୧୦୩ ରନ୍ ବ୍ୟବଧାନରେ ଜିତି ଚେନ୍ନାଇ ଇତିହାସ ରଚିଲା
ମୁମ୍ବାଇ, ୨୩।୪: ଚେନ୍ନାଇ ସୁପର କିଙ୍ଗସ୍ ୧୦୩ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଏହା ଚେନ୍ନାଇର ସବୁଠାରୁ ବଡ଼ ବିଜୟ ଏବଂ ଇଣ୍ଡିଆନ ପ୍ରିମିୟର ଲିଗ ଇତିହାସରେ ମୁମ୍ବାଇର ସବୁଠାରୁ ବଡ଼ ପରାଜୟ। ଯଦିଓ ମୁମ୍ବାଇ ଦଳ ନିଜ ଘରୋଇ ଗ୍ରାଉଣ୍ଡରେ ଖେଳୁଥିଲା, ଚେନ୍ନାଇ – ୱାଙ୍ଖଡେ ଷ୍ଟାଡିୟମରେ ଖେଳୁଥିଲା – ମୁମ୍ବାଇକୁ ନିଜ ଘର ପଛପଟେ ସମ୍ପୂର୍ଣ୍ଣ ଭାବରେ ପରାସ୍ତ କରିଥିଲା। ପ୍ରଥମେ ବ୍ୟାଟିଂ କରି, ସିଏସକେ ମୋଟ ୨୦୭ ରନ କରିଥିଲା, ଯାହା ସଞ୍ଜୁ ସାମସନଙ୍କ ଶତକୀୟ ଇନିଂସ ଦ୍ୱାରା ମୋଟ ସ୍କୋରକୁ ବୃଦ୍ଧି କରିଥିଲା। ଜବାବରେ, ମୁମ୍ବାଇ ଦଳ ୨୦ ଓଭରର ସମ୍ପୂର୍ଣ୍ଣ କୋଟା ମଧ୍ୟ ପୂରଣ କରିପାରି ନଥିଲା ଏବଂ ମାତ୍ର ୧୦୪ ରନରେ ଅଲଆଉଟ୍ ହୋଇଯାଇଥିଲା।
ମୁମ୍ବାଇ ୨୦୮ ରନ୍ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା। କିନ୍ତୁ ଦଳକୁ ଆରମ୍ଭରୁ ବଡ ଝଟକା ଲାଗିଥିଲା। ସ୍କୋର ୧୧ ରନ୍ ମଧ୍ୟରେ ଆଗଧାଡିର ୩ଜଣ ଖେଳାଳି ଆଉଟ୍ ହୋଇଥିଲେ। ଏଥିରେ ଦାନିଶ ମାଲେୱାର, କ୍ୱିଣ୍ଟନ୍ ଡି’ କକ୍ ଏବଂ ନମନ ଧୀର ସାମିଲ ଅଛନ୍ତି। ଡି’ କକ୍ ମାତ୍ର ୭ ରନ୍ ସଂଗ୍ରହ କରିଥିଲା ବେଳେ ଅନ୍ୟ ୨ଜଣ ବ୍ୟାଟର ଶୂନ୍ୟ ରନ୍ରେ ଆଉଟ୍ ହୋଇଥିଲେ।
ଚତୁର୍ଥ ୱିକେଟ୍ରେ ମୁମ୍ବାଇ ୭୩ ରନ୍ ସଂଗ୍ରହ କରିଥିଲା। ସୂର୍ଯ୍ୟକୁମାର ଯାଦବ ଏବଂ ଯୁବ ବ୍ୟାଟର ତିଳକ ବର୍ମା ଧୈର୍ଯ୍ୟର ସହିତ ଖେଳିଥିଲେ। ମୁମ୍ବାଇର ସ୍କୋର ୮୪ ରନ୍ରେ ତିଳକ ଆଉଟ ହୋଇଥିଲେ। ସେ ୨୯ଟି ବଲ୍ ଖେଳି ୫ଟି ଚୌକା ବଳରେ ୩୭ ରନ୍ ସଂଗ୍ରହ କରିଥିଲେ।
ୱାଙ୍ଖଡେ ଷ୍ଟାଡିୟମରେ ଟସ୍ ଜିଣି ଆୟୋଜକ ମୁମ୍ବାଇ ଟସ୍ ଜିଣି ବୋଲିଂ ନିଷ୍ପତ୍ତି ନେଇଥିଲା। ଚେନ୍ନାଇକୁ ବ୍ୟାଟିଂ କରିବା ପାଇଁ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଆମନ୍ତ୍ରଣ କରିଥିଲେ। ସଂଜୁ ସାମସନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭରରେ ୬ଟି ୱିକେଟ୍ ହରାଇ ୨୦୭ ରନ୍ କରିଥିଲା। ମୁମ୍ବାଇ ବିପକ୍ଷରେ ସଂଜୁ ସାମସନ ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ସେ ଅପରାଜିତ ଶତକ (୧୦୧ ରନ୍) ସଂଗ୍ରହ କରିଥିଲେ। ୫୪ଟି ବଲ୍ ଖେଳି ୧୦ଟି ଚୌକା ଏବଂ ୬ଟି ଛକା ମାରିଥିଲେ।
