ନୂଆଦିଲ୍ଲୀ,୨୩/୦୩; ଆଇପିଏଲ ୨୦୨୬ ସିଜିନକୁ ନେଇ ଫ୍ୟାନ୍ସ ଉତ୍ସାହିତ । କ୍ରିକେଟ୍ ଟିମ୍ ବି ପ୍ରସ୍ତୁତ । ଗୋଟିଏ ବଡ ପ୍ରଶ୍ନ କଣ ଏହି ସିଜିନ୍ ଥାଲାଙ୍କର ଶେଷ ଆଇପିଏଲ ହେବ କି ? ଏହାରି ଭିତରେ ଚେନ୍ନାଇ ସୁପର କିଙ୍ଗସ୍ର ଏକ ଇଭେଣ୍ଚରେ ଆଇପିଏଲ ଅବସରକୁ ନେଇ ଏକ ବଡ ଖୁଲାସା କରିଛନ୍ତି। ଯାହାକୁ ନେଇ ତାଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ୪୪ ବର୍ଷୀୟ ଧୋନୀ ମଜାଳିଆ ଢଙ୍ଗରେ କହିଛନ୍ତି, ମୁଁ ୬୦ ବର୍ଷ ଯାଏ ଆଇପିଏଲ ଖେଳି ପାରିବି। ଏହା ଶୁଣି ପୁରା ଚେପକ ଷ୍ଟାଡିୟମ ଉଛୁଳିଥିଲା ।
କିଛି ଦିନ ତଳେ ପୂର୍ବତନ ଭାରତୀୟ କ୍ରିକେଟର ରବିନ ଉଥାପ୍ପା ସମ୍ପ୍ରତି ଭବିଷ୍ୟବାଣୀ କରିଥିଲେ ଯେ ୨୦୨୬ ସିଜିନ ଧୋନୀଙ୍କ ଶେଷ ହୋଇପାରେ। ଅଧିନାୟକ ଭାବରେ ଧୋନୀ ଦଳକୁ ୫ଟି ଆଇପିଏଲ ଟାଇଟଲ ଜିତିଥିଲେ, ଯଦିଓ ସେ ୨୦୨୪ ସିଜିନ ପୂର୍ବରୁ ଅଧିନାୟକ ପଦ ଛାଡି ଦେଇଥିଲେ। ଏକ ଆଲୋଚନା ସମୟରେ, ଉଥାପ୍ପା ଆଗାମୀ ସିଜିନରେ ଧୋନୀଙ୍କ ସମ୍ଭାବ୍ୟ ଭୂମିକା ବିଷୟରେ ଆଲୋଚନା କରିଥିଲେ। ସେ ଅନୁମାନ କରିଥିଲେ ଯେ, ଧୋନୀଙ୍କ ଭୂମିକା ଜଣେ ପରାମର୍ଶଦାତାଙ୍କ ହେବ। ଧୋନୀ ବ୍ୟାଟିଂ କ୍ରମରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ ନାହିଁ, ଏବଂ ୭ ନମ୍ବର ବଦଳରେ ୮ ନମ୍ବରରେ ବ୍ୟାଟିଂ କରିପାରନ୍ତି। ଏହି ପଦକ୍ଷେପ ଧୋନୀଙ୍କୁ ଧୀରେ ଧୀରେ ତାଙ୍କର କ୍ଷେତ୍ର ଦାୟିତ୍ୱ ହ୍ରାସ କରିବାକୁ ଏବଂ ନୂତନ ଅଧିନାୟକ ଋତୁରାଜ ଗାୟକୱାଡଙ୍କୁ ତାଙ୍କ ଅଧିନାୟକତ୍ୱ ଭୂମିକାରେ ଭଲ ପ୍ରଦର୍ଶନ କରିବାକୁ ଅନୁମତି ଦେବ। ଏହି ବୟାନ ପ୍ରଶଂସକମାନଙ୍କୁ ନିରାଶ କରିଥିଲା। ଏବେ କିନ୍ତୁ ଧୋନୀ ଦେଇଥିବା ବୟାନ ତାଙ୍କ ଫ୍ୟାନ୍ସଙ୍କ ମୁହଁରେ ହସ ଫୁଟାଇଛି।
ଏବେ କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି ମହେନ୍ଦ୍ର ସିଂହ ଧୋନୀ । ଏକ ଇଭେଣ୍ଟରେ ଧୋନୀ ସ୍ୱୀକାର କରିଥିଲେ ଯେ, ସେ ଏବେ ଅବସର ବିଷୟରେ ଚିନ୍ତା କରୁନାହାଁନ୍ତି। ସିଏସକେ ଇଭେଣ୍ଟରେ, ଅଭିନେତା ଶିବକାର୍ତିକେୟନ ମଜାରେ ଧୋନୀଙ୍କ ଅବସର କଥାକୁ ଅଣଦେଖା କରି ୬୦ ବର୍ଷ ବୟସ ପର୍ଯ୍ୟନ୍ତ ଖେଳିବା ପାଇଁ ପରାମର୍ଶ ଦେଇଥିଲେ। ଧୋନୀ ଉତ୍ତର ଦେଇଥିଲେ, “ଏହା କଷ୍ଟକର ହେବ… କିନ୍ତୁ ମୁଁ ଚେଷ୍ଟା କରିପାରିବି ।” ଧୋନୀଙ୍କ ଉତ୍ତର ପ୍ରଶଂସକଙ୍କ ହୃଦୟ ଜିତି ନେଇଥିଲା, ଯେଉଁମାନେ ଏହା ଶୁଣି “ଧୋନୀ, ଧୋନୀ !” ସ୍ଲୋଗାନ ଦେବା ଆରମ୍ଭ କରିଥିଲେ।
ଧୋନୀ ୨୭୮ ମ୍ୟାଚ୍ ଖେଳି ୫,୪୩୯ ରନ୍ କରିଛନ୍ତି। ଧୋନୀଙ୍କ ଅଧିନାୟକତ୍ୱରେ, ସିଏସକେ ୫ ଥର ଆଇପିଏଲ ଟାଇଟଲ ଜିତିଛି । ଆଇପିଏଲର ୧୯ତମ ସିଜିନ ୨୮ ମାର୍ଚ୍ଚରୁ ଆରମ୍ଭ ହେବ। ଏକ ଚ୍ୟାଲେଞ୍ଜିଂ ଆଇପିଏଲ ୨୦୨୫ ସିଜିନ ପରେ, ସିଏସକେ ତା’ର ହଜିଯାଇଥିବା ଗତି ଫେରି ପାଇବାକୁ ଲକ୍ଷ୍ୟ ରଖିଛି। ଋତୁରାଜ ଗାୟକୱାଡଙ୍କ ନେତୃତ୍ୱରେ ସିଏସକେ ଆଇପିଏଲ ୨୦୨୬ରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ପ୍ରସ୍ତୁତ।

