ବିରୋଧୀଙ୍କ ଅଭିନବ ପ୍ରତିବାଦ: କଳା ଟି-ସାର୍ଟ ପିନ୍ଧି ନାରାବାଜି

Reporterspen

ଭୁବନେଶ୍ୱର, (ରିପୋର୍ଟର୍ସପେନ୍‌) : ବିଧାନସଭାରେ ବିରୋଧୀଙ୍କ ଅଭିନବ ପ୍ରତିବାଦ। କଳା ଟିସାର୍ଟ ପିନ୍ଧି ଗୃହକୁ ଆସିଥିଲେ ବିରୋଧୀ। ଦୁର୍ବଳ ମୁଖ୍ୟମନ୍ତ୍ରୀ, ଶକ୍ତିଶାଳୀ ସ୍ୱାସ୍ଥ୍ୟମନ୍ତ୍ରୀ ଲେଖା ଥିବା ଟି ସାର୍ଟ ପିନ୍ଧି ଗୃହରେ ହୋହଲ୍ଲା କରିଥିଲେ ବିରୋଧୀ । ଫଳରେ ଗୃହକୁ ଦିନ ୧୧ଟା ୩୦ ଯାଏଁ ମୁଲତବୀ କରିଥିଲେ ବାଚସ୍ପତି। ଏସସିବି ଅଗ୍ନିକାଣ୍ଡ ଘଟଣାରେ ଲାଗାତାର ବିରୋଧ କରି ଆସୁଛନ୍ତି ବିରୋଧୀ। ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିରୋଧି ଅଟଳ ରହିଛନ୍ତି। ଯାହାଫଳରେ ଗୃହକାର୍ଯ୍ୟ ସ୍ୱାଭାବିକ ହୋଇପାରୁନି। ସ୍ୱାସ୍ଥ୍ୟମନ୍ତ୍ରୀ ଇସ୍ତଫା ନଦେବା ଯାଏଁ ବିରୋଧ ଜାରି ରହିବ ବୋଲି କହିଛନ୍ତି ବିରୋଧୀ। ଉଭୟ କଂଗ୍ରେସ ଓ ବିଜେଡି ମିଳିତ ଭାବେ ବିରୋଧ ଜାରି ରଖିଛନ୍ତି । ଅନ୍ୟପଟେ ଜାଣିଶୁଣି ବିରୋଧୀ ଗୃହକାର୍ଯ୍ୟ ବନ୍ଦ କରୁଥବା ଅଭିଯୋଗ କରିଛି ଶାସକ ଦଳ।

