Crime News: ଭୁବନେଶ୍ୱର, (ରିପୋଟର୍ସ ପେନ୍) : ରାଜଧାନୀରେ ଚାଲୁଥିବା ବାର ଗୁଡ଼ିକ ବାରମ୍ବାର ଅବକାରୀ ନିୟମ ଉଲଂଘନ କରୁଥିଲେ ମଧ୍ୟ ନା ଅବାକରୀ ବିଭାଗ ନା ପୋଲିସ ପ୍ରଶାସନ ସେମାନଙ୍କ କିଛି ବି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି । ଯେଉଁ କାରଣରୁ ପ୍ରତ୍ୟେକ ଦିନ ରାଜଧାନୀରେ ଥିବା କେଉଁ ନା କେଉଁ ବାରରେ କିଛି ନା କିଛି ଗଣ୍ଡଗୋଳ ଘଟଣା ଦେଖିବାକୁ ମିଳୁଛି । ପୋଲିସ ଓ ଅବକାରୀ ବିଭାଗର ଅଧିକାରୀମାନଙ୍କ ସହ ବାର ମାଲିକମାନଙ୍କର ମଧୁ ଚନ୍ଦ୍ରିକା ଯୋଗୁଁ ବାରମ୍ବାର ଏଭଳି ଅଘଟଣ ଘଟୁଥିଲେ ମଧ୍ୟ ଏଥିପ୍ରତି ଏହି ଦୁଇ ବିଭାଗର ଏଥିପ୍ରତି କିଛି ବି ଦୃଷ୍ଟି ଦେଉନାହାନ୍ତି । ଯାହାର ଫଳ ସ୍ୱରୁପ ବାର ଗୁଡ଼ିକ ନିୟମ ବାହାରେ ବିଳମ୍ବିତ ରାତି ଯାଏଁ ଏପରିକି ଭୋର ପର୍ଯ୍ୟନ୍ତ ଖୋଲା ରଖୁଥିବାରୁ ସେଠାରେ ବିଭିନ୍ନ ସମୟରେ ଅଘଟଣ ଘଟୁଛି । ଯାହାର ଜ୍ୱଳନ୍ତ ଉଦାହରଣ ଶୁକ୍ରବାର ବିଳମ୍ବିତ ରାତିରେ ଚନ୍ଦ୍ରଶେଖରପୁର ଥାନା ଅନ୍ତଗର୍ତ ଡମଣା ଛକରେ ଥିବା ଏକ ବାରରେ ଦେଖିବାକୁ ମିଳିଛି ।
ଡମଣା ଛକରେ ଥିବା କସମସ ବାର ଏଣ୍ଡ ପବ୍ରେ ଶୁକ୍ରବାର ବିଳମ୍ବିତ ରାତିରେ ପୁରୀ ଜିଲ୍ଲାର ୪ ଜଣ ଯୁବକ ମଦ ପିଇବା ପରେ ବିଲ୍କୁ ନେଇ ବାର ମ୍ୟାନେଜରଙ୍କ ସହ ଗଣ୍ଡଗୋଳ କରିଥିଲେ । ପରବର୍ତ୍ତୀ ସମୟରେ ଏହି ଗଣ୍ଡଗୋଳରୁ ନିବୃତ୍ତ ରହିବାକୁ ବାରରେ ମୁତୟନ ଥିବା ବାଉନ୍ସର ଯୁବକମାନଙ୍କୁ କହିଥିଲେ । ପରେ ଯୁବକମାନେ ଯଦିଓ ବାରରୁ ବାହାରି ଚାଲି ଯାଇଥିଲେ କିନ୍ତୁ ପରେ ଡମଣା ଛକ ନିକଟରେ ଛକି ରହିବା ସହ ସେମାନଙ୍କୁ ଗଣ୍ଡଗୋଳରୁ ନିବୃତ୍ତ ରଖ?ଥିବା ବାଉନ୍ସର ସୂୟା ନାୟକଙ୍କୁ ରାସ୍ତାରେ ଅଟକାଇ ତାଙ୍କୁ ଗୁଳିମାରିଥିଲେ । ଦୃବୁର୍ତ୍ତମାନେ ସୂୟାଙ୍କୁ ୫ ରାଉଣ୍ଡ ଗୁଳି ମାରିଥିବାବେଳେ ସେଥିରୁ ଦୁଇଟି ଗୁଳି ତାଙ୍କ ଗୋଡ଼ରେ ବାଜିଥିଲା । ରକ୍ତାକ୍ତ ଅବସ୍ଥାରେ ସୂୟା ରାସ୍ତାରେ ପଡ଼ି ଚିତ୍କାର କରୁଥିବା ଦେଖି ସ୍ଥାନୀୟ ଲୋକେ ସେଠାରେ ରୁଣ୍ଡ ହୋଇଯିବାରୁ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ପରେ ଗୁରୁତର ଆହତ ସୂୟାଙ୍କୁ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତୀ କରାଯାଇଥିବା ବେଳେ ପୋଲିସ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତନାଘନା ଆରମ୍ଭ କରିଛି ।
