁମ୍‌ରେ ତାଙ୍କ ଉପସ୍ଥିତି ହିଁ ଦଳକୁ ଅନେକ ସହାୟକ ହେବ’’। ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କର ଫିଟ୍‌ନେସ୍‌, ବ୍ୟାଟିଂ ସ୍ଥାନ, ସେ କେତୋଟି ମ୍ୟାଚ୍‌ ଖେଳିବେ ତାହା ଆଗକୁ ଜଣାପଡ଼ିବ। ସେ ସମ୍ପର୍କରେ ଦଳ ପରିଚାଳନା ପର୍ଯ୍ୟାୟକ୍ରମେ ନିଷ୍ପତ୍ତି ନେବ। କିନ୍ତୁ ସିଏସକେ ତାଙ୍କୁ ଏକ ଚମତ୍କାର ବିଦାୟ ଜଣାଇବା ନିଶ୍ଚିତ। ୪୪ ବର୍ଷୀୟ ଧୋନିଙ୍କ ଏହା ହେଉଛି ୧୯ତମ ଆଇପିଏଲ୍‌ ସିଜିନ। ଆଇପିଏଲରେ ସେ ୨୭୮ଟି ମ୍ୟାଚ୍‌ ଖେଳି ୫୪୩୯ ରନ୍‌ କରିଥିବା ବେଳେ ୱିକେଟ୍‌ ପଛରେ ୨୦୦ରୁ ଅଧିକ କ୍ୟାଚ୍‌ ନେଇଛନ୍ତି।


Reporterspen