ଉଭୟ ବିଜେଡି ଓ କଂଗ୍ରେସ ବିଧାୟକ ଦୁର୍ବଳ ମୁଖ୍ୟମନ୍ତ୍ରୀ, ଶକ୍ତିଶାଳୀ ସ୍ୱାସ୍ଥ୍ୟ ମନ୍ତ୍ରୀ ଲେଖା ଯୁକ୍ତ ଟି – ସାର୍ଟ ପିନ୍ଧି ବିଧାନସଭା ପରିକ୍ରମା କରଛନ୍ତି ।ବଜେଟ ଅଧିବେଶନର ଦ୍ୱାଦଶ ଦିନର ପ୍ରଶ୍ନ କାଳରେ ଆଜି ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳିଛି। ଗୃହ ଆରମ୍ଭ ହେବା କ୍ଷଣି ଖାଦ୍ୟ ଯୋଗାଣ ଏବଂ ଖାଉଟି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖିବା ଆରମ୍ଭ କରୁଥିଲେ । କଳା ଟି – ସାର୍ଟ ପିନ୍ଧି ଗୃହକୁ ପ୍ରବେଶ କରିଥିଲେ ବିରୋଧୀ ଦଳ ବିଧାୟକ। ଉଭୟ କଂଗ୍ରେସ ଓ ବିଜେଡି ବିଧାୟକ ପରିଧାନ କରିଥିଲେ କଳା ଟି- ସାର୍ଟ। ଟି – ସାର୍ଟରେ ଲେଖା ହୋଇଥିଲା ‘ଦୁର୍ବଳ ମୁଖ୍ୟମନ୍ତ୍ରୀ..ଶକ୍ତିଶାଳୀ ସ୍ୱାସ୍ଥ୍ୟମନ୍ତ୍ରୀ’ । ସିଧାସଳଖ ପୋଡିୟମ ତଳକୁ ଯାଇ ନାରାବାଜି କରିଥିଲେ। ସରକାରୀ ବିରୋଧୀ ଲେଖା ଥିବା ଟି – ସାର୍ଟ ସହ ପୋଷ୍ଟର ଧରି ଗୃହରେ ହୋହଲ୍ଲା କରିଛନ୍ତି ବିରୋଧୀ। ଫଳରେ ଗୃହକୁ ସାଢେ ୧୧ ଯାଏଁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିବା ପରେ ବାହାରକୁ ଆସି ପ୍ରତିବାଦ କରିଛନ୍ତି ବିରୋଧୀ । ବିଧାନସଭା ପରିକ୍ରମା କରିବା ସହ ସରକାର ବିରୋଧୀ ନାରାବାଜି କରିଛନ୍ତି ବିରୋଧୀ ସଦସ୍ୟ । ଏସସିବି ଅଗ୍ନିକାଣ୍ଡ ଘଟଣାରେ ଲାଗାତାର ବିରୋଧ କରି ଆସୁଛନ୍ତି ବିରୋଧୀ । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବିଧାନସଭାରେ ହେଉଛି ବିରୋଧ । ଯାହା ଫଳରେ ୧୭ ତାରିଖରୁ ଗୃହ କାର୍ଯ୍ୟ ସ୍ୱାଭାବିକ ହୋଇପାରୁନାହିଁ । ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଇସ୍ତଫା ନଦେବା ଯାଏଁ ବିରୋଧ ଜାରି ରହିବ ବୋଲି କହିଛନ୍ତି ବିରୋଧୀ । ଉଭୟ କଂଗ୍ରେସ ଓ ବିଜେଡି ମିଳିତ ଭାବେ ବିରୋଧ ଜାରି ରଖିଥିବାରୁ ହୋଇପାରୁନାହିଁ ଗୃହ କାର୍ଯ୍ୟ । ଜାଣିଶୁଣି ବିରୋଧୀ ଗୃହ କାର୍ଯ୍ୟ ବନ୍ଦ କରୁଥବା ଅଭିଯୋଗ କରିଛି ଶାସକ ଦଳ ।”

ବିଜେଡି ବିଧାୟକ ରମେଶ ବେହେରା କହିଛନ୍ତି, “ଓଡିଶାର ସର୍ବଶ୍ରେଷ୍ଠ ସ୍ୱାସ୍ଥ୍ୟ ଅନୁଷ୍ଠାନ ଏସସିବିରେ ଅଗ୍ନିକାଣ୍ଡ ଯୋଗୁଁ ୧୩ଟି ଅମୂଲ୍ୟ ସମ୍ପଦର ମୃତ୍ୟୁ ହୋଇଛି । ତଳିଆ କର୍ମଚାରୀଙ୍କ ଉପରେ ସରକାର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଯାହାଙ୍କର ଏହି ମାମଲାରେ ବିଶେଷ ଭୂମିକା ନାହିଁ । କିନ୍ତୁ ପ୍ରକୃତ ଦୋଷୀଙ୍କୁ ଘଣ୍ଟ ଘୋଡାଉଛନ୍ତି ସରକାର। ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଛନ୍ତି। ସରକାର ନିଦାବିଷ୍ଣୁ ସାଜିଛନ୍ତି । ନିଦ ଭାଙ୍ଗୁନାହିଁ। କଳା ପୋଷାକ ପିନ୍ଧି ପ୍ରତିବାଦ କଲେ ସରକାରଙ୍କ ନିଦ ଭାଙ୍ଗିବ । ଓଡିଶା ଲୋକ ଯାହା କହୁଛନ୍ତି, ସେହି ଅନୁସାରେ ଟି-ସାର୍ଟର କ୍ୟାପସନ ରହିଛି। ମୁଖ୍ୟମନ୍ତ୍ରୀ ପଦକ୍ଷେପ ନେଇପାରୁ ନାହାନ୍ତି । ତେଣୁ ସେ ଦୁର୍ବଳ । ସେଥିପାଇଁ ପଦକ୍ଷେପ ନେଇ ପାରୁ ନାହାନ୍ତି ।”

