Khandagiri Mela ଭୁବନେଶ୍ୱର (ରିପୋଟର୍ସ ପେନ୍) : ଚଳିତ ବର୍ଷ ଖଣ୍ଡଗିରି ଯାତ୍ରାରେ ତିନି ଆଇଟମ୍ ଡ୍ୟାନ୍ସର୍ ନିଶା ମହାରଣା, ସାହୁ ଭାଉଜ ଓ ରାଣୀ ପ୍ରିୟଦର୍ଶିନୀଙ୍କୁ ବ୍ୟାନ୍ କରାଯାଇଛି। ହେଲେ ରାଣୀ ପଣ୍ଡାଙ୍କ ଉପରେ କୌଣସି କଟକଣା ନାହିଁ। ଯେଉଁଥିପାଇଁ ଏବେ ଏହି ୩ ଜଣଙ୍କ ଟାର୍ଗେଟର ଶିକାର ହୋଇଛନ୍ତି ରାଣୀ ପଣ୍ଡା।
ଏନେଇ ବିଭିନ୍ନ ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି ଏହି ତିନି ଆଇଟମ୍ ଡ୍ୟାନ୍ସର୍ । ନିଶା ମହାରଣା କହିଛନ୍ତି ମୁଁ ସେଇ ଲେଡିକୁ ଟାର୍ଗେଟ କରିବି ଯାହା ପାଇଁ ବିବାଦ ଆରମ୍ଭ ହୋଇଥିଲା, ସେ ଯଦି ଅଶ୍ଳିଳ ଭାଷା କହିବ ଖଣ୍ଡଗିରିରେ ମୁଁ ତାଣ୍ଡବ ରଚିବି। ଖଣ୍ଡଗିରି ଛକରେ ଠିଆ ଠିଆ ଉଲଗ୍ନ ହେବି। ସେ ଖଣ୍ଡଗିରିରେ ଚଢ଼ିପାରୁଛି କିନ୍ତୁ ଆମେ ଚଢ଼ି ପାରୁନୁ । ଖଣ୍ଡଗିରିକୁ ଅଶ୍ଳିଳ ନୃତ୍ୟ ବନ୍ଦ ହୋଇଛି, ଏହାକୁ ମୁଁ ସ୍ବାଗତ କରୁଛି। କିନ୍ତୁ ଏଠି ମୋ ନାଁ ସହ ଆଉ ଦୁଇଜଣଙ୍କ ନାମ ଆସୁଛି କି ଆମକୁ ବ୍ୟାନ୍ କରାଯାଇଛି।
ଏହାକୁ ସ୍ଵତନ୍ତ୍ର ଭାବେ ମୁଁ ଗ୍ରହଣ କରିପାରୁନାହିଁ। ଏହା ଗ୍ରହଣ ଯୋଗ୍ୟ ମଧ୍ୟ ନୁହେଁ। କାହିଁକିନା ସ୍ଵତନ୍ତ୍ର ଭାବେ ଆମ ୩ ଜଣଙ୍କୁ ହିଁ ଟାର୍ଗେଟ କରାଯାଉଛି। ଯଦି ସେମିତି କିଛି ନିଷ୍ପତ୍ତି ନିଆଯାଉଛି ତେବେ ଆମକୁ ବୈଠକକୁ ଡକାଯାଉ, ଆମଠୁ ଅଣ୍ଡର ଟେକିଂ ଲେଖାଯାଉ, ନହେଲେ ଆମକୁ ମେଜରମେଣ୍ଟ ଦିଅନ୍ତୁ କ’ଣ ପିନ୍ଧିକି ନାଚିବୁ। ଆମେ ଶାଢ଼ୀ ଆଉ ଲେହେଙ୍ଗା ପିନ୍ଧିକି ନାଚିବା ପାଇଁ ରେଡ଼ି ଅଛୁ। ଆମକୁ ସବୁ ପ୍ରକାର ନୃତ୍ୟ ଜଣା ଅଛି। ଏହା ପୁରା ଭୁଲ୍ ଆମ ଦାନାପାଣିରେ ଲାତ ମାରୁଛନ୍ତି। ଅଶ୍ଳିଳର ସଂଜ୍ଞା କଣ ମୁଁ ସେମାନଙ୍କୁ ପଚାରୁଛି ଖାଲି ଦେହ ଦେଖେଇ ଦେଲେ ଅଶ୍ଳିଳ ହୋଇଯାଉଛି କି, ଯିଏ ଭାଷା କହୁଛନ୍ତି ତାହା କ’ଣ ଅଶ୍ଳିଳ ନୁହେଁ ବୋଲି ନିଶା କମିଟି ଓ ପ୍ରଶାସନକୁ ପ୍ରଶ୍ନ କରିଛନ୍ତି ।
