Makar Sankranti : ପୁନେରେ ପ୍ରବାସୀ ଓଡ଼ିଆଂକ ମକର ମିଳନ; ଉତ୍କଳର ପରମ୍ପରାରେ ଝୁମିଲେ

Reporterspen

Makar Sankranti: ପୁନେ/ଭୁବନେଶ୍ୱର (ରିପୋଟର୍ସ ପେନ୍‌) : ପୁନେ କାଲେବାଡ଼ି ପିମ୍ପିରି ସହରରେ ,ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ଗଠିତ ଅନୁଷ୍ଠାନ ତ୍ରିନାଥ ମିତ୍ର ମଣ୍ଡଳର ବାର୍ଷିକ ଉତ୍ସବ ଓ ମକର ମିଳନ ମହା ଆଡମ୍ବରରେ ପାଳିତ ହୋଇ ଯାଇଅଛି। ପ୍ରବାସୀ ଓଡ଼ିଆମାନେ ରୋଜଗାର ଅନେଶ୍ଵଣରେ 2000 କିଲୋମିଟର ଦୂରରେ ରହିଲେ ମଧ୍ୟ ଭୁଲି ନାହାନ୍ତି ଜଗନ୍ନାଥ ସଂସ୍କୃତି ଓ ଜନ୍ମ ମାଟିର ପରମ୍ପରା। ଓଡ଼ିଶାର ପାରମ୍ପରିକ ଗଣ ପୂଜା ଆରାଧ୍ୟ ଦେବତା ତ୍ରିନାଥ ମେଳାର ମହା ମେଳିରେ ଭଜନ କୀର୍ତ୍ତନ, ସଂକୀର୍ତ୍ତନରେ ପୁଣେର ଗଗନ ପବନ ପ୍ରକମ୍ପିତ ହୋଇଥିଲା।

ଜୟ ଜଗନ୍ନାଥ ଜୟ ଉତ୍କଳ,ହରିବୋଲ ହୁଳ ହୁଳି ନାରାରେ କିଛି ସମୟ ପାଇ ପୁନେ ସହର ପାଲଟି ଯାଇଥିଲା ଓଡ଼ିଶା, ତ୍ରିନାଥ ମିତ୍ର ମଣ୍ଡଳ ଦ୍ଵାରା ଓଡ଼ିଶାରୁ ଆମନ୍ତ୍ରିତ ମାତୃ ମଣ୍ଡଳୀ ସଙ୍କୀର୍ତ୍ତନର ଗାୟିକା ପଙ୍କଜିନି ମହାଳୀକା(ଗଙ୍ଗା) ପାରମ୍ପରିକ ସଙ୍ଗୀତ ରାସ ପରିବେଷଣ ଓ ଓଡ଼ିଶାରୁ ଆମନ୍ତ୍ରିତ ଗାୟକ ଲିଟନ ମାଝୀ,ଜୀନା ସାହୁଙ୍କ ପରିବେଷଣ ବେଶ୍ ପ୍ରଶଂସା ସାଉଟିଥିଲା। ଏଥି ସହିତ ଓଡ଼ିଆ ସୁସ୍ଵାଦ ପ୍ରସାଦ 5000 ଲୋକଙ୍କ ମନମୋହି ଥିଲା, ଅନୁଷ୍ଠାନ ଦ୍ଵାରା ଆମନ୍ତ୍ରିତ ସ୍ଥାନୀୟ ପ୍ରବାସୀ ମଣ୍ଡଳୀ, ଶ୍ରୀକ୍ଷେତ୍ର ମିତ୍ର ମଣ୍ଡଳୀ, ଶାରଳା ମିତ୍ର ମଣ୍ଡଳୀ,ଜଗନ୍ନାଥ ମିତ୍ର ମଣ୍ଡଳୀ,ନୀଳାଚଳ ମିତ୍ର ମଣ୍ଡଳୀ ଓ ଚର୍ଚ୍ଚିକା ମିତ୍ର ମଣ୍ଡଳୀର ଭଜନ ପରିବେଷଣ ବେଶ୍ ମନ୍ତ୍ର ମୁଗ୍ଧ ଥିଲା।

ପ୍ରବାସୀ ଓଡିଆଙ୍କ ମହାମେଳୀ ରେ ସ୍ଥାନୀୟ ଜନତା ମାନେ ଭାଗ ନେଇ ଓଡ଼ିଆ ପ୍ରସାଦ ଖାଇ ଓଡ଼ିଆ ପରମ୍ପରା ଓଡ଼ିଆ ଖାଦ୍ୟ ବିଶ୍ବରେ ନିଆରା ବୋଲି ପ୍ରଶଂସା କରିଥିଲେ।ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଜନପ୍ରତିନିଧି ମାନଂକୁ ତ୍ରିନାଥ ମିତ୍ର ମଣ୍ଡଳ ତରଫରୁ ଶ୍ରିଫଳ ପୁଷ୍ପ ଗୁଛ ଚନ୍ଦନ ଦ୍ଵାରା ଜଗନ୍ନାଥ ସଂସ୍କୃତି ଅନୁଯାୟୀ ସତ୍କାର କରାଯାଇଥିଲା। ସ୍ଥାନୀୟ ଜନ ପ୍ରତିନିଧି ମାନେ ପ୍ରବାସୀଙ୍କ ଏ ଭଳି ସ୍ବାଗତ ସମ୍ବର୍ଦ୍ଧନା ପାଇଁ ଜଗନ୍ନାଥ ସଂସ୍କୃତି ଓ ଓଡ଼ିଆ ଭାଷା ହିନ୍ଦୁ ଧର୍ମର ଏକ ମଜଭୁତ ସ୍ତମ୍ବ ବୋଲି ଅନ୍ୟ ଭାଷା ଭାସିଙ୍କୁ ଏହିଭଳି ହିନ୍ଦୁ ଧର୍ମ ଓ ଭାରତର ମହାନ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଆହ୍ବାନ ଦେଇଥିଲେ।

କାର୍ଯ୍ୟକ୍ରମ ଶେଷରେ ଅନୁଷ୍ଠାନର ସଭାପତି ସମସ୍ତ ସୁରେଶ ବେହେରା ତ୍ରିନାଥ ମିତ୍ର ମଣ୍ଡଳର ସଫଳ ବାର୍ଷିକ ଉତ୍ସବ ପାଇଁ ସମସ୍ତ ଶ୍ରେୟ ମଣ୍ଡଳର ସାଥୀ କାର୍ଯ୍ୟ କର୍ତ୍ତାଙ୍କୁ ଦେଇ ଥିଲେ।କାର୍ଯ୍ୟ କ୍ରମରେ ମଞ୍ଚ ପରିଚାଳନା ଜନ୍ମେଜୟ ବିଶ୍ଵାଳ ତୁଲାଇଥିଲେ।

Plz. Subscribe our youtube channel


Reporterspen