ଗରୁଡ଼ ପୁରାଣ: ସନାତନ ଧର୍ମରେ ଗରୁଡ଼ ପୁରାଣର ବିଶେଷ ମହତ୍ତ୍ୱ ରହିଛି। ଏହି ପୁରାଣରେ ମୃତ୍ୟୁ ପରବର୍ତ୍ତୀ ଜୀବନଯାତ୍ରା ସହିତ ଦୈନନ୍ଦିନ ଜୀବନଶୈଳୀ ଓ ଆଚରଣ ସମ୍ବନ୍ଧୀୟ ଅନେକ ନିୟମର ବର୍ଣ୍ଣନା କରାଯାଇଛି। ଧାର୍ମିକ ବିଶ୍ୱାସ ଅନୁଯାୟୀ, ଗରୁଡ଼ ପୁରାଣରେ ଉଲ୍ଲେଖିତ ନିୟମକୁ ପାଳନ କଲେ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ବଜାୟ ରହେ। କିନ୍ତୁ କିଛି ଭୁଲ ଅଭ୍ୟାସ ଜୀବନରେ ବାଧା ଓ ଆର୍ଥିକ ସମସ୍ୟାର କାରଣ ହୋଇପାରେ।
ଗରୁଡ଼ ପୁରାଣ ଅନୁସାରେ, ସକାଳେ ଉଠିବା ପରେ କିଛି କାମ ଭୁଲରେ ମଧ୍ୟ କରିବା ଉଚିତ୍ ନୁହେଁ। ଆସନ୍ତୁ ଜାଣିବା, ସେହି କାମଗୁଡ଼ିକ କ’ଣ।
ସକାଳେ ଉଠିବା ପରେ ଏହି କାମ କରନ୍ତୁ ନାହିଁ
୧. ସୂର୍ଯ୍ୟୋଦୟ ପରେ ପର୍ଯ୍ୟନ୍ତ ଶୋଇ ରହିବା
ଗରୁଡ଼ ପୁରାଣ ଅନୁସାରେ, ଯେଉଁମାନେ ସୂର୍ଯ୍ୟୋଦୟ ପରେ ମଧ୍ୟ ଶୋଇ ରୁହନ୍ତି, ସେମାନଙ୍କ ଉପରେ ମା’ ଲକ୍ଷ୍ମୀଙ୍କ କୃପା ରହେ ନାହିଁ। ଶାସ୍ତ୍ରରେ ବ୍ରହ୍ମମୁହୂର୍ତ୍ତ କିମ୍ବା ସୂର୍ଯ୍ୟୋଦୟ ପୂର୍ବରୁ ଉଠିବାକୁ ଶୁଭ ବୋଲି କୁହାଯାଇଛି। ବିଳମ୍ବରେ ଉଠିବା ଦ୍ୱାରା ଜୀବନରେ ନକାରାତ୍ମକ ଶକ୍ତିର ପ୍ରଭାବ ବଢ଼ିଥାଏ ବୋଲି ଧାର୍ମିକ ବିଶ୍ୱାସ ରହିଛି।
୨. ସକାଳେ ଉଠି ବିବାଦ କିମ୍ବା କ୍ରୋଧ କରିବା
ସକାଳୁ ଉଠିବା ପରେ ଘରର କୌଣସି ସଦସ୍ୟଙ୍କ ସହ ବାଦବିବାଦ କରିବା କିମ୍ବା କଟୁ କଥା କହିବା ଉଚିତ୍ ନୁହେଁ। ଧାର୍ମିକ ମାନ୍ୟତା ଅନୁସାରେ, ଏପରି ପରିବେଶରେ ମା’ ଲକ୍ଷ୍ମୀ ବାସ କରନ୍ତି ନାହିଁ, ଫଳରେ ଘରେ ଧନର ଅଭାବ ଓ ଅଶାନ୍ତି ଦେଖାଦେଇପାରେ।
୩. ସ୍ନାନ ନକରି ଭୋଜନ କରିବା
ଗରୁଡ଼ ପୁରାଣରେ ପରିଷ୍କାର-ପରିଚ୍ଛନ୍ନତାକୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ସକାଳେ ଉଠି ସ୍ନାନ ନକରି ଭୋଜନ କରିବା ଅଶୁଭ ବୋଲି କୁହାଯାଇଛି। ଏହାଦ୍ୱାରା ଦରିଦ୍ରତା ଆସିପାରେ ଏବଂ ଭଗବାନଙ୍କ କୃପା ମିଳେ ନାହିଁ ବୋଲି ବିଶ୍ୱାସ ରହିଛି। ତେଣୁ ସ୍ନାନ କରି ପୂଜା-ଅର୍ଚ୍ଚନା ସମ୍ପନ୍ନ କରିବା ପରେ ଭୋଜନ କରିବା ଉଚିତ୍।
୪. ଅପରିଷ୍କାର ପୋଷାକ ପିନ୍ଧିବା
ସ୍ନାନ ପରେ ମଇଳା କିମ୍ବା ଅପରିଷ୍କାର ବସ୍ତ୍ର ପିନ୍ଧିବା ଉଚିତ୍ ନୁହେଁ। ଏହା ନକାରାତ୍ମକତାକୁ ବଢ଼ାଇଥାଏ ଏବଂ ଜୀବନ ଉପରେ ଖରାପ ପ୍ରଭାବ ପକାଇପାରେ ବୋଲି ମାନ୍ୟତା ରହିଛି। ସେହିପରି ଘରକୁ ସବୁବେଳେ ସଫା-ସୁଥା ରଖିବା ଉଚିତ୍। ଧାର୍ମିକ ବିଶ୍ୱାସ ଅନୁଯାୟୀ, ଅପରିଷ୍କାର ସ୍ଥାନରେ ମା’ ଲକ୍ଷ୍ମୀ ବାସ କରନ୍ତି ନାହିଁ।
ଗରୁଡ଼ ପୁରାଣର ଆଚାର କାଣ୍ଡରେ ଦୈନନ୍ଦିନ ଜୀବନ ସହ ଜଡ଼ିତ ଏହି ନିୟମଗୁଡ଼ିକର ବର୍ଣ୍ଣନା କରାଯାଇଛି।
ଅସ୍ୱୀକରଣ: ଏହି ଲେଖାରେ ଦିଆଯାଇଥିବା ସୂଚନା, ଉପାୟ, ପରାମର୍ଶ ଓ ଦାବିଗୁଡ଼ିକ କେବଳ ସାଧାରଣ ସୂଚନା ଏବଂ ପ୍ରଚଳିତ ଧାର୍ମିକ ବିଶ୍ୱାସ ଉପରେ ଆଧାରିତ। ଏଗୁଡ଼ିକୁ ଚୂଡ଼ାନ୍ତ ସତ୍ୟ ବୋଲି ଗ୍ରହଣ କରିବା ଉଚିତ୍ ନୁହେଁ। ପାଠକମାନେ ନିଜ ବିବେକ ବ୍ୟବହାର କରିବା ସହ ଆବଶ୍ୟକ ହେଲେ ସମ୍ପର୍କିତ ବିଶେଷଜ୍ଞଙ୍କ ପରାମର୍ଶ ନେବାକୁ ଅନୁରୋଧ।

