ମୋବାଇଲ୍ ଫୋନ୍ ଚାର୍ଜର ଶସ୍ତା ହେବ, ପଢନ୍ତୁ ବଜେଟ୍ ମୁଖ୍ୟାଂଶ

Reporterspen

ନୂଆଦିଲ୍ଲୀ : ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରୁଛନ୍ତି । ଏହି ସମୟରେ ଅନେକ ଐତିହାସିକ ପଦକ୍ଷେପ ନେବା ଭଳି ଘୋଷଣ କରିଛନ୍ତି । ଆସନ୍ତୁ ବଜେଡର ମୁଖ୍ୟାଂଶ ଜାଣିବା…..

ଆୟକର ସରଳୀକୃତ ହେବ ବୋଲି ଅଥମର୍ନ୍‌ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି । ଠିକ୍ ସମୟରେ ଟିଡିଏସ୍ ନ ଦେବା ଆଉ ଅପରାଧ ହେବ ନାହିଁ ।

ମୋବାଇଲ୍ ଫୋନ୍ ଚାର୍ଜର ର୍ଶସ୍ତା ହେବ
ବଜେଟରେ ଏକ ବଡ ଘୋଷଣା କରାଯାଇଛି । ମୋବାଇଲ୍ ଫୋନ୍ ଚାର୍ଜର୍ର ଶସ୍ତା ହେବ । ଏହା ବ୍ୟତୀତ ଇଲେକ୍ଟ୍ରିକ୍ ତାର ଏବଂ ଏକ୍ସ-ରେ ମେସିନ୍ ଶସ୍ତା ହେବ । ତିନୋଟି କର୍କଟ ଔଷଧ ଉପରେ କଷ୍ଟମ ଡ୍ୟୁଟି ହ୍ରାସ କରାଯାଇଛି । ସୁନା ଓ ରୂପା ଉପରେ କଷ୍ଟମ୍ସ ଶୁଳ୍କ ହ୍ରାସ କରାଯାଇଛି । ଏପରି ପରିସ୍ଥିତିରେ ଏଗୁଡ଼ିକ ମଧ୍ୟ ଶସ୍ତା ହେବ ।

ବଜେଟରେ ସହରୀ ବିକାଶ
୧୦୦ ଟି ବଡ ସହର ପାଇଁ ଜଳ ଯୋଗାଣ, ଜଳ ନିଷ୍କାସନ ପାଇଁ ପ୍ରକଳ୍ପ ।
୩୦ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ୧୪ଟି ବଡ ସହରରେ ଗତିଶୀଳତା ପାଇଁ ବିକାଶ ଯୋଜନା ।
ପିଏମ ଆଭାସ ଯୋଜନା ସହର ୨.୦ ଅଧୀନରେ ୧ କୋଟି ସହରୀ ଏବଂ ମଧ୍ୟବିତ୍ତ ପରିବାର ସୁବିଧା ପାଇବେ ।
ମନୋନୀତ ସହରରେ ୧୦୦ ଟି ସାପ୍ତାହିକ ହାଟ ଏବଂ ଷ୍ଟ୍ରିଟ୍ ଫୁଡ୍ ହବ୍ ନିର୍ମାଣ କରାଯିବ ।

ଅଥର୍ମନ୍ତ୍ରୀଙ୍କ ବଡ ଘୋଷଣା
କାଶୀର ବୋଧଗୟାଠାରେ ଏକ କରିଡର ନିର୍ମାଣ ହେବ ।
ବଜେଟରେ ବିହାରରେ ପର୍ଯ୍ୟଟନ ଉପରେ ଗୁରୁତ୍ୱ ଦିଆଯାଇଛି ।
ନାଲନ୍ଦାରେ ପର୍ଯ୍ୟଟନର ବିକାଶ ହେବ ।
ବିହାରରେ ରାଜଗିର ପର୍ଯ୍ୟଟନ କେନ୍ଦ୍ର ର୍ନିମାଣ ।
ଓଡ଼ିଶାର ପର୍ଯ୍ୟଟନ ବିକାଶ କରାଯିବ ।
ବନ୍ୟା ବିପର୍ଯ୍ୟୟ ପାଇଁ ବିହାର ପାଇଁ ୧୧୦୦୦ କୋଟି ଟଙ୍କା ଯୋଗାଣ ।

