ଆଜିଠୁ ଆରମ୍ଭ ଶ୍ରାବଣ ସୋମବାର

Reporterspen

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଆଜିଠାରୁ ଶ୍ରାବଣ ସୋମବାର ବ୍ରତ ଆରମ୍ଭ ହେଉଛି। ହିନ୍ଦୁ ଉପାସକଙ୍କ ପାଇଁ ଏହି ମାସର ସୋମବାରଗୁଡ଼ିକ ବେଶ୍‍ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଏହି ସୋମବାର ଦିନ ଭଗବାନ ଶିବଙ୍କୁ ଜଳାଭିଶେକ କରାଯାଏ। ପବିତ୍ର ନଦୀ ଓ ପୁଷ୍କରିଣୀରୁ ଜଳ ନେଇ ଶିବ ମନ୍ଦିରରେ ଲାଗି କରିବାର ପରମ୍ପରା ରହିଛି। ଏଥିଲାଗି କାଉଡ଼ିଆ ଯାତ୍ରା ଅନୁଷ୍ଠିତ ହୁଏ।

ଶ୍ରାବଣ ମାସର ପ୍ରଥମ ସୋମବାର। ଶିବ ଭକ୍ତମାନେ ଆଜି ମହାଦେବଙ୍କ ଉପରେ ଜଳ ଲାଗି କରିବେ। ତେଣୁ ରାତି ନପାହୁଣୁ ରାଜ୍ୟର ବିଭିନ୍ନ ଶୈବପୀଠରେ କାଉଡ଼ିଆ ଓ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି।  କାଉଡ଼ିଆଙ୍କ ସୁରକ୍ଷା ବ୍ୟବସ୍ଥାକୁ କମିଶନରେଟ ପୁଲିସ ବେଶ କଡାକଡି କରିଛି । କାଉଡ଼ିଆଙ୍କର ସୁରକ୍ଷା, ଟ୍ରାଫିକ ବ୍ୟବସ୍ଥା, କ୍ରାଉଡ଼ ମ୍ୟାନେଜମେଣ୍ଟ, ଅପ୍ରିତିକର ପରିସ୍ଥିତିକୁ ରୋକିବା ଲାଗି ବ୍ୟାପକ ବନ୍ଦୋବସ୍ତ କରାଯାଇଛି।ଲିଙ୍ଗରାଜ ମନ୍ଦିର ଓ ଅନ୍ୟ ୨୬ ଟି ସ୍ଥାନରେ ୨ ଜଣ ଅତିରିକ୍ତ ଡିସିପି, ୪ ଜଣ ଏସିପି, ୬ ଇନ୍ସପେକ୍ଟର, ୩୦ ସବଇନ୍ସପେକ୍ଟର ଓ ଏଏସଆଇ ଙ୍କ ସହ ମୋଟ ୧୫ ସେକ୍ସନ ଫୋର୍ସ ମୁତୟନ ହେବେ।

ସେପଟେ ରାଜ୍ୟର ବିଭିନ୍ନ ସ୍ଥାନରୁ କାଉଡ଼ିଆମାନେ ରବିବାର ଅପରାହ୍ଣରୁ ଏକାମ୍ର କ୍ଷେତ୍ରରେ ପହଞ୍ଚିଛନ୍ତି। ଅନେକ କାଉଡ଼ିଆ କେଦାରଗୌରୀ ମନ୍ଦିର ନିକଟରେ ଓ ଆଉ କିଛି ମନ୍ଦିର ସମ୍ମୁଖରେ ବାହୁଙ୍ଗି ରଖି ବିଶ୍ରାମ ନେଇଥିଲେ। ମହାନଦୀର କଟକ ଗଡ଼ଗଡ଼ିଆ ଘାଟ ସମେତ ଅନ୍ୟ ନଦୀ ଘାଟରୁ ଜଳଭାର ନେଇ କାଉଡ଼ିଆମାନେ ଏକାମ୍ର କ୍ଷେତ୍ର‌ରେ ପହଞ୍ଚିବା ପରେ ପାଣି ଭାର ବ୍ୟାରିକେଡ୍‌ରେ ରଖି ବିଶ୍ରାମ ନେଇଥିଲେ।


Reporterspen

Leave a Reply

!-- afp header code starts here -->