ଭୁବନେଶ୍ୱର, (ରିପୋଟର୍ସ ପେନ୍) : ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର) ପ୍ରକ୍ରିୟ ଓଡ଼ିଶା ଶେଷ ହୋଇଛି । ଏଥିସହ ଚିଠା ଭୋଟର୍ ତାଲିକା ପ୍ରକାଶ ପାଇଛି । ଏହି ତାଲିକା ଅନୁସାରେ ପ୍ରାୟ ୨୦ ଲକ୍ଷ ୧୪ ହଜାର ଭୋଟରଙ୍କ ନାଁ କଟିଛି । ରାଜ୍ୟରେ ବର୍ତ୍ତମାନ ୩ କୋଟି ୧୩ ଲକ୍ଷ ଭୋଟର ରହିଛନ୍ତି । ଓଡ଼ିଶାରୋ ୩୧ ଟି ନିର୍ବାଚନ ଜିଲ୍ଲା ହୋଇଛି । ନୂତନ ଭାବେ ଭୁବେନେଶ୍ୱର ନିର୍ବାଚନ ଜିଲ୍ଲା ହୋଇଛି । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍.ଏସ୍ ଗୋପାଳନ ସୂଚନା ଦେଇଛନ୍ତି ।
ଚିଠା ତାଲିକା ପ୍ରସ୍ତୁତ ହୋଇ ରାଜନୈତିକ ଦଳକୁ ଦିଆଯାଇଛି । ୩ କୋଟି ୩୩ ଲକ୍ଷ ୯୯ ହଜାର ୫୯୧ ଭୋଟର ଥିବା ବେଳେ ୩ କୋଟି ୧୩ ଲକ୍ଷ ୮୭ ହଜାର ୩୪ ଭୋଟର ସେମାନଙ୍କ ଫର୍ମ ଦାଖଲ କରିଛନ୍ତି ୨୦ ଲକ୍ଷ ୧୪ ହଜାର ଲୋକଙ୍କ ନାମ ବାଦ ପଡିଥିବା ବେଳେ ଏଠି ମଧ୍ୟରୁ ମୃତ ବ୍ୟକ୍ତିଙ୍କ ସଂଖ୍ୟା ୮ ଲକ୍ଷ ୩୨ ହଜାର ଭୋଟର ରହିଛନ୍ତି । ସ୍ଥାନାନ୍ତରିତ /ଅନୁପସ୍ଥିତ ପାଇଁ ୧୦ ଲକ୍ଷ ୭ ହଜାର । ଭୋଟର ତାଲିକାରେ ଏକାଧିକ ସ୍ଥାନରେ ପଞ୍ଜିକୃତ ରହିଛି । ସେହିଭଳି ୧ ଲକ୍ଷ ୫୮ ହଜାର ଓ ଅନ୍ୟ କାରଣ ପାଇଁ ୧୪ ହଜାର ଭୋଟର ରହିଛନ୍ତି ।ରାଜ୍ୟରେ ୧ କୋଟି ୬୦ ଲକ୍ଷ ୧୯ ହଜାର ୧୭୬ ପୁରୁଷ ଭୋଟର ଥିବା ବେଳେ ୧ କୋଟି ୫୩ ଲକ୍ଷ ୬୫ ହଜାର ୮୩ ଜଣ ମହିଳା ଭୋଟର ରହିଛନ୍ତି । ସେହିଭଳି ୨ ହଜାର ୭୭୫ ଜଣ ତୃତୀତ ଲିଙ୍ଗି ଭୋଟର ରହିଛନ୍ତି ।
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଯେ, ପ୍ରାଥମିକତା ଭାବେ ଅଯୋଗ୍ୟ ବ୍ୟକ୍ତିଙ୍କୁ ଚିଠା ତାଲିକାରୁ ବାଦ ଦିଆଯାଇଛି । ଏହି ଭୋଟମାନେ ସେମାନଙ୍କ ନାଗରିକତ୍ୱର କୌଣସି ପ୍ରମାଣ ଦେଇପାରିନାହାନ୍ତି କିମ୍ବା ମ୍ୟାପିଂ ସମୟରେ ସେମାନଙ୍କ ନାମ ଆସିପାରିନାହିଁ । ଦେହାନ୍ତ ହୋଇଯାଇଥିବା ଭୋଟରଙ୍କ ନାମ ମଧ୍ୟତାଲିକାରୁ ବାଦ୍ ଦିଆଯାଇଛି । ଯଦି ଭୁଲରେ କାହାର ନାଁ କଟିଥିବ ସେ ଆବେଦନ କରିପାରିବେ । ନାଁ ନଥିଲେ ଫର୍ମ-୬ର ଆନେକ୍ସର-୪ ଅନୁଯାୟୀ ଆବେଦନକରି ହେବ । ସେହିଭଳି ୧୮ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତେ ଆବେଦନ କରିବାକୁ ଆହ୍ୱାନ କରିଛନ୍ତି ସିଇଓ ।
ଗତ ମେ’ ୨୮ରୁ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ବିଧାନସଭା ଆସନରେ ଏସ୍ଆଇଆର ପ୍ରକ୍ରିୟା ଚାଲିଥିଲା । ଏଥିରେ ନିୟୋଜିତ ବିଏଲ୍ଓ (ବୁଥ୍ ଲେଭଲ୍ ଅଫିସର) ଭୋଟରଙ୍କଠାରୁ ଫର୍ମ ପୂରଣ କରି ଆଣିଥିଲେ । ପରେ ସେସବୁର ଡିଜିଟାଇଜେସନ୍ କରାଯାଇଥିଲା । ଏଥିରେ ଯେଉଁମାନେ ଆବଶ୍ୟକ ଡକ୍ୟୁମେଣ୍ଟ ଦେଇପାରିଛନ୍ତି ସେମାନଙ୍କ ନାମ ଭୋଟର ତାଲିକାରେ ରହିଛି । ଯେଉଁମାନେ ଦେଇପାରି ନାହାନ୍ତି ସେମାନଙ୍କ ନାମ ତାଲିକାରୁ ବାଦ୍ ଦିଆଯାଇଛି । ଯେଉଁ ଭୋଟରମାନେ ମୃତ୍ୟୁବରଣ କରିଛନ୍ତି ସେମାନଙ୍କ ନାମକୁ ମଧ୍ୟ ତାଲିକାରୁ ବାଦ୍ ଦିଆଯାଇଛି ।
ଆଜିଠୁ ଅଗଷ୍ଟ ୪ତାରିଖ ପର୍ଯ୍ୟନ୍ତ ଏଥି ସମ୍ବନ୍ଧୀୟ ଦାବି ଓ ଆପତ୍ତି ଗ୍ରହଣ କରାଯିବ । ଅର୍ଥାତ ଯେଉଁମାନଙ୍କର ଭୋଟର ତାଲିକାରୁ ନାମ କଟିଯାଇଛି ସେମାନଙ୍କ ନିକଟରେ ଯଦି ଆବଶ୍ୟକ ଦସ୍ତାବିଜ୍ ରହିଥାଏ ସେସବୁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଦାଖଲ କରିବେ । ଦାବି ଓ ଆପତ୍ତିର ସମସ୍ତ ଯାଞ୍ଚ୍ ଓ ଫଇସଲା ଅଗଷ୍ଟ ୪ତାରିଖରୁ ସେପ୍ଟେମ୍ବର ୨ତାରିଖ ମଧ୍ୟରେ ସମ୍ପନ୍ନ ହେବ । ସେପ୍ଟେମ୍ବର ୬ ତାରିଖରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ । ଦାବି ଓ ଆପତ୍ତି ଗ୍ରହଣ ଏବଂ ତାହାର ଫଇସଲା ସମ୍ପୂର୍ଣ୍ଣ ସ୍ୱଚ୍ଛତା ଓ ନିରପେକ୍ଷତାର ସହ ସମ୍ପାଦନ କରାଯିବ । କୌଣସି ଜଣେ ବି ଯୋଗ୍ୟ ମତଦାତା ଯେପରି ତାଲିକାରୁ ବାଦ୍ ନପଡନ୍ତି ସେଥିପ୍ରତି ବିଶେଷ ଦୃଷ୍ଟି ଦିଆଯିବ ।

