ଜିମ୍ବାୱେ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା

Reporterspen

ସଞ୍ଜୁ ସାମସନ ବାଦ; ଦୁଇ ନୂଆ ଖେଳାଳିଙ୍କୁ ସୁଯୋଗ

ନୂଆଦିଲ୍ଲୀ: ଜିମ୍ବାୱେ ବିପକ୍ଷରେ ଖେଳାଯିବାକୁ ଥିବା ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ଅନ୍ତର୍ଜାତୀୟ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଦଳର ଅଧିନାୟକ ଭାବେ ଶ୍ରେୟସ ଆୟରଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ଉପଅଧିନାୟକ ଭାବେ ତିଳକ ବର୍ମାଙ୍କୁ ନିଯୁକ୍ତ କରାଯାଇଛି ।

ଟି-୨୦ ବିଶ୍ୱକପ୍‌-୨୦୨୬ରେ ଭାରତର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିବା ୱିକେଟକିପର ବ୍ୟାଟର ସଞ୍ଜୁ ସାମସନଙ୍କୁ ଏହି ସିରିଜ୍ ପାଇଁ ଦଳରୁ ବାଦ ଦିଆଯାଇଛି । ବର୍ତ୍ତମାନ ସଞ୍ଜୁ ଭାରତୀୟ ଦଳ ସହ ଇଂଲଣ୍ଡ ଗସ୍ତରେ ଅଛନ୍ତି । ସେ ଲଗାତାର ତିନିଟି ମ୍ୟାଚ୍‌ରେ ବିଫଳ ହେବା ପରେ ତାଙ୍କୁ ପ୍ଲେଇଂ-୧୧ରୁ ବାଦ ଦିଆଯାଇଥିଲା ।

ଅନ୍ୟପକ୍ଷରେ, ରିଙ୍କୁ ସିଂହଙ୍କ ଦଳକୁ ପୁନର୍ବାର ପ୍ରତ୍ୟାବର୍ତ୍ତନ ହୋଇଛି । ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ମ୍ୟାଚ୍‌ରେ ଡେବ୍ୟୁ କରିଥିବା ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ମଧ୍ୟ ନିଜ ସ୍ଥାନ ବଜାୟ ରଖିଛନ୍ତି । ସେହିପରି ସୂର୍ଯ୍ୟାଂଶ ଶେଡଗେ ଓ ଅଶୋକ ଶର୍ମାଙ୍କୁ ଏହି ସିରିଜ୍ ପାଇଁ ସୁଯୋଗ ମିଳିଛି ।

ଜିମ୍ବାୱେ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ
ଶ୍ରେୟସ ଆୟର (ଅଧିନାୟକ), ବୈଭବ ସୂର୍ଯ୍ୟବଂଶୀ, ଅଭିଷେକ ଶର୍ମା, ତିଳକ ବର୍ମା (ଉପଅଧିନାୟକ), ଈଶାନ କିଶନ (ୱିକେଟକିପର), ସୂର୍ଯ୍ୟାଂଶ ଶେଡଗେ, ଶିବମ ଦୁବେ, ରିଙ୍କୁ ସିଂହ, ହର୍ଷ ଦୁବେ, ବରୁଣ ଚକ୍ରବର୍ତ୍ତୀ, ପ୍ରିନ୍ସ ଯାଦବ, ଯଶ ଠାକୁର, ଅଶୋକ ଶର୍ମା, ମୟଙ୍କ ଯାଦବ ଏବଂ ପ୍ରଭସିମରନ ସିଂହ (ୱିକେଟକିପର) ।


Reporterspen