ଯୁବକମାନଙ୍କ ପାଇଁ ବଡ ଘୋଷଣା

ପ୍ରଥମ ଥର ଚାକିରି କରୁୁଥିବା ଲୋକଙ୍କୁ ସରକାର ଦୁଇବର୍ଷ ପର୍ଯ୍ୟନ୍ତ ପ୍ରତି ମାସରେ ୩୦୦ ଟଙ୍କା ଅତିରିକ୍ତ ପିଏଫ ଦେବେ ।
ସ୍ଥାନୀୟ ଅନୁଷ୍ଠାନରେ ଅଧ୍ୟୟନ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅସୁରକ୍ଷିତ ଶିକ୍ଷା ଋଣ ଉପଲବ୍ଧ ହେବ ।

ଯୁବକମାନଙ୍କୁ ଦକ୍ଷତା ତାଲିମ ଦିଆଯିବ । ୩୦ ଲକ୍ଷ ଯୁବକ ତାଲିମ ପାଇବେ ।
ଏଥିପାଇଁ ବଜେଟରେ ୨ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରାଯାଇଛି ।

୪.୧ କୋଟି ଯୁବକଙ୍କୁ ନିଯୁକ୍ତି ପାଇଁ କେନ୍ଦ୍ର ସରକାର ପାଂଚଟି ଯୋଜନା ଆଣିବେ । ଆସନ୍ତା ୫ ବର୍ଷରେ ସରକାର ୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ ।

ସରକାର ଆସନ୍ତା ୫ ବର୍ଷରେ ୧ କୋଟି ଯୁବକଙ୍କୁ ଇଂର୍ଟନସିପ୍ ପ୍ରଦାନ କରିବେ । ଗୋଟିଏ ବର୍ଷ ଇଂର୍ଟନସିପ୍ ସମୟରେ ପ୍ରତି ମାସରେ ୫୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ ।

ବଜେଟ୍ ଭାଷଣରେ ଅଥର୍ମନ୍ତ୍ରୀ ର୍ନିମଳା ସୀତାରମଣ ଆୟକର ସମ୍ବନ୍ଧରେ ଏକ ବଡ଼ ଘୋଷଣା କରିଛନ୍ତି । ବଜେଟରେ ସରକାର ମଧ୍ୟବିତ୍ତଙ୍କୁ ଉପହାର ଦେଇଛନ୍ତି । ନୂତନ ଟିକସ ବ୍ୟବସ୍ଥାରେ ମାନକ ରିହାତି ୫୦ ହଜାରରୁ ୭୫୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି ।

ମହିଳା ଏବଂ ଯୁବତୀ ଉପକୃତ ହେଉଥିବା ଯୋଜନା ପାଇଁ ୩ ଲକ୍ଷ କୋଟି ଟଙ୍କା ।

ଉତ୍ତର-ପୂର୍ବ ଅଂଚଳରେ ଇଣ୍ଡିଆ ପୋଷ୍ଟ ପେମେଂଟ ବ୍ୟାଙ୍କର ୧୦୦ ରୁ ଅଧିକ ଶାଖା ପ୍ରତିଷ୍ଠା ହେବ ।

ଦେଶର ଖାଦ୍ୟ ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ପୋଲାଭାରାମ ଜଳସେଚନ ପ୍ରକଳ୍ପର ସମାପ୍ତି ।

ୟୁନିଅନ୍ ବଜେଟ୍ ୨୦୨୪-୨୫ ଏମ୍‌ଏସ୍‌ଏମ୍‌ଇ ଏବଂ ଉତ୍ପାଦନ ଉପରେ ବିଶେଷ ଧ୍ୟାନ ଦେଇଥାଏ, ବିଶେଷକରି ଶ୍ରମ-ଅଧିକ ଉତ୍ପାଦନ ।

ଏମଏସଏମଇ ମାନଙ୍କୁ ବ୍ୟାଙ୍କ କ୍ରେଡିଟର ଜାରି ରଖିବାକୁ ସହଜ କରିବାକୁ ନୂତନ ବ୍ୟବସ୍ଥା ଘୋଷଣା କରାଯାଇଛି ।

ମୁଦ୍ରା ଋଣ ସୀମା ୧୦ ଲକ୍ଷରୁ ୨୦ ଲକ୍ଷକୁ ବୃଦ୍ଧି ପାଇଛି ।


Reporterspen

Leave a Reply