ଚେନ୍ନାଇ ପାଇଁ ସଂଜୁ ସାମସନ ଏବଂ ଅଧିନାୟକ ଋତୁରାଜ ଗାଏକ୍ୱାର୍ଡ ଇନିଂସ ଆରମ୍ଭ କରିଥିଲେ। ଉଭୟ ଖେଳାଳି ପ୍ରଥମ ୱିକେଟ୍ ପାଇଁ ୩୨ ରନ୍ର ଭାଗିଦାରୀ କରିଥିଲେ। ଗାଏକ୍ୱାର୍ଡ ଆଉଟ୍ ହେବା ପୂର୍ବରୁ ବ୍ୟକ୍ତିଗତ ଭାବେ ୨୨ ରନ୍ ସଂଗ୍ରହ କରିଥିଲେ। ଏଥିରେ ୩ଟି ଚୌକା ଏବଂ ଗୋଟିଏ ଛକା ସାମିଲ ଥିଲା।
ଚେନ୍ନାଇ ପାଇଁ ସର୍ଫରାଜ ଖାନ ୧୪ ରନ୍, ଡେୱାଲ୍ଡ ବ୍ରେଭିଜ୍ ୨୧ ରନ୍, କାର୍ତ୍ତିକ ଶର୍ମା ୧୮ ରନ୍, ଜେମି ଓଭରଟନ୍ ୧୫ ରନ୍ୟ ସଂଗ୍ରହ କରିଥିଲେ। ମୁମ୍ବାଇ ପକ୍ଷରୁ ଏଏମ୍ ଗଜନଫର ଏବଂ ଅଶ୍ୱନୀ କୁମାରଙ୍କୁ ୨-୨ ୱିକେଟ୍ ମିଳିଥିଲା। ଦ୍ରୁତ ବୋଲର ଜସପ୍ରିତ ବୁମରା ଏବଂ ମିଚେଲ ସାଣ୍ଟନର ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ।
ସିଏସକେର ବଡ଼ ବିଜୟ
ଚେନ୍ନାଇ ସୁପର କିଙ୍ଗସ୍ ସର୍ବାଧିକ ରନ ବ୍ୟବଧାନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରି ଓଚଖରେ ଏକ ନୂତନ ରେକର୍ଡ ସ୍ଥାପନ କରିଛି। ଏହି ମ୍ୟାଚ୍ ପୂର୍ବରୁ, ଆଇପିଏଲରେ ମୁମ୍ବାଇର ସବୁଠାରୁ ବଡ଼ ପରାଜୟ ୮୭ ରନ୍ ବ୍ୟବଧାନରେ ହୋଇଥିଲା, ଯାହା ୨୦୧୩ରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ହୋଇଥିଲା। ଏହା ବ୍ୟତୀତ, ଚେନ୍ନାଇ ବିପକ୍ଷରେ ମୁମ୍ବାଇର ସବୁଠାରୁ ବଡ଼ ପରାଜୟ ପୂର୍ବରୁ ୪୮ ରନ୍ ଥିଲା; ତଥାପି, ଉଝକ ବର୍ତ୍ତମାନ ସେହି ବ୍ୟବଧାନକୁ ଅତିକ୍ରମ କରି ଏମଆଇକୁ ୧୦୩ ରନ୍ ରେ ପରାସ୍ତ କରିଛି। ରନ ଦୃଷ୍ଟିରୁ ଏହି ବିଜୟ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସର ସବୁଠାରୁ ବଡ଼ ବିଜୟ। ରନ ଦୃଷ୍ଟିରୁ ଉଝକର ସବୁଠାରୁ ବଡ଼ ବିଜୟ ପାଇଁ ପୂର୍ବ ରେକର୍ଡ ୯୭ ରନ୍ ବିଜୟ ଥିଲା, ଯାହା ୨୦୧୫ରେ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ହାସଲ କରାଯାଇଥିଲା।