କଂଗ୍ରେସର ବିଧାୟକ ପବିତ୍ର ସାଉଁତା କହିଛନ୍ତି, “ସରକାର ଅନ୍ଧ ଧୃତରାଷ୍ଟ୍ର ଭଳି ବ୍ୟବହାର କରୁଛନ୍ତି । ମୋହନ ସରକାର କମ୍ପ୍ରମାଇଜ ସ୍ଥିତିରେ ଅଛନ୍ତି । ମୁଖ୍ୟମନ୍ତ୍ରୀ ହେବା ସତ୍ୱେ ମୋହନ ଚରଣ ମାଝୀ, ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଡରୁଛନ୍ତି। ତେଣୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ନେଇ ପାରୁ ନାହାନ୍ତି । ସରକାରୀ ହସ୍ପିଟାଲରେ ୧୩ ଜଣଙ୍କ ଅଘଟଣରେ ମୃତ୍ୟୁ ନୁହେଁ, ହତ୍ୟା ହୋଇଛି । ମୁଖ୍ୟମନ୍ତ୍ରୀ ବିବୃତି ରଖନ୍ତୁ । ସ୍ୱାସ୍ଥ୍ୟ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ। ଦୋଷୀଙ୍କୁ ଦଣ୍ଡ ଓ ଜନସାଧାରଣଙ୍କୁ ସରକାର ନ୍ୟାୟ ଦେଉନାହାନ୍ତି ।

ବିରୋଧୀଙ୍କ ହଟ୍ଟଗୋଳ ନେଇ ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ କହିଥିଲେ , “ଏ ନାଟକବାଜି ଦୁଃଖ ଏବଂ ପରିତାପର ବିଷୟ । ଏ ଟି- ସାର୍ଟ ବୋଧେ ପୁର୍ବ ସରକାରରେ ଥିଲା। ବିଜେଡି ସରକାରରେ ମୁଖ୍ୟମନ୍ତ୍ରୀ ଦୁର୍ବଳ ଥିଲେ। ନବୀନଙ୍କ ଦୋଷ ଦୁର୍ବଳତା ଲୁଚାଇବାକୁ ଏ ନାଟକ କରୁଛନ୍ତି। ବିଜେଡି ସରକାର ସମୟରେ ମୁଖ୍ୟମନ୍ତ୍ରୀ ଦୁର୍ବଳ ଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ସବଳ ଥିଲେ । ବର୍ତ୍ତମାନ ଆଲୋଚନା ପାଇଁ ସୁଯୋଗ ଦିଆଯାଇଛି। ବିରୋଧୀ ଆଲୋଚନା କରୁନାହାନ୍ତି। ଗୃହକୁ ବନ୍ଦ କରୁଛନ୍ତି। ଦଳ ଭିତରେ ଥିବା ବିଶୃଙ୍ଖଳା ଲୁଚାଇବା ପାଇଁ ଏଭଳି ନାଟକ କରୁଛନ୍ତି । ଏହା ଏକ ଖରାପ ପରମ୍ପରା । ବିରୋଧୀ ଦଳ ନେତା ଗୃହକୁ ଆସୁଛନ୍ତି କି ମୁହଁ ଖୋଲୁନାହାନ୍ତି। ନିଦା ବିଷ୍ଣୁ ଭଳି ବସୁଛନ୍ତି।


Reporterspen