commissionerate police: ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟିନେଲେ କୋଟିଏ ଟଙ୍କା!

Reporterspen

commissionerate police: ଭୁବନେଶ୍ୱର (ରିପୋଟର୍ସ ପେନ୍‌) : ଗତ କିଛିଦିନ ହେଲା ରାଜଧାନୀ ଭୁବନେଶ୍ୱର ଅପରାଧୀଙ୍କ ଭୂସ୍ୱର୍ଗ ପାଲଟିଯାଇଛି । ପ୍ରାୟ ପ୍ରତିଦିନ କେଉଁଠି ନା କେଉଁଠି ରାଜଧାନୀବାସୀ ଅପରାଧର ଶିକାର ହେଉଛନ୍ତି । ସହରର ଗଳିକନ୍ଦି ଠାରୁ ମୁଖ୍ୟରାସ୍ତା ଯାଏଁ, କେଉଁଠାରେ ମଧ୍ୟ ରାଜଧାନୀବାସୀ ନିଜକୁ ସୁରକ୍ଷିତ ମଣୁନାହାନ୍ତ । ହତ୍ୟା ଠାରୁ ଆରମ୍ଭ କରି ଲୁଟ୍ ପର୍ଯ୍ୟନ୍ତ ରାଜଧାନୀରେ ଏବେ ନିତିଦିନର ପାଲଟି ଯାଇଛି । ରାଜଧାନୀର ବସ୍ତିଠୁ ନେଇ ଭିଆଇପି ଏରିଆ ଯାଏଁ ଘରେ ପଶି ଦୁବୃର୍ତ୍ତମାନେ ଚୋରି କରୁଛନ୍ତି । ପଦାକୁ ଗୋଡ଼ କାଢ଼ିଲେ ଅପରାଧୀମାନେ ଘରେ କଳାକନା ବୁଲାଇ ଦେଉଛନ୍ତି । ପୋଲିସକୁ ଖୋଲା ଚାଲେଞ୍ଜ ଦେଇ ଦିନବେଳାକୁ ମଧ୍ୟ ଅସୁରକ୍ଷିତ କରିପକାଇଲେଣି । ରାଜ୍ୟ ପୁଲିସର ଆଇନା କୁହାଯାଉଥିବା କମିସନରେଟ ପୋଲିସ ଏବେ ଆହ୍ୱାନର ସମ୍ମୁଖୀନ ହୋଇଛି ।

ଗତକାଲି ରାଜଧାନୀ ଭୁବନେଶ୍ୱରର ଭିଆଇପି ଏରିଆ ଭାବେ ପରିଚିତ ନୂଆପଲ୍ଲୀର ଆଇଆରସି ଭିଲେଜରୁ ଏକ ବଡ ଧରଣର ଚୋରି ହୋଇଛି । ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନୂଆପଲ୍ଲୀ ଭିଆଇପି ଏରିଆ ସ୍ଥିତ ତାଙ୍କ ଘରେ ପଶି ଲୁଟେରାମାନେ ପ୍ରାୟ କୋଟିଏ ଟଙ୍କାର ନଗଦ ଟଙ୍କା ଏବଂ ଅଳଙ୍କାର ଲୁଟି ନେଇଛନ୍ତି ।

ସୁଚନା ଅନୁଯାୟୀ, ନିରଂଜନ ପଟ୍ଟନାୟକଙ୍କ ଘର ଉପର ମହଲାରେ ରହୁଥିବା ପୁଅ ବୋହୁଙ୍କ ଘରୁ ଲୁଟ ହୋଇଛି । ଲୁଟେରା ରାତି ୨ଟା ୩୦ରେ ଘରେ ପଶିଥିବା ବେଳେ ରାତି ୩ଟା ୪୦ରେ ଝରକା ବାଟେ ପଳାଇଥିଲେ । ଲୁଟ୍‌ର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଘରେ ଡକାୟତମାନେ ପ୍ରାୟ ଏକ ଘଂଟା ବେଧଡ଼କ ଲୁଟ୍ କରିଥିବାର ସିସିଟିଭି କ୍ୟାମେରାରେ ଦେଖିବାକୁ ମିଳୁଛି । ତେବେ ଭିଆଇପି ଏରିଆରେ ଏଭଳି ଲୁଟ୍ ପରେ ସୁରକ୍ଷା ବ୍ୟବସ୍ଥାକୁ ନେ୍‌ଇ ନେଇ ପ୍ରଶ୍ନ ଉଠିଛି । ପୋଲିସ କଡା ପାଟ୍ରୋଲିଂ କଥା କହୁଥିବା ବେଳେ ଭିଆଇପି ଏରିଆରେ ଲୁଟେରା ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଘରେ କିପରି ପଶିଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଠି ହୋଇଛି । ଅଭିଯୋଗ ହେବା ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ହେଲେ ଲୁଟେରାଙ୍କ ଟେର ପାଇପାରିନାହିଁ ।


Reporterspen