ସେପଟେ ରାଣୀ ପ୍ରିୟଦର୍ଶିନୀ ମଧ୍ୟ ଏହା ଘଟଣାରେ ମୁହଁ ଖୋଲିଛନ୍ତି । ସେ କମିଟି ଓ ପ୍ରଶାସନକୁ ପ୍ରଶ୍ନ କରି କହିଛନ୍ତି, “ଖଣ୍ଡଗିରି ଆଇଆଇସି ଯେଉଁ ନିଷ୍ପତ୍ତି ନେଇଛନ୍ତି, ମୁଁ ତାକୁ ସ୍ବାଗତ କରୁଛି । କାହିଁକି ନା ମୁଁ ବି ଚାହୁଁଛି ଆଇଟମ୍ ଡ୍ୟାନ୍ସ ହେଉ କଳା ପ୍ରଦର୍ଶନ ହେଉ, କିନ୍ତୁ କୌଣସି ଅଶ୍ଳିଳତା ନହେଉ। ମୁଁ କୌଣସି ସ୍ଥାନରେ ଅଶ୍ଳିଳତା କରିନାହିଁ, କେବଳ କଳା ପ୍ରଦର୍ଶନ କରିଛ ଲୋକଙ୍କ ମନୋରଞ୍ଜନ କରିଛି ଓ ସେମାନଙ୍କ ହୃଦୟରେ ରହିଛି। ଯେଉଁମାନେ ସେଠାର ଅଶ୍ଳିଳତା ପ୍ରଦର୍ଶନ କରୁଛନ୍ତି ସେମାନଙ୍କୁ ବ୍ୟାନ୍ କରାଯାଉ, କିନ୍ତୁ ମୁଁ କେଉଁଠାରେ କୌଣସି ଅଶ୍ଳିଳତା କରିନି କେବଳ କଳା ପ୍ରଦର୍ଶନ କରି ଲୋକଙ୍କ ମନୋରଞ୍ଜନ କରିଛି। ରାନୀ କହିଛନ୍ତି, “ମୋ ପାଖରେ ଟ୍ୟାଲେଣ୍ଟ ଅଛି ଯୋଉଠି ଠୁମକା ଲଗେଇବି ସେଇଠି ଖଣ୍ଡଗିରି ମେଳା ହେଇଯିବ । ପ୍ରତ୍ୟେକ ବର୍ଷ ଭଳି ଏବର୍ଷ ମତେ ବ୍ୟାନ୍ କରିଦେଲେ ମୋର କିଛି ଅସୁବିଧା ହେବନି ।
ସେହିପରି ସାହୁ ଭାଉଜ ମଧ୍ୟ ଏହି କଟକଣା ଉପରେ ନିଜର ମତ ରଖି କହିଛନ୍ତି ଆମକୁ ବ୍ୟାନ୍ ହେଇନି, ଅଶ୍ଳୀଳ ନୃତ୍ୟକୁ ବ୍ୟାନ୍ ହେଇଛି । ସେ ମଧ୍ୟ ସେଇ ସମାନ କଥା ଦୋହରାଇଛନ୍ତି, ଯଦି ଅନ୍ୟମାନଙ୍କୁ ସୁଯୋଗ ଦିଆଯାଉଛି ତେବେ ଆମକୁ ବି ମିଳୁ। ଆମକୁ କମିଟି ଯେମିତି କହିବେ ସେମିତି ନାଚିବୁ। ବିଏମସି ମେୟର ସୁଲୋଚନା ଦାସ ଆଜି ପ୍ରେସମିଟରେ ଏନେଇ ସୂଚନା ଦେଇଛନ୍ତି। ଅଶ୍ଳିଳତାକୁ କେବେବି ପ୍ରଶୟ ଦିଆଯିବ ନାହିଁ। ଯେଉଁ ମାନଙ୍କୁ ବ୍ୟାନ୍ କରାଯାଇଛି ସେମାନଙ୍କୁ ଖଣ୍ଡଗିରିକୁ ଅନୁମତି ମିଳିବ ନାହିଁ। ଆସନ୍ତା ଫେବ୍ରୁଆରୀ ୬ ତାରିଖରୁ ୧୭ ତାରିଖ ଯାଏ ଚାଲିବ ଖଣ୍ଡଗିରି ମେଳା । ପାଖାପାଖି ୧୫ ରୁ ୧୮ଟି ଅପେରା ପାର୍ଟି ପଡିବ ।