ପ୍ରାପ୍ତ ସୂଚନା ଅନୁଯାୟୀ, ଶୁକ୍ରବାର ରାତି ପ୍ରାୟ ୧୨ଟା ସମୟରେ ଡମଣା ଛକରେ ଥିବା କସମସ ବାରକୁ ପୁରୀ ଜିଲ୍ଲାର ୪ ଜଣ ଯୁବକ ମଦ ପିଇବାକୁ ଆସିଥିଲେ । ପରେେ ସମାନେ ରାତି ୨ଟା ପର୍ଯ୍ୟନ୍ତ ଉକ୍ତ ବାରରେ ବସି ମଦ ପିଇବା ସହ ପାଟିତୁଣ୍ଡ କରିଥିଲେ । ଯାହାକୁ ନେଇ ବାରର ସୁରକ୍ଷା ନିମନ୍ତେ ମୁତୟନ ହୋଇଥିବା ବାଉନ୍ସର ସୂୟା ଏହାକୁ ପ୍ରତିବାଦ କରିବା ସହ ବାର ବନ୍ଦ ହେବ ବିଲ୍ ତୁରନ୍ତ ଦେଇ ଯିବାକୁ ଯୁବକମାନଙ୍କୁ କହିଥିଲେ । ଏତିକି କଥାରେ ୪ ଜଣ ଯୁବକ ଉତ୍ତ୍ୟକ୍ତ ହୋଇ ମ୍ୟାନେଜରଙ୍କ ସହ ପାଟିତୁଣ୍ଡ କରି ଅଳ୍ପ କିଛି ଟଙ୍କା ଦେଇ ବାରରୁ ବାହାରି ଯାଇଥିଲେ ।
ଏହାପରେ ଯୁବକମାନେ ସେମାନଙ୍କୁ ପ୍ରତିବାଦ କରିଥିବା ବାଉନ୍ସର ସୂୟାକୁ ଟାର୍ଗେଟ କରିବା ସହ ତାକୁ ଜୀବନରୁ ମାରି ଦେବାକୁ ଯୋଜନା କରି ଡମଣା ଛକ ପାଖରେ ଜଗି ବସି ରହିଥିଲେ । ଭୋର ୪ଟା ସମୟରେ ବାଉନ୍ସର ସୂୟା ବାରରୁ ବାହାରି ସାଲିଆସାହି ସ୍ଥ?ତ ନିଜ ଘରକୁ ଯାଉଥିବାେ ବଳେ ଅଭିଯୁକ୍ତମାନେ ତାକୁ ପ୍ରଥମେ ରାସ୍ତାରେ ଅଟକାଇବା ସହ ତାଙ୍କ ସହ ଯୁକ୍ତତର୍କ କରିଥିଲେ । ପରେ ୪ ଜଣ ଯୁବକଙ୍କ ମଧ୍ୟରୁ ଶିବ ନାମକ ଜଣେ ଯୁବକ ପାଖରେ ରଖ?ଥିବା ଏକ ବନ୍ଧୁକରୁ ହଠାତ ଗୁଳି ଫୁଟାଇବା ଆରମ୍ଭ କରିଥିଲେ ।
ଶିବ ୫ ରାଉଣ୍ଡ ଗୁଳି ଫୁଟାଇଥିବା ବେଳେ ୨ଟି ଗୁଳି ସୂୟାଙ୍କ ବାମ ଗୋଡ଼ ଆଣ୍ଠୁରେ ବାଜିଥିଲା । ଫଳରେ ସେ ରକ୍ତ ଜୁଡ଼ୁବୁଡ଼ ଅବସ୍ଥାରେ ରାସ୍ତାରେ ପଡ଼ି ଯିବା ସହ ଜୋରରେ ଚିତ୍କାର କରିଥିଲେ । ସୂୟାଙ୍କ ଏପରି ଅବସ୍ଥା ଦେଖି ସମସ୍ତ ୪ ଅଭିଯୁକ୍ତ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ପରେ ସ୍ଥାନୀୟ ଲୋକେ ଏନେଇ ପୋଲିସକୁ ସୂଚନା ଦେବା ସହ ଆହତଙ୍କୁ ତୁରନ୍ତ ହସ୍ପିଟାଲରେ ଭତ୍ିର୍ କରିଥିଲେ ।