ବାତ୍ୟା ନୁହେଁ ଗଭୀର ଅବପାତ ରୂପ ନେବ ଲଘୁଚାପ, ୧୧ ଜିଲ୍ଲା ଉପରେ ପଡିବ ପ୍ରଭାବ

Reporterspen

ଭୁବନେଶ୍ୱର, (ରିପୋର୍ଟର୍ସ ପେନ୍‌): ବାତ୍ୟା ନୁହେଁ ଗଭୀର ଅବପାତ ରୂପ ନେବ ବଙ୍ଗୋପସାଗର ଲଘୁଚାପ। ଏହାର ପ୍ରଭାବରେ ବଡ ବର୍ଷା ହେବ। ୧୧ ଜିଲ୍ଲା ଉପରେ ପଡିବ ପ୍ରଭାବ। ଆସନ୍ତା କାଲି ଠୁ ବର୍ଷା ଆରମ୍ଭ ହେବ। ୨୩ ଏବଂ ୨୪ ରେ ପ୍ରବଳ ବର୍ଷା ହେବ। ଉପକୂଳ ଏବଂ ଦକ୍ଷିଣ ଓଡ଼ିଶା ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି ବୋଲି ମୁଖ୍ୟ ଶାସନ ସଚିବ ବୋଲି ଅନୁ ଗର୍ଗ କହିଛନ୍ତି।

ଡ୍ୟାମ ଗୁଡିକରେ କ୍ଷମତା ସମୀକ୍ଷା କରି ଇନ୍ଦ୍ରାବତୀରେ ଏବଂ ତେଲିଙ୍ଗିରି ଡ୍ୟାମରେ ପାଣି କମାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ବାଲିମେଳା, କୋଲାବରେ ଏତେ ପାଣି ନାହିଁ । ସବୁ ଜିଲ୍ଲାରେ କଣ୍ଟ୍ରୋଲ ରୁମ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏସଆରସି ଅଫିସରେ ଆଜିଠୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ପରିଚାଳନା ଆରମ୍ଭ ହୋଇଛି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

ପାଣି ଜମୁଥୁବା ଜାଗା ଗୁଡିକରେ ମେସିନ ପ୍ରସ୍ତୁତ କରି ରଖିବାକୁ ପରାମର୍ଶ ଦିଆଯାଇଛି। ଗର୍ଭବତୀ ମହିଳାମାନଙ୍କୁ ସ୍ଥାନାନ୍ତରିତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବାତ୍ୟା, ବନ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବାକୁ କୁହାଯାଇଛି। ଆଜିଠାରୁ ମତ୍ସ୍ୟଜୀଵୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ମନା କରାଯାଇଛି।

ମୁଖ୍ୟ ଶାସନ ସଚିବଙ୍କ ସମ୍ଭାବ୍ୟ ବାତ୍ୟାକୁ ନେଇ ସମୀକ୍ଷା କରିଛନ୍ତି। ଏହି ବୈଠକରେ ଏସଆରସି, ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା, ଜଳ ସମ୍ପଦ ବିଭାଗର ସର୍ବୋଚ ଯନ୍ତ୍ରୀ, ଅଗ୍ନିଶମ ଡିଜି, ଆଇନଶୃଙ୍ଖଳା ଏଡିଜି ଉପସ୍ଥିତ ଥିଲେ।


Reporterspen