ନୂଆଦିଲ୍ଲୀ,: ଗତ କିଛି ଦିନ ହେବ ମେଟାର ସୋସିଆଲ ମିଡିଆ ପ୍ଳାଟଫର୍ମ ଖୁବ୍ ଚର୍ଚ୍ଚାରେ ରହିଛି । ପୂର୍ବରୁ ହ୍ୱାଟସଆପକୁ ୟୁଜରନେମ୍ ଫିଚର କାରଣରୁ ସରକାରଙ୍କଠାରୁ ନୋଟିସ୍ ମିଳୁଥିଲା ଓ ଏବେ ଇନଷ୍ଟାଗ୍ରାମ୍ରେ ସରକାର କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ଇଲୋକ୍ଟ୍ରୋନିକ୍ସ ଓ ସୂଚନା ପ୍ରାଦ୍ୟୋଗିକ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣଭ ମନ୍ତ୍ରଣାଳୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ମେଟାକୁ ଜବାବ୍ ତଲବ କରାଯାଉ । ଏହି ପଦକ୍ଷେପ ଇନଷ୍ଟାଗ୍ରାମ୍ର ସେହି ବିଜ୍ଞାପନକୁ ନେଇ ରହିଛି, ଯେଉଁଥିରେ କଥିତ ଭାବରେ ପିଲାଙ୍କୁ ଯୌନ ଶୋଷଣ ସମ୍ପର୍କୀତ କଣ୍ଟେଣ୍ଟକୁ ପ୍ରୋତ୍ସାହନ ଦିଆଯାଉଛି । ସରକାର ‘ମେଟାଠାରୁ ଏକ ବିସ୍ତୃତ ସ୍ପଷ୍ଟୀକରଣ ମଧ୍ୟ ମାଗିଛନ୍ତି, କମ୍ପାନୀକୁ ସାତ ଦିନ ମଧ୍ୟରେ ଉତ୍ତର ଦେବାକୁ କହିଛନ୍ତି ।
ସୁତ୍ର ଅନୁସାରେ, ଗରସଗ୍ଧଚ୍ଚ (ଭାରତର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ) ଏହି ମାମଲାରେ ମେଟାକୁ ସ୍ପଷ୍ଟୀକରଣ ମାଗିବା ସହ ଓ ଏହା ପଚାରିଛି ଯେ, କମ୍ପାନୀ ଏହାକୁ ରୋକିବା ପାଇଁ କ’ଣ ପଦକ୍ଷେପ ଗ୍ରହଣ କରିଛି । କେନ୍ଦ୍ର ସରକାର ମେଟାକୁ ନୋଟିସ୍ ଜାରି କରି, ପିଲାଙ୍କୁ ଯୌନ ଶୋଷଣ ଥିବା କଣ୍ଟେଣ୍ଟକୁ ପ୍ରୋତ୍ସାହନ ଦେଉଥିବା ଇନଷ୍ଟାଗ୍ରାମ୍ ବିଜ୍ଞାପନକୁ ତୁରନ୍ତ ହଟାଇବାର ନିର୍ଦ୍ଦେଶ ଦେଇଛନ୍ତି । ଚଳିତ ସପ୍ତାହରେ ଏହା ଦ୍ୱିତୀୟ ଥର ଯେତେବେଳେ କେନ୍ଦ୍ର ସରକାର ‘ମେଟା’ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।
ବିବିସିର ଏକ ଯାଞ୍ଚ ରିପୋର୍ଟରୁ ଜଣାପଡିଥିଲା ଯେ, ଇଷ୍ଟାଗ୍ରାମ୍ ଭାରତରେ ପିଲାଙ୍କ ଯୌନ ଶୋଷଣ ସମ୍ପର୍କିତ କଣ୍ଟେଣ୍ଟ (ସିଏସ୍ଏଏମ୍)କୁ ପ୍ରୋତ୍ସାହନ ଦେବା ପାଇଁ ପେଡ୍ ବିଜ୍ଞାପନ ଦେଖାଉଛି । ଏହି ବିଜ୍ଞାପନ ୟୁଜର୍ସଙ୍କ ଟେଲିଗ୍ରାମ୍ ଚ୍ୟାନେଲକୁ ପଠା ଯାଇଥାଏ । ଯେଉଁଠି କଥିତ ଭାବରେ ଏଭଳି କଣ୍ଟେଣ୍ଟ କେବଳ ମାତ୍ର ୯୯ ଟଙ୍କାରେ ବିକ୍ରି କରାଯାଉଥିଲା । ରିପୋର୍ଟ ଅନୁସାରେ, ବିଜ୍ଞାପନରେ ‘ଦୁଷ୍କର୍ମ ଭିଡିଓ’ ଓ ‘ଚାଇଲ୍ଡ ଭିଡିଓ’ ଭଳି ଶବ୍ଦର ବ୍ୟବହାର କରାଯାଇଥିଲା । ଯଦିଓ ଇନଷ୍ଟାଗ୍ରାମ୍ରେ ବିଜ୍ଞାପନ ମେଟାର ମଡରେଟର ସିଷ୍ଟମରୁ ମଞ୍ଜୁର କରିଥାଏ, କିନ୍ତୁ ବିବିସିର ଏହି ରିପୋର୍ଟ ପରେ ପ୍ଳାଟଫର୍ମ କହିଥିଲା ଏଭଳି କୌଣସି ବିଜ୍ଞାପନ ତା’ର କମ୍ୟୁନିଟି ଗାଇଡଲାଇନର ଉଲଂଘନ କରିନି ।
ନିଜ ଯାଞ୍ଚ ଅନୁସାରେ, ବିବିସି ଭାରତରେ ଏକ ନକଲି ଇନଷ୍ଟାଗ୍ରାମ୍ ଆକାଉଣ୍ଟ ତିଆରି କରିଥିଲା । ଏହାପରେ କିଛି ଦିନ ପରେ ସ୍ପଷ୍ଟ ହୋଇଯାଇଥିଲା ଯେ, ଏଥିରେ ସେକ୍ସ କଣ୍ଟେଣ୍ଟ ଦେଖାଯାଉଛି । ଏହାପରେ ଏଭଳି ବିଜ୍ଞାପନ ବି ଦେଖିବାକୁ ପାଇଥିଲା ଯେଉଁଥିରେ ପିଲାଙ୍କୁ ସେକ୍ସ ସମ୍ପର୍କିତ କଣ୍ଟେଣ୍ଟରେ ଦେଖାଯାଉଥିଲା, ଯାହାକି ଟେଲିଗ୍ରାମ୍ ଚ୍ୟାନେଲ ସହ ଜଡିତ ଥିଲା । ବିବିସିକୁ ‘ମେଟା’ କହିଛି, କୌଣସି ବି ସିଷ୍ଟମ ପରଫେକ୍ଟ ନୁହେଁ । ଯଦିଓ ଏହାର ରିଭ୍ୟୁ ପ୍ରୋସେସରେ କିଛି ପଲିସି ଉଲଂଘନ ଛାଡ ପାଇ ଥାଇ ପାରେ, ତଥାପି ନିୟମ ଭାଙ୍ଗୁଥିବା ବିଜ୍ଞାପନର ଲାଇଭ ହେବା ପରେ ତାକୁ ସକ୍ରିୟ ରୂପରେ ଚିହ୍ନଟ କରି ହଟାଇ ଦିଆଯାଇଥାଏ ।

