odisha news: ‘ଏକ ଛତ୍ରବାଦ ଶାସନ, ଏହା ଗଣତନ୍ତ୍ରର ହତ୍ୟା’

Reporterspen

odisha news: ଭୁବନେଶ୍ୱର (ରିପୋଟର୍ସ ପେନ୍): ରାଜ୍ୟରେ ଏକଛତ୍ରବାଦ ଶାସନ ଚାଲିଛି । ଗଣତନ୍ତ୍ରର ହତ୍ୟା କରାଯାଉଛି । କଂଗ୍ରେସ ଦଳ ଏହାକୁ ନିନ୍ଦା କରୁଛି ବୋଲି ବରିଷ୍ଠ ନେତା ନରସିଂହ ମିଶ୍ର କହିଛନ୍ତି ।

ଏକ ସାମ୍ବାଦିକ ସମ୍ମିଳନୀରେ, ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି, ଆଇନ ଅନୁସାରେ ବିଧାନସଭା ଭିତରକୁ ଯାଇ ନ ପାରେ, କିନ୍ତୁ ବିଧାନସଭା ଭିତରକୁ ଜଣେ ପୂର୍ବତନ ବିଧାୟକ ଯାଇପାରିବ । ପୋଲିସ ବାଚସ୍ପତିଙ୍କ ବିନା ଅନୁମତିରେ ବିଧାନସଭା ଭିତରକୁ ଯାଇ ପାରିବେ ନାହିଁ ବୋଲି କହି ଆମକୁ ଭିତରକୁ ଛାଡ଼ିଲା ନାହିଁ । ବାଚସ୍ପତିଙ୍କ ସହ ଫୋନ ଯୋଗେ କଥା ହେବା ପାଇଁ ଚେଷ୍ଟା କରିଥିଲି, ହେଲେ ସେ ଫୋନ ଉଠାଇଲେ ନାହିଁ । ଗୃହ ଭିତରେ ଆମ ବିଧାୟକଙ୍କୁ ଆକ୍ରମଣର ଖବର ଆସିଥିଲା । ଏକଛତ୍ରବାଦ ଶାସନ ଚାଲିଛି । ଗଣତନ୍ତ୍ରର ହତ୍ୟା କରାଯାଇଛି । ମହିଳା ନିର୍ଯାତନାକୁ ନେଇ ନା ଗୃହ କମିଟି ଗଠନ କରାଯାଉଛି ନା ଆଲୋଚନା ହେଉଛି । ନିଆଁରେ ଘିଅ ପକେଇଲା ଭଳି ସରକାର ପଦକ୍ଷେପ ନେଇଛନ୍ତି । ଲୋକେ ଆହୁରି ଉତ୍ତେଜିତ ହେବେ । ସାଧାରଣ ଲୋକ ଏହାର ଜବାବ ଦେବେ ।

ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା କହିଛନ୍ତି, ମୁଖ୍ୟମନ୍ତ୍ରୀ ନାରୀ ନିର୍ଯାତନା ପ୍ରସଙ୍ଗରେ ବିବୃତି ଦେଲେ ନାହିଁ । ନଭେମ୍ବର ଠାରୁ ରାଜ୍ୟରେ ମହିଳା କମିଶନ ଗଠନ ହୋଇ ନାହିଁ । ଆମର ୧୪ଜଣ ବିଧାୟକଙ୍କୁ ନିଲମ୍ବନ କରାଗଲା । ପୂର୍ବତନ ବରିଷ୍ଠ ବିଧାୟକଙ୍କୁ ବିଧାନସଭା ଭିତରକୁ ଯିବା ଲାଗି ଅନୁମତି ଦିଆଗଲାନାହଁ । ଏହା ଘୋର ନିନ୍ଦନୀୟ ଘଟଣା, ଏହାର ଜବାବ ଦିଆଯିବ ।

ଉଲ୍ଲେଖଥାଉ କି, ଗୃହ ଭିତରେ ବାରମ୍ବାର ବିଶୃଙ୍ଖଳିତ ଆଚରଣ କରିବା, ବାଚସ୍ପତିଙ୍କ ପ୍ରତି ଅସମ୍ମାନ, ବିଧାନସଭାରେ ଅଶୋଭନୀୟ ଆଚରଣ ଓ ବିଧାନସଭାର ନିୟମ ଉଲ୍ଲଘଂନ ପାଇଁ କଂଗ୍ରେସର ସମସ୍ତ ୧୪ଜଣ ବିଧାୟକ ବିଧାନସଭାରୁ ନିଲମ୍ବିତ ହୋଇଛନ୍ତି । ଗତକାଲି ୧୨ ଜଣ ନିଲମ୍ବନ ହୋଇଥିବା ବେଳେ ଆଜି ତାରାବାହିନୀ ପତି ଓ ରମେଶ ଜେନାଙ୍କୁ ନିଲମ୍ବନ କରାଯାଇଛି ।

ବିଧାୟକ ଦାଶରଥୀ ଗମାଙ୍ଗ କହିଛନ୍ତି, ରାଜ୍ୟ ସରକାର କଂଗ୍ରେସର ୧୪ ଜଣ ବିଧାୟକଙ୍କୁ ନିଲମ୍ବନ କରିବା ଦୁର୍ଭାଗ୍ୟର କଥା । କଂଗ୍ରେସର ବିଧାୟକମାନେ ସେମାନଙ୍କର ଦାବି କରୁଥିଲେ । ବାଚସ୍ପତିଙ୍କ ଆଭିମୁଖ୍ୟ ଗଣତନ୍ତ୍ର ପ୍ରତି ବିପଦ ସୂଚନା । କାରଣ ସେ ପକ୍ଷପାତ କରୁଛନ୍ତି । ବିଧାନସଭାରେ ପୂର୍ବରୁ ଏଭଳି ହୋଇ ନଥିଲା ।


Reporterspen
!-- afp header code starts here -->